-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||      *ପ୍ରଧାନ ଶିକ୍ଷୟତ୍ରୀ ସୁଭାଷିନୀ ନନ୍ଦ ଙ୍କ ବିୟୋଗ*- *ସୋନପୁର ଓ କଟକ ରେ ଶୋକ*- *ଅନ୍ତିମ ସଂସ୍କାର ରେ ଯୋଗ ଦେଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ*-   (19-Oct-2026)       ||     

HOME   ରାଜନୀତି

ବଲାଙ୍ଗିର ରାଜନୀତି : ବିଜେଡି ଟାର୍ଗେଟ ମହିଳା ଭୋଟ, ବିଜେଡି ପାଇଁ ପ୍ରଚାରରେ ସକ୍ରିୟ ମହିଳା ଟିମ୍

30-Apr-2024



ବଲାଙ୍ଗିର(ପ୍ରେରଣା ଖବର ): ବଲାଙ୍ଗୀର ସଦର ବିଧାନସଭା ଆସନରେ ଶାସକ ବିଜେଡିଦଳ ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଛି । ବଲାଙ୍ଗୀରର ପାରଂମ୍ପରିକ ପ୍ରତିଦ୍ୱନ୍ଦି ରାଜପରିବାର ଓ ମିଶ୍ର ପରିବାର ମଧ୍ୟରେ ଚଳିତ ନିର୍ବାଚନ ପୁଣିଥରେ ରୋଚକ ହେଉଛି । ଏହି ଆସନରେ କଂଗ୍ରେସଦଳରୁ ଭେଟେରାନ ଲିଡର ନରସିଂହ ମିଶ୍ର ଦୁଇଥର ନିର୍ବାଚନ ଜିଣିଛନ୍ତି । ଏହା ପୂର୍ବରୁ ୧୯୯୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ବିଜେଡିଦଳର ଭେଟେରାନ ଲିଡର ଅନଙ୍ଗଉଦୟ ସିଂଦେଓ ବିଧାୟକ ଥିଲେ । ତେବେ ଗତଦୁଇଥର ପରାଜିତ ହୋଇଥିବା ରାଜପରିବାର ଚଳିତଥର ଅନଙ୍ଗଙ୍କ ବଡପୁଅ ପୂର୍ବତନ ସାଂସଦ କଳିକେଶନାରାୟଣ ସିଂଦେଓଙ୍କୁ ବିଜେଡିରୁ ପ୍ରାର୍ଥି କରାଇଛି । ସେପଟେ କଂଗ୍ରେସରୁ ନରସିଂହ ମିଶ୍ରଙ୍କ ସାନପୁଅ ତଥା ଗତ ୨୦୧୯ରେ ସାଂସଦପ୍ରାର୍ଥି ହୋଇ ହାତିଯାଇଥିବା ସମରେନ୍ଦ୍ର ମିଶ୍ର ପ୍ରାର୍ଥି ହୋଇଛନ୍ତି । ଉଭୟ ଦଳ ଓ ପରିବାର ଭୋଟରଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚଳାଇଛନ୍ତି । ଇତି ମଧ୍ୟରେ କଳିକେଶଙ୍କ ପାଇଁ ତାଙ୍କ ଧର୍ମପତ୍ନୀ ମେଘନା ରାଣା ସିଂଦେଓ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବଲାଙ୍ଗୀର ସହରର ବିଭିନ୍ନ ପଡାମାନଙ୍କୁ ବୁଲି ସ୍ୱାମୀ କଳିକେଶଙ୍କ ପାଇଁ ଭୋଟଭିକ୍ଷା କରୁଛନ୍ତି । ମେଘନା ହେଉଛନ୍ତି ନେପାଳର ରାଜକୁମାରୀ । ସେ କଳିକେଶଙ୍କୁ ବିବାହ କରି ବଲାଙ୍ଗୀର ଚୌହାନ ରାଜବଂଶର ବୋହୁ ହୋଇଛନ୍ତି । ଜଣେ ଉଚ୍ଚଶିକ୍ଷିତା ମହିଳା ହୋଇଥିବା ବେଳେ ତାଙ୍କର ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରୁଛି । ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ମିଶି ମହିଳା ଟିମକୁ ନେଇ ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି । ରାଜବଧୁଙ୍କୁ ପାଇ ମହିଳାମାନେ ଉତ୍ସାହିତ ହେଉଛନ୍ତି ।  ବଲାଙ୍ଗୀର ବିଜେଡି ଦଳରେ ମହିଳା ଟିମ ଖୁବ ସକ୍ରିୟ ରହିଛନ୍ତି । ପୂର୍ବରୁ ବଲାଙ୍ଗୀର ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ,ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ତଥା ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ,ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା,ଉପାଧ୍ୟକ୍ଷା ଲିପିଶ୍ରୀ ସାଏ,ରାଜ୍ୟସଂପାଦିକା ସାଗରିକା ଗୁରୁ,କାଉନସିଲର ସରିତା ଦାସ ଓ ଅନ୍ୟାନ୍ୟ ମହିଳା କାଉନସିଲର ପ୍ରଚାର ମଇଦାନରେ ରହିଛନ୍ତି । ଘରକୁ ଘର ବୁଲି ନବୀନ ସରକାର ଅମଳରେ ହୋଇଥିବା ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ କହୁଛନ୍ତି । ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ହୋଇଥିବା ବିକାଶକାମ ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି । ମୁଖ୍ୟତଃ ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେଡି ପୁରାଦମରେ ପ୍ରଚାର ଅଭିଯାନକୁ ଯୋରଦାର କରିଛି । ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ମୋଟ-୨,୩୮,୮୪୨ ଭୋଟର ରହିଥିବା ବେଳେ ସେଥିରୁ ମହିଳା-୧,୧୭,୮୭୩ ଜଣ ମହିଳା ଭୋଟର ରହିଛନ୍ତି । ସେଥିରୁ ପ୍ରାୟ ୭୫% ଭୋଟ ପଡିଲେ ପ୍ରାୟ ୮୦ହଜାର ଭୋଟ ମହିଳାଙ୍କର ପୋଲିଂ ହେବାକୁ ଯାଉଛି । ସେହି କାରଣରୁ ରାଜନୈତିକଦଳମାନଙ୍କ ପକ୍ଷରୁ ମହିଳା ଭୋଟରଙ୍କୁ ଟାର୍ଗେଟ କରି କାର୍ଯ୍ୟକ୍ରମମାନ କରାଯାଉଛି । ବିଭିନ୍ନ ସମୟରେ ମହିଳା ସମାବେଶ ମଧ୍ୟ କରାଯାଉଛି । ତେବେ ମେଘନାଙ୍କ ଡୋର ଟୁ ଡୋର କ୍ୟାମ୍ପେନ ଲୋକଙ୍କୁ ପ୍ରଭାବିତ କରୁଥିବା ଲକ୍ଷ୍ୟ କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026
  ଜିଲ୍ଲା  
ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   20-Oct-2026

You Might Also Like