-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2026
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଘୋଡ଼ା ଘାଟ ପଡା ବାସିନ୍ଦା ତଥା ସୋନପୁର ର ପ୍ରାକ୍ତନ ତହସିଲଦାର ସ୍ଵର୍ଗତ ରାମ ଶଙ୍କର ମିଶ୍ର ଙ୍କ ଦ୍ୱିତୀୟ ବଧୂ ସୁଭାଷିନୀ ନନ୍ଦ ଙ୍କ ମହା ସପ୍ତମୀ ତିଥି ରେ ବିୟୋଗ ଘଟିଛି l ଶ୍ରୀମତୀ ନନ୍ଦ ଦେବଗଡ, ବରଗଡ଼, କଣ୍ଟାବାଞ୍ଜି ଓ ଟିଟିଲାଗଡ ବିଭିନ୍ନ ହାଇସ୍କୁଲ ମାନଙ୍କ ରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଶୃଂଖଳା ଦକ୍ଷତା ର ସହ କାର୍ଯ୍ଯ କରି ଆସୁଥିଲେ l ଅବସର ପରେ ସେ ସୋନପୁର ଥନା ପତି ପଡା ସ୍ଥିତ କୃଷ୍ଣାୟନ ବାସ ଭବନ ରେ ସ୍ୱାମୀ ବୀରେନ୍ଦ୍ର କୁମାର ମିଶ୍ର ଙ୍କ ସହ ରହୁଥିଲେ l ଶେଷ ସମୟରେ ସେ ଜରୁରୀ ଚିକିତ୍ସା ପାଇଁ କଟକ ରେ ଝିଅ ନିବେଦିତା ଦାଶ ଙ୍କ ଘରେ ରହୁଥିଲେ l ତାଙ୍କ ଶେଷ ଇଚ୍ଛା ଅନୁସାରେ ଶ୍ରୀମତୀ ନନ୍ଦ ଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗ ଦ୍ୱାର ଠାରେ କରା ଯାଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ଅଭିନାଶ ମିଶ୍ର, ବଧୂ ସୁନାୟନା ମିଶ୍ର, ଝିଅ ନିବେଦିତା ଜ୍ୱାଇଁ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ, ନାତୁଣୀ ଓଡ଼ିଶା ସରକାର ଙ୍କ ଅତିରିକ୍ତ ସରକାରୀ ଓକିଲ ବିଶ୍ୱଵାରା ଦାଶ ଉପସ୍ଥିତ ଥିଲେ l