-+91-9937148622 |

prerana_bgr@rediffmail.com |

  Sunday 19th May 2024 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ମ୍ବ ସାମ୍ପ୍ରଦାୟର ହୋଇ ଆଦିବାସୀ ଜାତି ପ୍ରମାନପତ୍ର ପାଇଥିବା ଘଟଣାକୁ ବିରୋଦ୍ଧ   (18-May-2024)       ||      ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା   (18-May-2024)       ||      ପାଇଲଟ ଟ୍ରେନିଂ ସେଣ୍ଟର ଓ କୃଷି ଭିତ୍ତିକ ଶିଳ୍ପ ର ପ୍ରତିଶୃତି କୁଆଡେ ଗଲା: ନରସିଂହ   (18-May-2024)       ||      କଳିକେଶଙ୍କ ସାମ୍ବାଦିକ ସମ୍ବିଳନୀ... ବଲାଙ୍ଗୀରକୁ ବ୍ୟାଙ୍କକ ନୁହେଁ ବିକଶିତ ବଲାଙ୍ଗୀର କରାଯିବ-କଳିକେଶ   (18-May-2024)       ||      ସୋନପୁର ଶ୍ରେଷ୍ଠ ଜିଲ୍ଲା ସ୍କାଉଟ କେମ୍ପୋରୀ ଭାବେ ପୁରସ୍କୃତ   (18-May-2024)       ||      ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନର ପ୍ରେସ ବିଜ୍ଞପ୍ତି ଜାରି   (18-May-2024)       ||      ଲଜ୍ ରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ଗଞ୍ଜେଇ ଲିଙ୍କ୍ ! ଗଞ୍ଜେଇ ଚୋରାଚାଲାଣରେ ପୁଣି ସୋନପୁର ପୁଲିସର ହାତ ! କଣ୍ଟେନର ଜବତର ଧୋକା ସନ୍ଦେହରେ ପ୍ରତିଶୋଧ ?   (18-May-2024)       ||      ନିର୍ବାଚନ ପାଇଁ ଅପରାଧୀ ଗୋଷ୍ଠୀ ସକ୍ରୀୟ,ବଲାଙ୍ଗୀରବାସୀ ଅତିଷ୍ଠ   (18-May-2024)       ||      ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ    (18-May-2024)       ||      ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   (18-May-2024)       ||      ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   (18-May-2024)       ||      ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   (18-May-2024)       ||      ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   (17-May-2024)       ||      ୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   (17-May-2024)       ||      ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   (17-May-2024)       ||      ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   (17-May-2024)       ||      ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   (17-May-2024)       ||      ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   (17-May-2024)       ||      କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   (17-May-2024)       ||      ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   (17-May-2024)       ||     

HOME   ରାଜନୀତି

ବିଜେଡିଦଳର ସଂକଲ୍ପପତ୍ର ଉନ୍ମୋଚିତ.. ଅପରାଧମୁକ୍ତ ଓ ସବୁଜସୁନ୍ଦର ବଲାଙ୍ଗୀର ଗଠନ ପାଇଁ କଳିକେଶଙ୍କ ଆହ୍ୱାନ

05-May-2024



ବଲାଙ୍ଗିର: ଆସନ୍ତା ମେ ୨୦ତାରିଖରେ ବଲାଙ୍ଗୀରରେ ନିର୍ବାଚନ ହେବାକୁଯାଉଛି । ସେହି ପରିପ୍ରେକ୍ଷିରେ ରାଜନୈତିକଦଳଗୁଡିକ ଜନସଂମ୍ପର୍କ ବଢାଉଛନ୍ତି । ନିର୍ବାଚନୀପ୍ରଚାରକୁ ଯୋର କରୁଛନ୍ତି । ତେବେ ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ବିଜୁଜନତାଦଳର ପ୍ରାର୍ଥିଥିବା କଳିକେଶନାରାୟଣ ସିଂଦେଓ ଜନସଂମ୍ପର୍କରେ ଆଗରେ ରହିଛନ୍ତି । ବିଜୁଜନତାଦଳ ବଲାଙ୍ଗୀରରେ ଜିଣିଲେ ଆସନ୍ତା ୫ବର୍ଷରେ କଣ କଣ ସବୁ ବିକାଶମୂଳକ କାମକୁ ପ୍ରଧାନ୍ୟଦେଇ କରିବ ସେନେଇ କଳିକେଶନାରାୟଣ ସିଂଦେଓ ଏକ ସଂକଲ୍ପପତ୍ର ଦେଇଛନ୍ତି । ଏଥିରେ ବଲାଙ୍ଗୀରକୁ ଏକ ଅପରାଧମୁକ୍ତ ସହର ତଥା ସବୁଜସୁନ୍ଦର ବଲାଙ୍ଗୀର ଗଠନ ପାଇଁ କଲିକେଶ ଆହ୍ୱାନ ଦେଇଛନ୍ତି । ବଲାଙ୍ଗୀର ସହରର ବିଭିନ୍ନ ସାମାଜିକସଂଗଠନ,ବୁଦ୍ଧିଜୀବି,ମହିଳାସଂଗଠନଙ୍କ ଉପସ୍ଥିତିରେ ବିଜେଡି ବିଧାୟକପ୍ରାର୍ଥି କଳିକେଶ ଏହି ସଂକଲ୍ପପତ୍ରକୁ ଉନ୍ମୋଚନ କରିଛନ୍ତି । ଏହି ସକଲ୍ପ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ରାଜନୈତିକ ଏଜେଣ୍ଡା ଆକାରରେ କଳିକେଶ ନେଇଛନ୍ତି । ଶନିବାର ସଂଧ୍ୟାରେ ସ୍ଥାନୀୟ ରେନବୋ ମେରେଜପେଲେସଠାରେ ଆୟୋଜିତ

କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ସାମାଜିକ,ସାଂସ୍କୃତିକ ସଂଗଠନର ଏକ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ । ବିଧାୟକପ୍ରାର୍ଥି କଳିକେଶ କହିଛନ୍ତି ଯେ,ବଲାଙ୍ଗୀରରେ ଅନଙ୍ଗଉଦୟ ସିଂଦେଓ ବିଧାୟକ ଓ ସେ ସାଂସଦ ଥିବା ସମୟରେ କେବେ ମଧ୍ୟ ଅପରାଧିଗୋଷ୍ଠୀକୁ ପ୍ରଶ୍ରୟ ଦେଇନଥିଲେ । ଗତ ୧୦ବର୍ଷ ଭିତରେ ପ୍ରତିପକ୍ଷଗୋଷ୍ଠୀ ଅପରାଧିମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଫଳରେ ବଲାଙ୍ଗୀର ଭଳି ଏକ ଶାନ୍ତ ସହର ଆଜି ଅଶାନ୍ତ ହୋଇପଡିଛି । ନିଶାଶକ୍ତଯୁବକ,ଜମିମାଫିଆ,ଅପରାଧପ୍ରବଣ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପରିବାରର ଛତ୍ରଛାୟାରେ ତାଙ୍କର କାୟା ବିସ୍ତାର କରୁଛନ୍ତି । ରାଜନେତା ହୋଇ ଅପରାଧିମାନଙ୍କୁ ଆଇନଗତ ସହାୟତା ଦେଇ ଲୋକଙ୍କୁ ଭୟଭିତ କରିବାର ଅନେକ ଉଦାହରଣ ରହିଛି । ତେଣୁ ବିଜେଡିଦଳ ସଂକଲ୍ପପତ୍ର ଜରିଆରେ ସୂଚାଇ ଦେବାକୁ ଚାହୁଁଛି ଯେ,ବଲାଙ୍ଗୀରରେ ପୁଣିଥରେ ମୁଖ୍ୟତଃ ଶିଶୁ ଓ ମହିଳାଙ୍କ ସୁରକ୍ଷା ସହ ସହରରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତଙ୍କ ସହଯୋଗର ଆବଶ୍ୟକା ରହିଛି । ଠିକ ସେହିପରି ବଲାଙ୍ଗୀର ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷକୁ ବର୍ଷ ତାପମାତ୍ରା ବଢିଚାଲିଛି । ଏହାକୁ ରୋକିବାକୁ ହେଲେ ଆଗାମୀଦିନରେ ଆମେ ବଲାଙ୍ଗୀର ସହର ତଥା ଏହାର ଆଖପାଖର ଜଙ୍ଗଲରେ ସବୁଜବଳକୁ ସୁରକ୍ଷିତ କରିବାକୁ ପଡିବ । ତେଣୁ ବିଜେଡି ଏକ ସବୁଜସୁନ୍ଦର ବଲାଙ୍ଗୀର ଗଠନ ପାଇଁ ବଦ୍ଧପରିକର ବୋଲି କଳିକେଶ କହିଛନ୍ତି । ଆଉ ଅନ୍ୟାନ୍ୟ ସଂକଲ୍ପ ମଧ୍ୟରେ ବଲାଙ୍ଗୀର ସହରରେ ମାଷ୍ଟର ଡ୍ରେନେଜପ୍ଲାନ,ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଗଳିରେ ଷ୍ଟ୍ରିଟଲାଇଟ ଓ ସିସିଟିଭିର ବ୍ୟବସ୍ଥା,୨୪/୭ରେ ଜରୁରିକାଳିନ ହେଲ୍ପଲାଇନ,୨୪/୭ ସ୍ୱାସ୍ଥ୍ୟ ଓ ଜରୁରିକାଳିନ ଚିକିତ୍ସାସୁବିଧା,ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଅଭିଜ୍ଞଡାକ୍ତର ସହ ଅତ୍ୟାଧୁନିକ ଚିକିତ୍ସାସୁବିଧା ଉପଲବ୍ଧ କରାଇବା,ବିବିଏମସିଏଚରେ ଏମଆରଆଇ ସୁବିଧା କରାଇବା,ବଲାଙ୍ଗୀର ସହରରେ ୨୪/୭ ଶୁଦ୍ଧପାନୀୟଜଳର ବ୍ୟବସ୍ଥା କରାଇବା,ପୋଖରୀଗୁଡିକର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଇବା,ବଲାଙ୍ଗୀର ସହରରେ ପଟ୍ଟାପାଇନଥିବା ବାକିଆ ଲୋକଙ୍କୁ ୬ମାସ ମଧ୍ୟରେ ପଟ୍ଟାପ୍ରଦାନ,ବଲାଙ୍ଗୀର ସହରରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବାକୁ ପ୍ରତ୍ୟେକୱାର୍ଡରେ ପାର୍କନିର୍ମାଣ,ବଲାଙ୍ଗୀରର ବୁଦ୍ଧିଜୀବିଙ୍କୁ ନେଇ ଏକ ଭିଜନ ଫୋରମ ଗଠନକରାଯିବା ତଥା ବଲାଙ୍ଗୀର ପୌରପରିଷଦକୁ ପୌରକର୍ପୋରେସନ କରାଇବାକୁ ଉଦ୍ୟମ କରାଯିବ,ଦଶମ ଓ ଦ୍ୱାଦଶ ଶ୍ରେଣୀର ମେଧାବୀଛାତ୍ରୀଙ୍କୁ ଛାତ୍ରବୃତ୍ତିପ୍ରଦାନ,ବଲାଙ୍ଗୀରରେ ଏକ ମହିଳା କ୍ଲବସ୍ଥାପନ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ବୃ୍‌ଦ୍ଧି କରାଯିବା,ଛାତ୍ରଛାତ୍ରୀଙ୍କୁ ବୈଶ୍ୱିକ ଦୃଷ୍ଟିକୋଣ ପ୍ରଦାନ,ଡିଜିଟାଲ ଲାଇବ୍ରେରୀର ସୁବିଧା,ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲମେନେଜମେଣ୍ଟର ସମ୍ପ୍ରସାରଣ,ପ୍ରତିଯୋଗୀତାମୂଳକ ପରୀକ୍ଷାପ୍ରସ୍ତୁତି କେନ୍ଦ୍ର ସ୍ଥାପନ,ସମନ୍ୱିତ କ୍ରୀଡାଭିତ୍ତିଭୂମୀର ବିକାଶ,ବିମାନ ଯୋଗାଯୋଗ ଓ ବୈମାନିକ ତାଲିମ କେନ୍ଦ୍ର ସ୍ଥାପନ,ବଲାଙ୍ଗୀର ଖୋର୍ଦ୍ଧା ରେଳଲାଇନ ସଂମ୍ପର୍ଣ୍ଣ ପାଇଁ ଉଦ୍ୟମ,କୃଷି ଅନୁସନ୍ଧାନ କେନ୍ଦ୍ର ଓ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ,ବର୍ଷକୁ ଦୁଇଥର ଜଳସେଚନ ସୁବିଧା,କୃଷିବିତ୍ତିକ ଶୀଲ୍ପପ୍ରତିଷ୍ଠା,ସୁତା,କେନ୍ଦୁପତ୍ର,ହସ୍ତତନ୍ତର ରପ୍ତାନୀ କରାଇବା,ବ୍ୟବସାୟ ସହାୟତାକେନ୍ଦ୍ରର ପ୍ରତିଷ୍ଠା,ଷ୍ଟାର୍ଟଅଫକୁ ସାହାର୍ଯ୍ୟକରିବା ଓ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବକମାନଙ୍କୁ ସକ୍ଷମକରିବା,ବଲାଙ୍ଗୀରରେ ଆମ୍ବେଦକର ଭବନନିର୍ମାଣ,ସମସ୍ତ ସଂପ୍ରଦାୟର ଅନୁଷ୍ଠାନକୁ ସହାୟତା,ଡ୍ରାଇଭରସଂଘ ପାଇଁ କାର୍ଯ୍ୟାଳୟ ଓ ତାଙ୍କର ବୀମାକରାଇବା,ବରିଷ୍ଠଲୋକଙ୍କୁ ତୀର୍ଥଯାତ୍ରା,ପଶୁମାନଙ୍କ ପାଇଁ ଆଶ୍ରୟଗୃହ ନିର୍ମାଣ କରାଇବାକୁ ବିଜେଡି ସଂକଲ୍ପ ନେଇଥିବା କଳିକେଶ ସୂଚନା ଦେଇଛନ୍ତି । ବିଜେଡିର ଏହି ସଂକଲ୍ପପତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ନାଗରିକକମିଟିର ସଭାପତି ଡ.ଶ୍ରୀକର ମିଶ୍ର,ମାରୱାଡି ସମାଜର ସଭାପତି ମନୋଜ ଜୈନ,ବଣିକସଂଘର ସଭାପତି କିଶୋରକୁମାରବ ରଥ,ଜିଲ୍ଲାଓକିଲସଂଘର ସଭାପତି ଅମ୍ବରିଶ ତ୍ରୀପାଠୀ,ଜିଲ୍ଲାବ୍ରାହ୍ମଣ ସମାଜର ସଭାପତି,ଗୁଜରାତିସମାଜର ସଭାପତି ଗିରିଧାରୀ ୱାଧୱାନୀ,ମାରୱାଡି ମହିଳା ସମ୍ବଳନର କର୍ମକର୍ତ୍ତାଙ୍କ ସହ ପ୍ରାୟ ୧ହଜାର ଲୋକ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ମ୍ବ ସାମ୍ପ୍ରଦାୟର ହୋଇ ଆଦିବାସୀ ଜାତି ପ୍ରମାନପତ୍ର ପାଇଥିବା ଘଟଣାକୁ ବିରୋଦ୍ଧ   18-May-2024
  ରାଜନୀତି  
ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା   18-May-2024
  ଜିଲ୍ଲା  
ପାଇଲଟ ଟ୍ରେନିଂ ସେଣ୍ଟର ଓ କୃଷି ଭିତ୍ତିକ ଶିଳ୍ପ ର ପ୍ରତିଶୃତି କୁଆଡେ ଗଲା: ନରସିଂହ   18-May-2024
  ଜିଲ୍ଲା  
କଳିକେଶଙ୍କ ସାମ୍ବାଦିକ ସମ୍ବିଳନୀ... ବଲାଙ୍ଗୀରକୁ ବ୍ୟାଙ୍କକ ନୁହେଁ ବିକଶିତ ବଲାଙ୍ଗୀର କରାଯିବ-କଳିକେଶ   18-May-2024
  ଜିଲ୍ଲା  
ସୋନପୁର ଶ୍ରେଷ୍ଠ ଜିଲ୍ଲା ସ୍କାଉଟ କେମ୍ପୋରୀ ଭାବେ ପୁରସ୍କୃତ   18-May-2024
  ଜିଲ୍ଲା  
ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନର ପ୍ରେସ ବିଜ୍ଞପ୍ତି ଜାରି   18-May-2024
  ଜିଲ୍ଲା  
ଲଜ୍ ରେ କନେଷ୍ଟବଳଙ୍କୁ ହତ୍ୟା ଘଟଣାରେ ଗଞ୍ଜେଇ ଲିଙ୍କ୍ ! ଗଞ୍ଜେଇ ଚୋରାଚାଲାଣରେ ପୁଣି ସୋନପୁର ପୁଲିସର ହାତ ! କଣ୍ଟେନର ଜବତର ଧୋକା ସନ୍ଦେହରେ ପ୍ରତିଶୋଧ ?   18-May-2024
  ଅପରାଧ  
ନିର୍ବାଚନ ପାଇଁ ଅପରାଧୀ ଗୋଷ୍ଠୀ ସକ୍ରୀୟ,ବଲାଙ୍ଗୀରବାସୀ ଅତିଷ୍ଠ   18-May-2024
  ଅପରାଧ  
ବିପୁଳ ପରିମାଣର ବିଅର ଜବତ ,ଜଣେ ଗିରଫ   18-May-2024
  ଜିଲ୍ଲା  
ରୋଡ୍‌ ସୋ’ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀ -ବିଜେଡ଼ିକୁ ସମାଲୋଚନା କଲେ ରଘୁନାଥ ବୀରମହାରାଜପୁର,   18-May-2024
  ଜିଲ୍ଲା  
ପାପଡାହାଣ୍ଡି ବ୍ଲକରେ ଆମ ଓଡ଼ିଶା ନବିନ ଓଡ଼ିଶାରେ ନିମ୍ନ ମାନର ଗାଧୁଆ ଘାଟ ନିର୍ମାଣକରି ସରକାରୀ ପଇସାର ହରି ଲୁଟ ହେଉଛି   18-May-2024
  ଜିଲ୍ଲା  
ସୋନପୁର ସହର ରେ ବିଜେଡି ର ବିଶାଳ ମହିଳା ଶୋଭାଯାତ୍ରା- ଭୋଟ ପ୍ରଚାର କଲେ ଓ ଯୋଡ଼ି ଶଙ୍ଖ ର ବିଜୟ ପଥ ସ୍ପଷ୍ଟ କଲେ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ପରିବାର   18-May-2024

You Might Also Like