-+91-9937148622 |

prerana_bgr@rediffmail.com |

  Monday 19th October 2026 |

| | | |

R.N.I. Regd No. ODIODI/2010/46693

Breaking News

From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   (19-Oct-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   (19-Oct-2026)       ||      ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   (18-Oct-2026)       ||      ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   (18-Oct-2026)       ||      ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (18-Oct-2026)       ||      ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା    (18-Oct-2026)       ||      ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   (18-Oct-2026)       ||      କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା    (18-Oct-2026)       ||      ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   (18-Oct-2026)       ||      ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   (18-Oct-2026)       ||      *ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   (18-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   (18-Oct-2026)       ||      ଭାଇ ଜିଉଁତିଆ: ଭାଇ-ଭଉଣୀର ପବିତ୍ର ବନ୍ଧନର ପର୍ବ   (18-Oct-2026)       ||      ନିଜ ପଦ ପର୍ଯ୍ୟାଦା ର ଗାରିମା ରଖନ୍ତୁ ନବ ନିଯୁକ୍ତ ରାଜ୍ୟପାଳ   (18-Oct-2026)       ||      ସୁବର୍ଣ୍ଣପୁରରେ ତିନି ଦେବୀଙ୍କ ମହାଗୌରୀ ବେଶ ପବିତ୍ରତା ଓ ଶାନ୍ତିର ଦିବ୍ୟ ସ୍ୱରୂପ   (18-Oct-2026)       ||      ବିଜୟପଲ୍ଲୀ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଏବିଭିପିର ବିପୁଳ ବିଜୟ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ♦️ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ   (18-Oct-2026)       ||      କଣ୍ଟାବାଞ୍ଜି ସହରରେ ପୁଣି ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ    (18-Oct-2026)       ||      ଦୋଳ ଗୋବିନ୍ଦ ଦେଓଙ୍କ ଦେହାନ୍ତ   (18-Oct-2026)       ||      ଗଣିତ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା: ଇଣ୍ଡିଆଜ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ହେଲେ ଟିଟିଲାଗଡର ଏକତା ମିଶ୍ର   (18-Oct-2026)       ||     

HOME   ରାଜନୀତି

ଟିଟିଲାଗଡ ବିଜେପିରେ ବିଶାଳମିଶ୍ରଣପର୍ବ,ଦାଦନମୁକ୍ତ ଓଡିଶା ଗଠନ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ ପ୍ରମୋଦ,ବୀରବର,ରଞ୍ଜୁରାଇମନ,ପଞ୍ଚାନନ ପ୍ରମୁଖଙ୍କ ନେତୃତ୍ୱରେ ହଜାର ହଜାର ସମର୍ଥକଙ୍କ ଯୋଗଦାନ

04-May-2024



ବାଲାଙ୍ଗୀର/ଟିଟିଲାଗଡ(ପ୍ରେରଣା ଖବର): ଟିଟିଲାଗଡ ବିଧାନସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ଯୋରଧରିଛି । ବିଜେଡି ଦଳରୁ ଜଳସଂମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପ୍ରାର୍ଥିନୀ ଥିବା ବେଳେ ଚଳିତଥର ତାଙ୍କୁ କଡାଟକ୍କର ଦେଉଛନ୍ତି ବିଜେପି ଦଳରୁ ପ୍ରାର୍ଥି ହୋଇଥିବା ପୌରାଧ୍ୟକ୍ଷା ମମତା ଜୈନଙ୍କ ସ୍ୱାମୀ ନବୀନ ଜୈନ । ତେବେ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ବିରୋଧ କରି ଏକ ବଡ ଗୋଷ୍ଠୀ ବିଜେଡିକୁ ଝଟକା ଦେଇଛନ୍ତି । ବିଜେଡିର ହେଭିୱେଟ ନେତାଗଣ ଦଳଛାଡି ଆଜି ବିଜେପି

ଦଳରେ ଯୋଗ ଦେଇଛନ୍ତି । ଦେଶରେ ମୋଦୀ ହାୱା ବହୁଥିବା ବେଳେ ଟିଟିଲାଗଡ ନିର୍ବାଚନମଣ୍ଡଳିରେ ଏହି ହାୱା ଦ୍ୱିଗୁଣିତ ହୋଇଯାଇଛି । ଟିଟିଲାଗଡ ସହରର ଜଣାଶୁଣା ଯୁବସଂଗଠକ ପ୍ରମୋଦ ପଧାନ, ପଞ୍ଚାନନ ସାହୁ, ରାଜ୍ୟ ସରପଞ୍ଚ ସଂଘର ସଭାପତି ବୀରବର ସାହୁ, ନାରୀନେତ୍ରୀ ରଂଞ୍ଜୁ ରାଇମନ ପ୍ରମୁଖ ଆଜି ତାଙ୍କର ହଜାର ହଜାର ସମର୍ଥକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦପ୍ରାର୍ଥି ସଂଗୀତାକୁମାରୀ ସିଂଦେଓଙ୍କ ଠାରେ ବିଜେପିଦଳରେ ଯୋଗଦେଇଛନ୍ତି । ଆଜି ଦିନ ୧୦ଟାରୁ ଟିଟିଲାଗଡ ସହରର ଐତିହାସିକ ମଦନଜାଲ ଛକରେ ଟିଟିଲାଗଡର ପ୍ରଥମ ବିଜେପି କାଉନସିଲର ସ୍ୱର୍ଗତ ମଦନଜାଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଟିଟିଲାଗଡ ବିଧାୟକ ପ୍ରାର୍ଥି ନବୀନ ଜୈନ, ପୌରାଧ୍ୟକ୍ଷା ମମତା ଜୈନ, ସଂଗଠକ ପ୍ରମୋଦ ପଧାନ, ନଗରସଭାପତି ପ୍ରଶାନ୍ତ ଷଢଙ୍ଗୀ, ଅଶ୍ୱିନୀ ସାହୁ, ପୂର୍ବତନ ପୌରାଧ୍ୟକ୍ଷ ଶୁଭ୍ରାଂଶୁଶେଖର ଦାସ, ସରପଞ୍ଚସଂଘ ସଭାପତି ବୀରବର ସାହୁ, ପଞ୍ଚାନନ ସାହୁ, ବରିଷ୍ଠନେତା ମହେନ୍ଦ୍ର ଠାକୁର, ଅଶୋକ ଦୋରା, ଚ୍ୟାରମେନ ବାଗ, ସୁଦାମ ମହାରଣା ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ୧୦ହଜାର ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଟିଟିଲାଗଡ ସହରର ମଦନଜାଲ ଛକଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ବ୍ୟାଙ୍କଛକ, ବିଜୁପଟ୍ଟନାୟକଙ୍କ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ହାଇସ୍କୁଲପାଖରେ ଥିବା ସଭାସ୍ଥଳରେ ପହଞ୍ଚିଥିଲେ । ସେଠାରେ ବିଜେପିର ଜିଲ୍ଲା ଉପସଭାପତି ଶ୍ରୀବତ୍ସ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦପ୍ରାର୍ଥି ସଂଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି । ଟିଟିଲାଗଡ ବିଧାୟକପ୍ରାର୍ଥି ନବୀନ ଜୈନ, ପୌରାଧ୍ୟକ୍ଷା ମମତା ଜୈନ, ବରିଷ୍ଠନେତା ମହେନ୍ଦ୍ର ଠାକୁର, ଅଶୋକ ଦୋରା, ପୂର୍ବତନ ପୌରାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ଦାସ ପ୍ରମୁଖ ଯୋଗଦେଇ ରାଜ୍ୟସରକାରଙ୍କୁ କଡା ସମାଲୋଚନା କରିଥିଲେ । 
 କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଲେ ଯେ,ଗତ ୨୫ବର୍ଷଧରି ଓଡିଶାରେ ଶାସନ କରୁଥିବା ବିଜେଡି ସରକାରଙ୍କ ଯୋଗୁଁ ଏହି ଅଞ୍ଚଳର ଯୁବକମାନେ ନିଯୁକ୍ତି ପାଉନାହାଁନ୍ତି ଓ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଆଜି ଓଡିଆ ଅସ୍ମିତା ବିପଦରେ ରହିଛି । ରାଜ୍ୟକୁ ଜଣେ ଅଣଓଡିଆ ଶାସନ କରୁଛନ୍ତି। ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢୁଥିବାତାପମାତ୍ରାକୁ ନେଇ  ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ଆଗାମୀ ଦିନରେ ବଲାଙ୍ଗୀର ଜିଲ୍ଲା ମରୁଭୂମୀ ହେବାକୁ ଯାଉଥିବା ନେଇ ରିପୋର୍ଟ ପ୍ରକାଶ ପାଉଛି । ରାଜ୍ୟସରକାର ଏହାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମିଛ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ତେଣୁ ରାଜ୍ୟରେ ଥିବା ସରକାର ବଦଳିବା ଦରକାର ଓ ଟିଟିଲାଗଡରେ ନବୀନ ଜୈନଙ୍କ ଭଳି ଜଣେ ଦକ୍ଷ ବିଧାୟକ ମଧ୍ୟ ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ 

କଲ୍ୟାଣୀ ସାହୁ,କଲ୍ୟାଣୀ ଦାସ,ପ୍ରେମ ବିଶି,ରାଜେଶ ଅଗ୍ରୱାଲ ଓ ବହୁସଂଖ୍ୟାରେ ସରପଞ୍ଚଓ ସମିତିସଭ୍ୟ ମାନେ ବିଜେପି ଦଳରେ ଯୋଗଦେଇଥିଲେ । ଆଜି ଟିଟିଲାଗଡ ସହରରେ ୪୫ଡିଗ୍ରୀ ତାପମାତ୍ରା ଥିଲେ ହେଁ ଏତେ ସଂଖ୍ୟାରେ ନେତା ଓ ସମର୍ଥକ ଯୋଗଦେଇଥିବାରୁ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଭୁତ ହୋଇଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଏହା ପୂର୍ବରୁ ନୂଆପଡାର ଖରିଆର  ଓ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିଠାରେ ନିର୍ବାଚନ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରି ରାଜ୍ୟରେ ସରକାର ପରିବର୍ତ୍ତନ ଦରକାର ବୋଲି କହିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
From Dussehra to Kumar Purnima: The Divine Continuum of Shakti, Prosperity and Knowledge in Odisha   19-Oct-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ♦️ ଲୋୟର ସୁକତେଲରୁ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ   19-Oct-2026
  ଜିଲ୍ଲା  
ଅତାବିରା ସାପ୍ତାହିକ ବଜାର ରେ ମାଁ ଜଗତଜନନୀଙ୍କ ପୂଜା,,,, ଲୋକକଳା ଓ ମନ୍ତ୍ରଧ୍ୱନିରେ କମ୍ପିଲା ୫୩ ନମ୍ବର ଜାତୀୟ ରାଜପଥ   18-Oct-2026
  ଜିଲ୍ଲା  
ପଦଯାତ୍ରା ସଫଳ ନେଇ ବିନିକା ବିଜେଡିର ପ୍ରସ୍ତୁତି   18-Oct-2026
  ମହାନଗର  
ପାଣ୍ଡରାରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   18-Oct-2026
  ଜିଲ୍ଲା  
ଟିଟିଲାଗଡ ସ୍ୱାଧୀନପଡ଼ାର ୬୪ତମ ଦୁର୍ଗା ପୂଜା   18-Oct-2026
  ଜିଲ୍ଲା  
ଦେବୀ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା(କଳାହାଣ୍ଡିର ଘୁମୁରା ବାଦ୍ୟ ଓ କୁକିଆର ବାଡ଼ି ଖେଳରେ ଫୁଲମୁଠୀ ଗ୍ରାମ ପ୍ରକମ୍ବିତ)   18-Oct-2026
  ଜିଲ୍ଲା  
କେନ୍ଦ୍ରୀୟ ରଜକ ସେବା ସଂଘ ଦ୍ଵାରା ନୂତନ ରାଜ୍ୟପାଳ ଙ୍କୁ ଭୁବନେଶ୍ବର ରାଜଭବନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା   18-Oct-2026
  ଜିଲ୍ଲା  
ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ   18-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ୍ ଆୟୋଜକ କମିଟିର ସାମ୍ବାଦିକ ସମ୍ବିଳନୀ.. ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ   18-Oct-2026
  ଜିଲ୍ଲା  
*ବ୍ରାହ୍ମଣଙ୍କୁ ଅଶାଳୀନ ମନ୍ତବ୍ୟ* *ଶିକ୍ଷକ ଅରବିନ୍ଦ ରଣାଙ୍କୁ ତୁରନ୍ତ ଗିରଫ ଦାବୀରେ ଏସପି ଙ୍କୁ ସ୍ମାରକ ପତ୍ର ପ୍ରଦାନ*   18-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ପାଇଁ ସାମ୍ୱାଦିକ ସମ୍ମିଳନୀ*- *ଏବର୍ଷ ପୂଜା ର ବଜେଟ ୨୭ଲକ୍ଷ*   18-Oct-2026

You Might Also Like