-+91-9937148622 |

prerana_bgr@rediffmail.com |

  Friday 17th May 2024 |

| | | |

R.N.I. Regd No. ODIODI/2010/46693

Breaking News

ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   (17-May-2024)       ||      ୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   (17-May-2024)       ||      ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   (17-May-2024)       ||      ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   (17-May-2024)       ||      ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   (17-May-2024)       ||      ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   (17-May-2024)       ||      କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   (17-May-2024)       ||      ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   (17-May-2024)       ||      ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   (17-May-2024)       ||      ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   (17-May-2024)       ||      ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   (17-May-2024)       ||      ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ    (16-May-2024)       ||      କଣ୍ଟାମାଲ ନିର୍ବାଚନ ମଣ୍ଡଳୀରେ ବିଜେପି,ବିଜେଡି ର ଜୋରଦାର ପ୍ରଚାର   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ୧୦ ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ .ଏସ ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ ର ସମୀକ୍ଷା:-   (16-May-2024)       ||      ଶାସକ ଦଳ କର୍ମୀ ଏବଂ ନେତା ଧମକ ଚମକ ଦେବା ଅଭିଯୋଗ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡିଆଳ ଥାନା ରେ ଲିଖିତ ଅଭିଯୋଗ,   (16-May-2024)       ||      କଳାକାର ମାନଙ୍କୁ ସମ୍ବର୍ଦ୍ଧନା   (16-May-2024)       ||      ନବୀନ-ଅନଙ୍ଗଙ୍କ ବଢୁଛି ଘନିଷ୍ଠତା,ବଲାଙ୍ଗୀର ପାଇଁ ଶୁଭଙ୍କର   (16-May-2024)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଓବିସି ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ   (16-May-2024)       ||      ସିବିଏସଇ ଦ୍ଵାଦଶ ବିଜ୍ଞାନ ରେ କେ. ସ୍ନେହା ରାଜ୍ୟ ଓଏଭି ଟପ୍ପର ହେଲେ ଓ ସୋନପୁର ର ଗୌରବ ବଢାଇଲେ   (16-May-2024)       ||     

HOME   ଅପରାଧ

ଟିଟିଲାଗଡ ନିର୍ବାଚନ ମଣ୍ଡଳିରେ ନିର୍ବାଚନୀ ହିଂସା.. ବିଜେପିପ୍ରାର୍ଥିଙ୍କ ଘରକୁ ପଶି ଧମକ ଅଭିଯୋଗ,ଥାନାରେ ଉଭୟ ପଟୁ ଏତଲା

30-Apr-2024



ବଲାଙ୍ଗୀର/ଟିଟିଲାଗଡ଼ (ପ୍ରେରଣା ଖବର )ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଆରମ୍ଭ ହୋଇଯାଇଛି । ମୁଖ୍ୟତଃ ଟିଟିଲାଗଡର ଶାସକ ଦଳ ଓ ପ୍ରତିପକ୍ଷ ଭାଜପା ଦଳ ମଧ୍ୟରେ ହିଂସା କରାଯାଉଥିବା ନେଇ ଆରୋପ ପ୍ରତ୍ୟାରୋପ କରାଯାଇଛି । ଏନେଇ ଥାନାଠୁ ଆରମ୍ଭ କରି ନିର୍ବାଚନ କମିଶନ ପର୍ଯ୍ୟନ୍ତ କଥା ପହଞ୍ଚିଲାଣି । କିନ୍ତୁ ପ୍ରଶାସନର ନୀରବତା ଏହି ନିର୍ବାଚନୀ ହିଂସାକୁ ବଢାଇଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିଦଳର ହେଭିୱେଟ ନେତ୍ରୀ କ୍ୟାବିନେଟ ମନ୍ତ୍ରୀ ଟୁକୁନୀ ସାହୁ ବିଜେଡିରୁ ପ୍ରାର୍ଥି ହୋଇଥିବା ବେଳେ ବିଜେପିରୁ ଟିଟିଲାଗଡ ପୌରାଧ୍ୟକ୍ଷା ଥିବା ମମତା ଜୈନଙ୍କ ସ୍ୱାମୀ ନବୀନ ଜୈନ ପ୍ରାର୍ଥି ହୋଇଛନ୍ତି । ଗତ ପୌର ନିର୍ବାଚନରେ ମମତା ଜୈନ ବିଜେପି ଦଳରୁ ପୌର ନିର୍ବାଚନ ଲଢି ବିଜେଡିଦଳକୁ ପରାସ୍ତ କରିଦେଇ ଥିଲେ । ଫଳରେ ସେହିଦିନରୁ ଉଭୟ ବିଜେଡି ଓ ବିଜେପିଦଳ ମଧ୍ୟରେ ବିଦ୍ୱେଷ ବଢିଚାଲିଛି । ଗତ ଗୋଟିଏ ବର୍ଷହେଲା ନବୀନ ଜୈନ ଏହି ନିର୍ବାଚନମଣ୍ଡଳିରେ ସଂଗଠନ ବଢାଇ ଲୋକସମ୍ପର୍କ ରଖୁ ଆସୁଛନ୍ତି । ଏହା ସହିତ ମୋଦୀ ହାୱା ମଧ୍ୟ ରହିଛି । ସେହି ଦୃଷ୍ଟିରୁ ଚଳିତଥର ନବୀନ ଜୈନ ବିଜେପି ବିଧାୟକ ପ୍ରାର୍ଥି ହେଲାପରେ ବିଜେଡିଦଳ ଓ ବିଜେପି ମଧ୍ୟରେ ନିର୍ବାଚନରେ କଡାଟକ୍କର ହେବ ବୋଲି ଆକଳନ କରାଯାଉଛି । ମୁଖ୍ୟତଃ ମନ୍ତ୍ରୀ ଟୁକୁନୀ ସାହୁ ଗତ ଦୁଇଥର ହେଲା ଟିଟିଲାଗଡ ନିର୍ବାଚନ ମଣ୍ଡଳିର ବିଧାୟିକା ରହିଛନ୍ତି । ତାଙ୍କର କିଛି ସମର୍ଥକଙ୍କ କାର୍ଯ୍ୟକଳାପରେ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ସେହି କାରଣରୁ ତାଙ୍କର ଆଣ୍ଟିଇନକମବେନ୍ସୀ ଫେକ୍ଟରକୁ ନେଇ ନବୀନ ନିର୍ବାଚନରେ ବାଜି ମାରିନେବେ ବୋଲି ଆଶା ରଖିଛନ୍ତି । ସେପଟେ କିନ୍ତୁ ବିଜେଡିଦଳ କଂଗ୍ରେସର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇଙ୍କୁ ବିଜେଡିଦଳକୁ ଆଣି ସାଂସଦ ପ୍ରାର୍ଥି କରିଛି । ଫଳରେ ବିଜେଡିର ସ୍ଥିତିରେ ପରିବର୍ତ୍ତନ ଆସିଛି । ତେବେ ଉଭୟ ବିଜେଡି ଓ ବିଜେପି ଦଳ ମଧ୍ୟରେ ବିଦ୍ୱେଷ ବଢି ହିଂସାର ରୂପ ନେଉଛି । ଗତ କିଛିଦିନ ତଳେ ବିଜେପିଦଳର ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ବ୍ୟାଙ୍କ ଛକରେ ବିଜେଡି ଦଳର କିଛି ଗୁଣ୍ଡାଶ୍ରେଣୀୟ ଯୁବକ ଗତଥର ବିଜେପିର ପ୍ରାର୍ଥି ହୋଇଥିବା ଗୁଡଭେଲାର ଅଶୋକ ଦୋରା ଓ ଆଉଜଣେ ବିଜେପିନେତା ରାସ୍ତାଉପରେ ଅଟକାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଧମକ ଦେଇଥିବା ଭିଡିଓ ଭାଇରାଲ ହୋଇଥିଲା । ଯେଉଁ ଯୁବକମାନେ ଧମକ ଦେଇଥିଲେ ସେମାନେ ହିଁ ଅଶୋକକୁ ଭୟଭିତ କରୁଥିବା ଭିଡିଓକୁ ଭାଇରାଲ କରି ଆଗକୁ ପରିସ୍ଥିତି ଭୟାନକ ହେବ ବୋଲି ଚେତାବନୀ ଦେଉଥିଲେ । ଏନେଇ ବିଜେପିପ୍ରାର୍ଥି ନବୀନ ଜୈନ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ପ୍ରଶାସନ କିଛି ମଧ୍ୟ  ପଦକ୍ଷେପ ନେଲା ନାହିଁ । ଏହାର ଦୁଇଦିନ ପରେ ଗୁଡଭେଲା ବ୍ଲକର ଜିଲ୍ଲାପରିଷଦ ସଭ୍ୟ ଥିବା ରାମନିବାସ ଅଗ୍ରୱାଲଙ୍କ ଘରକୁ କିଛି ବିଜେପି ସମର୍ଥକ ଟେକାପଥର ମାଡ କରି ଭୟଭିତ କରାଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି । ବିଜେପିଦଳର ସମର୍ଥକ ରୋହିତ ବାଗ ଓ ପୃଥ୍ୱୀରାଜ ବାଗ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।  ତେବେ ସବୁଠୁ ବଳିଯାଇଛି ସୋମବାରଦିନର ଘଟଣା । ସୋମବାର ଦିନ ବିଜେପି ପ୍ରାର୍ଥି ନବୀନ ଜୈନ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରାୟ ୧୫ହଜାରରୁ ଅଧିକ ସମର୍ଥକଙ୍କୁ ନେଇ ରାଲିକରି ତାଙ୍କର ଶକ୍ତିପ୍ରଦର୍ଶନ କରିଥିଲେ । କିନ୍ତୁ ସେପଟେ ତାଙ୍କ ଘରେ ଏକ ଅଘଟଣ ଘଟିଥିଲା । ଚୁଡାମନୀ ଭରାସାଗର କିଛି ଯୁବକ ମାତାଲ ଅବସ୍ଥାରେ ପହଞ୍ଚି ନାମାଙ୍କନ ପ୍ରତ୍ୟାହାର କରିବାକୁ କୁଆଡେ ଧମକ ଦେଇ ଗାଳିଗୁଲଜ କରି ଜୀବନରେ ମାରିଦେବାର ଧମକ ଦେଇଥିଲେ । ଏନେଇ ନବୀନ ଜୈନଙ୍କ ପତ୍ନୀ ମମତା ଜୈନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅପରପକ୍ଷର ଯୁବକମାନେ ମଧ୍ୟ ସେମାନଙ୍କୁ ଜାତିଆଣ ଅକ୍ଷେପ କରି ନିବୀନ ଜୈନ ଓ ତାଙ୍କ ପୁଅ ଗାଳିଗୁଲଜ କରି ଘରୁ ତଡିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ହୋଇଥିବା ଏତଲାକୁ ଭିତ୍ତିକରି ଟିଟିଲାଗଡ ପୋଲିସ ଦୁଇଟି ମାମଲା ରହୁ କରି ତଦନ୍ତ କରୁଥିବା ଜଣାଯାଇଛି । ତେବେ ଏନେଇ ବିଜେପିପ୍ରାର୍ଥି ନବୀନ ଜୈନଙ୍କୁ ପଚାରିବାରୁ କହିଛନ୍ତି ଯେ,ଶାସକଦଳକୁ ହାରିବାର ଭୟ ରହିଛି । ଗତକାଲିର ବିଶାଳ ଶୋଭାଯାତ୍ରା ଦେଖି ମନ୍ତ୍ରୀ ଭୟଭିତ ହୋଇଯାଇଛନ୍ତି । ତେଣୁ ବିଭିନ୍ନ ସମୟରେ ମୋତେ ଭୟଭିତ କରିବାକୁ ତାଙ୍କ ଲୋକମାନଙ୍କୁ ଓ ପ୍ରଶାସନକୁ ଲଗାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ ଭୟଭିତ ହେବେ ନାହିଁ ନିର୍ବାଚନ ପ୍ରଚାରକୁ ଯୋର ଧରାଇବେ ବୋଲି କହିଛନ୍ତି । ସେପଟେ ବିଜେଡି ପ୍ରାର୍ଥିନୀ ଟୁକୁନି ସାହୁଙ୍କୁ ପଚାରିବାରୁ ନବୀନ ଜୈନ ଓ ମମତା ଜୈନଙ୍କ କଥାବାର୍ତ୍ତାରେ ଶାଳୀନତା ନାହିଁ । ତେଣୁ ବହୁତ ସମୟରେ ଲୋକଙ୍କ ସହ ତାଙ୍କର ଝଗଡା ହେଉଛି । ଗତକାଲିର ବିଷୟରେ ମୁଁ ଜାଣିନାହିଁ କିନ୍ତୁ ଆମେ କୌଣସ ଝଗଡା କରାଉନାହୁଁ ବୋଲି ଟୁକୁନୀ ସାହୁ କହିଛନ୍ତି । ତେବେ ନିର୍ବାଚନକମିଶନ ଓ ପ୍ରଶାସନ ନୀରପେକ୍ଷ ନିର୍ବାଚନ ପରିଚାଳନା କରିବା ନେଇ ଯେଉଁପ୍ରତିଶୃତି ଦେଉଛି ତାହା କେତେପୂରଣ ହେବ ତାହା ଉପରେ ସନ୍ଦେହ ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ରାଜନୀତି  
ରାମ ଅବତାର ଜୈନ ହେଲେ ସିନ୍ଧେକେଲା ତେରାପଂଥ ସଭାର ନୂତନ ଅଧ୍ୟକ୍ଷ , ପୂର୍ବ ଅଧ୍ୟକ୍ଷ ବଜରଙ୍ଗ ଜୈନ ଠାରୁ କାର୍ଯ୍ୟଭାର ଗ୍ରହଣ   17-May-2024
  ଜିଲ୍ଲା  
୫୦ବର୍ଷ ପୂର୍ତ୍ତି ବିବାହୋତ୍ସବ ଅଭିନବ ଭାବେ ପାଳନ ।   17-May-2024
  ଜିଲ୍ଲା  
ବିଜେଡି ର ପାପ ପେଡି ପୁସ୍ତକ କୁ ଉନ୍ମୋଚନ କଲେ ଛତିଶ ଗଡ଼ କ୍ୟାବିନେଟ୍ ପାହ୍ୟା ନେତା   17-May-2024
  ଜିଲ୍ଲା  
ଜିଲ୍ଲା ବିଜେଡି ଅଫିସ୍ ରେ ବିଜେଡ଼ିର ମିଶ୍ରଣ ପର୍ବ*-   17-May-2024
  ଜିଲ୍ଲା  
ସୋନପୁର ବି ଜେ ପି ବିଧାୟକ ପ୍ରାର୍ଥୀ ଙ୍କ ସାମ୍ୱାଦିକ ସମ୍ମିଳନୀ- ୨୫ ବର୍ଷ ର କେନ୍ଦ୍ର ଅନୁଦାନ କୁ ଠିକାଦାର ଙ୍କ ସହ ଲୁଟି ଖାଇଛି ଏ ସରକାର- ପ୍ରମୋଦ ମହାପାତ୍ର   17-May-2024
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ନିଖିଲ ଓଡିଶା ଅଙ୍ଗନବାଡି ସଙ୍ଘ ତରଫରୁ ଡାବୁଗାଁ ଠାରେ ସହାୟିକା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।   17-May-2024
  ଅପରାଧ  
କଂଗ୍ରେସର ସାମ୍ବାଦିକସମ୍ବିଳନୀ.. ଅଜୟ କୁମାରଙ୍କ ଚିଠି ଜାଲିଆତି କରାଯାଇଛି-ସମରେନ୍ଦ୍ର   17-May-2024
  ରାଜନୀତି  
ସଇଁତଳାରେ ରାଜନୈତିକହିଂସା.. ବିଜେପିପ୍ରାର୍ଥିଙ୍କୁ ହତ୍ୟାଉଦ୍ୟମ,ସହଯୋଗୀଙ୍କୁ ଆକ୍ରମଣକରି ଅପହରଣ ୫ ଅଭିଯୁକ୍ତ ଗିରଫ,ଥାନାରେ ପାଲଟା ଅଭିଯୋଗ   17-May-2024
  ଜିଲ୍ଲା  
ସିନ୍ଧେକେଲା ସରପଞ୍ଚ ଦ୍ୱାରା ବାଇକ ରେଲି ସହ ସଭା ଆୟୋଜନ   17-May-2024
  ଜିଲ୍ଲା  
ନିର୍ବାଚନରେ ରୋକାଲ ପଞ୍ଚାୟତର ମତଦାନ ହାର   17-May-2024
  ରାଜ୍ୟ  
ଡୁଡୁକାସିରା ଗ୍ରାମ ପଥପ୍ରାନ୍ତ ଜଙ୍ଗଲରେ ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ଅଜଣା ଯୁବକଙ୍କ ମୃତ ଶରୀର   17-May-2024
  ଜିଲ୍ଲା  
ପାଟଣାଗଡ଼ ଏନଏସି ର ବିଭିନ୍ନ ୱାର୍ଡ଼ କୁ ଯାଇ ଭୋଟ ପ୍ରଚାର କଲେ ବିଧାୟକ ପ୍ରାର୍ଥୀ, ବିଜେଡି ରେ ସାମିଲ ହେଲେ ଅନେକ ଯୁବକ   16-May-2024

You Might Also Like