-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2026
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ନାଗରିକ କମିଟୀର କାର୍ଯ୍ୟକାରୀ ବୈଠକ ଆଦର୍ଶପଡା ସ୍ଥିତ ଅଫିସରେ ଡ.ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟି ରେଜିଷ୍ଟ୍ରେସନର ନୂତନ ଆଇନ ଅନୁସାରେ ୫ବର୍ଷରେ ଥରେ ନବୀକରଣର ଆବଶ୍ୟକତା ରହିଛି । ଇତିମଧ୍ୟରେ ବଲାଙ୍ଗିର ନାଗରିକ କମିଟୀର ନବୀକରଣ ୨୦୩୧ ପଯ୍ୟନ୍ତ ମଞ୍ଜୁରୀ ହୋଇଥିବାରୁ ଧନ୍ୟବାଦ ପ୍ରସ୍ତାବ ଆଗତ କରି ଜିଲ୍ଲାପ୍ରଶାସନ ର କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବଲାଙ୍ଗିର ସହରରେ ଟାଉନ ବସ୍ ଚଳାଚଳ ହୋଇ ନଥିବାରୁ ପରିବହନ ବିଭାଗକୁ ପତ୍ରାଳାପ କରିବା ପାଇଁ, ବାଏ-ପାସ ରାସ୍ତା ଅବରୋଧକୁ ଜିଲ୍ଲାପାଳଙ୍କ ପତ୍ର ଅନୁଯାଇ ହଟାଇବାପାଇଁ ଜାତୀୟ ରାଜପଥ ବିଭାଗ ତଥା ପୃର୍ତ୍ତବିଭାଗ କାର୍ଯ୍ୟନୁଷ୍ଠାନ କରିବାକୁ ଅନୁରୋଧ କରାଯାଇଛି । ଚଳିତବର୍ଷ ବର୍ଷା ବହୁତ ହେଲା କିନ୍ତୁ ପୋକ ଲାଗିବାରୁ ଚାଷୀ ବର୍ଷାପାଣି ଛାଡି ଦେଲେ । ବର୍ତ୍ତମାନ ବର୍ଷା ଅଭାବରୁ କ୍ଷେତଫାଟି ଆଁ କଲାଣି ।ପୁଇଁନ୍ତଳା ବ୍ଲକ ର ସାଉନ୍ତପୁର, ଚାରପାଲି ଆଦି ଗାଁ ମାନଙ୍କରେ ପାଇପରେ କିଛିକିଛି ପାଣି ବାହାରୁଥିବା ବେଳେ ବଲାଙ୍ଗିର ବ୍ଲକର ଚନ୍ଦନଭାଟି, ମିର୍ଦ୍ଧାପାଲି, ସଦାଇପାଲି ଗ୍ରାମ ପଞ୍ଚାୟତର କୌଣସି ଗ୍ରାମରେ ଲୋୟର ସୁକତେଲ ପ୍ରକଳ୍ପରୁ ପାଇବାକୁ ଆଶା ରଖିଥିବା ପାଇପ ଜଳ କୌଣସି କ୍ଷେତକୁ ଆସୁନାହିଁ । ଫଳରେ ଯଦି ଆଉ ଗୋଟିଏ ବର୍ଷା ନହୁଏ ମରୁଡି ସୁନିଶ୍ଚିତ ବୋଲି ମତ ପ୍ରକାଶ ପାଇଥିଲା । ତେଣୁ ଅତିଶିଘ୍ର ଲୋୟର ସୁକତେଲରୁ ପାଣି ଛାଡିବାକୁ ଦାବୀ କରାଯାଇଛି । ଆଜିର ସଭାରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ.ମଙ୍ଗନଲାଲ ଅଗ୍ରୱାଲ ବିଶେଷ ଅତିଥି ଭାବରେ ଯୋଗଦାନକରି ତଥ୍ୟସହ ଲୋୟର ସୁକତେଲ ପ୍ରକଳ୍ପ ର ବିଭିନ୍ତ ଦିଗ ଉପରେ ଆଲୋକପାତ କରି ପାଇପ୍ ପାଣି ଦ୍ୱାରା ଜଳସେଚନ ସମ୍ଭବ ନୁହେଁ ଏବଂ ଏହାକୁ କେନାଲ ଯୋଗେ ଜଳ ସେଚନ ନକରିବା ପର୍ଯ୍ୟନ୍ତ ଆମେ ଏହାକୁ ବଲାଙ୍ଗିରର ଜୀବନରେଖା ବୋଲି କହିପାରିବା ନାହିଁ ବୋଲିସଭାରେ ପ୍ରକାଶ କରିଥିଲେ । ତାଙ୍କ ବକ୍ତବ୍ୟକୁ ସଭାରେ ସର୍ବସମ୍ମତ୍ତି କ୍ରମେ ଅନୁମୋଦନ କରାଯାଇଥିଲା । ପୁନଶ୍ଚ ଏହି ପ୍ରସଙ୍ଗରେ ଲୋୟର ସୁକତେଲ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ କିଛିତଥ୍ୟ ମଗାଯାଇଛି ଯେଉଁଥିରେ ପାୱାର ଜେନେରେସନ ଏବଂ ପାଇପ ଯୋଗେ ଜଳସେଚନ କେତେ ଫଳପ୍ରଦ ହେବ, ଜଣାଇବାପାଇଁ ଅନୁରୋଧ କରାଯାଇଛି ବୋଲି ସଭାପତି ଶ୍ରୀ ମିଶ୍ର ପ୍ରକାଶ କରି ଥିଲେ । ତଥ୍ୟ ମିଳିଲାପରେ କେନାଲ ଯୋଗେ ଜଳସେଚନ ପାଇଁ ଦାବୀ କରିବା ସଙ୍ଗେସଙ୍ଗେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଲୋଚନାରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ଡା. ପ୍ରମୋଦ କୁମାର ମିଶ୍ର, ସହ-କୋଷାଧ୍ୟକ୍ଷ ସତ୍ୟବାଦୀ ନାଏକ, ସଦସ୍ୟ ପ୍ରଫୁଲ୍ଲ କୁମାର ମିଶ୍ର, ମୋତିଲାଲ ସହାୁ, ତରୁଣ କୁମାର ମିଶ୍ର, ବିନୋଦ ବିହାରୀ ପାଣିଗ୍ରାହୀ ଓ ଗୋପବନ୍ଧୁ ପୁରୋହିତ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।