-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||     

HOME   ଜିଲ୍ଲା

ଟିଟିଲାଗଡରେ ଖେଳବିଗାଡିବେ ପ୍ରମୋଦ,ବୀରବର,ପଞ୍ଚାନନ ଓ ରଞ୍ଜୁ ରାଇମନ

08-May-2024



ବାଲାଙ୍ଗୀର/ଟିଟିଲାଗଡ(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବିଧାନସଭା କ୍ଷେତ୍ରରେ ବିଜେଡିଦଳ ପାଇଁ ବିପଦ ହୋଇଛନ୍ତି ଦଳର ଅସନ୍ତୁଷ୍ଟନେତା । ଯେଉଁମାନେ ଦିନେ ଟୁକୁନୀ ସାହୁଙ୍କୁ ଗୃହିଣୀରୁ ନେତ୍ରୀନିର୍ମାଣ କରିଥିଲେ ସେମାନେ ଦଳରେ ଅଲୋଡା ହୋଇ ଅସମ୍ମାନୀତ ଅନୁଭବ କଲାପରେ ଏବେ ଦଳଛାଡି ବିଜେପିରେ ଯୋଗଦେଇଛନ୍ତି । ଫଳରେ ଆସନ୍ତା ନିର୍ବାଚନରେ ବିଜେଡିଦଳ ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରମୋଦ ପଧାନ, ବୀରବର ସାହୁ,ପଞ୍ଚାନନ ସାହୁ ଓ ନାରୀନେତ୍ରୀ ରଂଜୁରାଇମନ ପ୍ରମୁଖ ବିଜେଡିଦଳର ଖେଳ ବିଗାଡିବେ ବୋଲି ଟିଟିଲାଗଡରେ ଆଲୋଚନା ଚାଲିଛି । ଟିଟିଲାଗଡ ରାଜନୀତିରେ ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରଖିଥିବା ପ୍ରମୋଦ ପଧାନ ଟିଟିଲାଗଡରେ ଯୋଗେନ୍ଦ୍ର ବେହେରା, ସ୍ୱର୍ଗତ ଅଭିମନ୍ୟୁ ସାହୁ, ଟୁକୁନୀ ସାହୁଙ୍କ ସହ କାମ କରିଛନ୍ତି । ସ୍ୱର୍ଗତ ଅଭିମନ୍ୟୁ ସାହୁଙ୍କର ଦିନେ ଅତିଘନିଷ୍ଠ ଥିବା ପ୍ରମୋଦ ଅଭିମନ୍ୟୁଙ୍କ ମୃତ୍ୟୁପରେ ଅଭୁିମନ୍ୟୁଙ୍କ ପତ୍ନୀ ଟୁକୁନି ସାହୁଙ୍କ ଘରୁ ଡାକିଆଣି ନେତ୍ରୀ କରାଇଥିଲେ । ଗତ ୨୦୧୪ ଓ ୨୦୧୯ ମସିହାରେ ଟୁକୁନୀଙ୍କ ବିଜୟ ପଛରେ ପ୍ରମୋଦଙ୍କ ହାତ ରହିଥିବା ଚର୍ଚ୍ଚା ହୁଏ । ବିଜେଡିର ତଳସ୍ତରର କର୍ମିଙ୍କଠାରୁ ଆରମ୍ଭ କରି ରାଜ୍ୟସ୍ତରର ନେତାଙ୍କ  ପର୍ଯ୍ୟନ୍ତ ପ୍ରମୋଦଙ୍କ ଭଲ ସମ୍ପର୍କ ରହିଆସିଥିଲା । କିନ୍ତୁ ଗତ ପୌରନିର୍ବାଚନବେଳେ ଜଣେ ଅନାମଧ୍ୟେୟ ମହିଳାଙ୍କୁ ପୌରାଧ୍ୟକ୍ଷା ପ୍ରାର୍ଥି କରିବାରୁ ଦଳରେ ପ୍ରମୋଦଙ୍କ ବିରୋଧାଭାସ ହୋଇଥିଲା । ପ୍ରମୋଦ ପୌରନିର୍ବାଚନରେ ନୀରବ ରହିବା ଫଳରେ ବିଜେଡି ପୌରାଧ୍ୟକ୍ଷା ପଦ ହରାଇବାକୁ ପଡିଥିଲା । ଫଳରେ ମନ୍ତ୍ରୀ ଟୁକୁନୀ ସାହୁ ନିଜମୁଣ୍ଡ ଉପରୁ ଦୋଷ ଛଡାଇବା ପାଇଁ ପ୍ରମୋଦଙ୍କୁ ଦଳରୁ ନିଳମ୍ବିତ କରାଇଦେଲେ । ବିଜେଡିର ରାଜ୍ୟପରିଷଦ ସଭ୍ୟଥିବା ପ୍ରମୋଦଙ୍କୁ ବିଜେଡି କାରଣଦର୍ଶାଅ ନୋଟିସ ମଧ୍ୟ ନଦେଇ ନିଳମ୍ବିତ କରିଦେଲେ । ବିନାକାରଣରରେ ବିଜେଡିଦଳରୁ ନିଳମ୍ବିତ ହୋଇଥିବା ପ୍ରମୋଦ କୋଣଠେସା ଅନୁଭବ କରୁଥିଲେ । ଏବେ ନିର୍ବାଚନ ଆସିଲା ବେଳକୁ ବିଜେଡିଦଳର ଉଚ୍ଚକତ୍ତୃପକ୍ଷ ପ୍ରମୋଦଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାହା ଫେଲ ମାରିଥିଲା । ଶେଷରେ ପ୍ରମୋଦ ପଧାନ ତାଙ୍କ ସମର୍ଥକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରେ ବିଜେଡିଦଳରେ ମିଶିଛନ୍ତି । ପ୍ରମୋଦଙ୍କ ଟିଟିଲାଗଡ ସହର,ଟିଟିଲାଗଡ ବ୍ଲକ,ସଇଁତଳା ବ୍ଲକ ଅଞ୍ଚଳର ଲୋକଙ୍କ ସହ ଭଲସଂମ୍ପର୍କ ରହିଛି । ଜଣେ ଯୁବସଂଗଠକ ଭାବରେ ଭଲ ଚେହେରା ମଧ୍ୟ ରହିଛି । ଠିକ ସେହିପରି ସିହିନୀ ସରପଞ୍ଚ ତଥା ପଶ୍ଚିମଓଡିଶା ସରପଞ୍ଚସଂଘର ସଭାପତି ଥିବା ବୀରବର ସାହୁ ତାଙ୍କର ପ୍ରାୟ ୧୭ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନେଇ ବିଜେପିରେ ମିଶିଛନ୍ତି । ମନ୍ତ୍ରୀ ଟୁକୁନୀ ସାହୁ ୨୦୧୪ ମସିହାରେ ବିଧାୟିକା ହେଲାବେଳେ ଯିଏ ତାଙ୍କର ଅଫିସକଥା ବୁଝୁଥିଲେ ପଞ୍ଚାନନ ସାହୁ ମଧ୍ୟ ଇତିମଧ୍ୟରେ ଦଳଛାଡି ବିଜେପିରେ ଯୋଗଦେଇଛନ୍ତି । କେବଳ ସେତିକି ନୁହେଁ ଟିଟିଲାଗଡ ସହରର ଜଣେ ଆଗଧାଡିର ନାରୀନେତ୍ରୀ ରଂଞ୍ଜୁ ରାଇମନ ମଧ୍ୟ ଟୁକୁନୀ ସାହୁଙ୍କ ପ୍ରତି ବିମୁଖ ହୋଇ ବିଜେଡିଦଳ ଛାଡି ବିଜେପିରେ ଯୋଗଦେଇଛନ୍ତି । ଏମାନେ ଟିଟିଲାଗଡ ନିର୍ବାଚନମଣ୍ଡଳିରେ ବହୁତ ପରିମାଣରେ ଭୋଟରଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି । ମୁଖ୍ୟତଃ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ କାରଣରୁ ଅନେକ ନେତା ବିଜେଡିଦଳ ପ୍ରତି ବିମୁଖ ରହୁଛନ୍ତି । ଯାହାର ପରିଣାମ ଆଜି ବିଜେଡିଦଳରୁ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମି ଦଳଛାଡି ଚାଲିଯାଉଥିବା ପ୍ରମୋଦ କହିଛନ୍ତି । ବିଜେଡିଦଳର ନେତା ଓ କର୍ମିଙ୍କ ସାମୁହିକ ସଫଳତାକୁ ଟୁକୁନି ସାହୁ ନିଜର ସଫଳତା ଭାବିବା ଓ ବିଫଳତାକୁ ନିଜ ମୁଣ୍ଡରୁ ଦୋଷଛଡାଇ ଅନ୍ୟଉପରେ ଲଦାଯାଉଥିବା ପ୍ରମୋଦ କହିଛନ୍ତି । ବିଜେଡିରେ ମନ୍ତ୍ରୀ ଟୁକୁନୀ ନେତାଙ୍କୁ ଅଣଦେଖା କରୁଥିବା କାରଣରୁ ବିଜେଡିର ପରାଜୟ ସୁନିଶ୍ଚିତ । ଶନିବାର ଦିନ ଟିଟିଲାଗଡରେ ହୋଇଥିବା  ଏକ ବିଶାଳ ଶୋଭାଯାତ୍ରା,ମିଶ୍ରଣପର୍ବରେ ୧୦ହଜାରରୁ ଅଧିକଲୋକଙ୍କ ସମାଗମ ପରିବର୍ତ୍ତନକୁ ସୁଚାଉଛି ଓ ବିଜେପିଦଳର ଆଗାମୀ ଭବିଷ୍ୟତ ବର୍ଣ୍ଣନା କରୁଛି ବୋଲି ପ୍ରମୋଦ ପଧାନ କହିଛନ୍ତି । ସେପଟେ ବିଜେପିର ପୂର୍ବରୁ ହୋଇଥିବା ପ୍ରାର୍ଥି ମହେନ୍ଦ୍ର ଠାକୁର,ଅଶୋକ ଦୋରା,ପୌରାଧ୍ୟକ୍ଷା ମମତାଦେବୀ ଜୈନ ପ୍ରମୁଖ ଏକଜୁଟ ହୋଇଛନ୍ତି । ଫଳରେ ଟିଟିଲାଗଡରେ ବିଜେପିର ସ୍ଥିତି ମଜବୁତ ହେଉଥିବା ଲକ୍ଷ୍ୟ କରାଯାଇଛି ।  ଉକ୍ତଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବଲାଙ୍ଗୀର ସାଂସଦପ୍ରାର୍ଥି ସଂଗୀତାକୁମାରୀ ସିଂଦେଓ,ଟିଟିଲାଗଡ ବିଧାୟକପ୍ରାର୍ଥି ନବୀନ ଜୈନ ମଧ୍ୟ ପ୍ରମୋଦ ଓ ବୀରବରଙ୍କ ଟିମଙ୍କୁ ପ୍ରଶଂସା କରି ଆଗକୁ ବିଜେପିଦଳ ମଜବୁତ ହେବ ବୋଲି କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026

You Might Also Like