-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||     

HOME   ରାଜନୀତି

ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଆଗାମୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ

01-Mar-2024



ଭୁବନେଶ୍ୱର(ପ୍ରେରଣା ଖବର ): ସୁନାମଧନ୍ୟ ଆଇ. ଟି ବିଶେଷଜ୍ଞ ଏବଂ ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର ର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ଡ଼ଃ ରବୀନ୍ଦ୍ର ନାରାୟଣ ବେହେରା ଆଗାମୀ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଟିକେଟରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ଉଜ୍ଜ୍ବଳ ଥିବା ଜଣାଯାଉଛି। ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ହାଟସାହି ନିବାସୀ ଡଃ ବେହେରା ଯାଜପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଯାଜପୁରର

ଘରେ ଘରେ ରବି ବାବୁ ଭାବରେ ଲୋକପ୍ରିୟ, ଡ଼ଃ ବେହେରା ଦୀର୍ଘ ୫ ବର୍ଷ ହେଲା ଏହି ଅଞ୍ଚଳରେ ଜନସଂପର୍କ ରଖି ଆସୁଛନ୍ତି। ୨୦୧୯ ମସିହାରେ ସରକାରୀ ଚାକିରୀ ରୁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିବା ପରେ ଡ଼ଃ ବେହେରା ଆନୁଷ୍ଠାନିକ ଭାବେ ବି. ଜେ. ପି ରେ ଯୋଗ ଦେବା ପରଠୁ ଯାଜପୁର ନିର୍ବାଚନ ମଣ୍ଡଳୀବାସୀଙ୍କର ସେବା ଓ ସ୍ୱାର୍ଥ ରକ୍ଷା ଉଦ୍ଦେଶ୍ୟରେ ନିଜକୁ ନିୟୋଜିତ କରି ଆସିଛନ୍ତି। ଜଣେ ଲୋକପ୍ରିୟ ଜନନେତା, ଅଗ୍ରଣୀ ସମାଜସେବୀ, ମିଷ୍ଟଭାଷୀ ବ୍ୟକ୍ତି, ଦରଦୀ ମାନବ, ଭଦ୍ରଲୋକ ରାଜନୀତିଜ୍ଞ ଏବଂ ପରୋପକାରୀ ମଣିଷ ଭାବରେ ଡ଼ଃ ବେହେରାଙ୍କ ର ବେଶ୍ ସୁଖ୍ୟାତି ରହିଛି। ନିଜର ପ୍ରଥମ ନିର୍ବାଚନୀ ପ୍ରୟାସରେ ଡଃ ବେହେରା ବିଜୁ ଜନତା ଦଳର ଗଡ଼ କୁହାଯାଉଥିବା ଯାଜପୁରରେ ବି. ଜେ.ପି ପକ୍ଷରୁ ବାଜି ମାରିବାରେ ସକ୍ଷମ ହେବେ ବୋଲି ପର୍ଯ୍ୟବେକ୍ଷକ ମାନେ ମତ ପ୍ରକାଶ କରୁଛନ୍ତି। 

ନିଜର ୩୧ ବର୍ଷର ଚାକିରୀ କାର୍ଯ୍ୟକାଳ ମଧ୍ୟରେ ଡଃ ବେହେରା ଓଡ଼ିଶା ଓ ଜାତୀୟ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଖୁବ ସଫଳତା ଅର୍ଜନ କରିଛନ୍ତି। ଓଡ଼ିଶା ରାଜ୍ୟ ଇନଫର୍ମେଟିକ୍ସ ସେଣ୍ଟର ର ବରିଷ୍ଠ ନିର୍ଦ୍ଦେଶକ ଭାବରେ ଡଃ ବେହେରା ରାଜ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବୈପ୍ଲବିକ ବିକାଶ କ୍ଷେତ୍ରରେ ବ୍ୟାପକ ଯୋଗଦାନ ପ୍ରଦାନ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପୁରୀ ଶ୍ରୀମନ୍ଦିରରେ ୧୯୯୮ ମସିହାରେ ଅନଲାଇନ୍ ଚାନ୍ଦା ପୈଠ ବ୍ୟବସ୍ଥା ସହିତ ଡାଇନାମିକ ପୋର୍ଟାଲ ଆରମ୍ଭ କରାଯିବା ଡଃ ବେହେରାଙ୍କ ଯୋଗୁଁ ସମ୍ଭବପର ହୋଇଥିଲା। ତାଙ୍କର ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ଅବଦାନ ମଧ୍ୟରେ ଓଡ଼ିଶା ସରକାର, ରାଜଭବନ, ହାଇକୋର୍ଟ, ଓଡ଼ିଶା ପୁଲିସ ତଥା ଉତ୍କଳ ଓ ରମାଦେବୀ ବିଶ୍ଵବିଦ୍ୟାଳୟ ଆଦିକୁ ମିଶାଇ ମୋଟ ୩୦୦ଟି ଉତ୍ସର୍ଗୀକୃତ ମହତ୍ତ୍ୱପୂର୍ଣ୍ଣ ୱେବସାଇଟର  ଶୁଭାରମ୍ଭ ଅନ୍ୟତମ। ନିଜର ଅନନ୍ୟ ପ୍ରତିଭା ଓ ଉତ୍କୃଷ୍ଟ ପାରଦର୍ଶିତା ପାଇଁ ଡଃ ବେହେରା ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବହୁ ସମ୍ମାନାସ୍ପଦ ପୁରସ୍କାର ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏ ମଧ୍ୟରେ ବାଲି ଦ୍ଵୀପ ଠାରେ ବିଶ୍ଵ ଗୌରବ ପୁରସ୍କାର, ସମାଜ ସେବା ପୁରସ୍କାର, ନେଲସନ ମାଣ୍ଡେଲା ଆନ୍ତର୍ଜାତିକ ଶାନ୍ତି ପୁରସ୍କାର, ଅନ୍ତର୍ଜାତୀୟ ଓ ଏସୀୟ ଶିକ୍ଷା ପୁରସ୍କାର, ଇ - ଇଣ୍ଡିଆ ଓ ଇ - ୱାର୍ଲଡ୍ ପୁରସ୍କାର ଆଦି ଅନ୍ୟତମ। ଏବେ କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆର ପୂର୍ବତନ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ, ୱାର୍ଲଡ୍ ଓଡ଼ିଶା ସୋସାଇଟିର ଆଇ.ଟି ସାଧାରଣ ସମ୍ପାଦକ, ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନର ପରାମର୍ଶଦାତା ସଦସ୍ୟ, ଭାରତୀୟ ଦୁର୍ନୀତି ନିରୋଧ ପ୍ରତିଷ୍ଠାନର ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ, ଜାତୀୟ ସ୍ବେଚ୍ଛାସେବୀ ସଂଗଠନ ସଂଘର ସାଧାରଣ ସମ୍ପାଦକ, ସ୍ୱାଭିମାନ ବିଚାର ମଂଚର ସାଧାରଣ ସମ୍ପାଦକ ଏବଂ ବୁଦ୍ଧିଜୀବି ଅନୁଷ୍ଠାନ ଭଏସ୍ ଅଫ ଯାଜପୁରର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଭୃତି ଦାୟିତ୍ଵ ସମ୍ପନ୍ନ ପଦବୀର ଅଧିକାରୀ ଡ଼ଃ ବେହେରା, ଯାଜପୁର ର ସର୍ବାଙ୍ଗୀନ ଭାଗ୍ୟୋଦୟ ପାଇଁ ସଂକଳ୍ପବଦ୍ଧ ଓ ସାଧନାରତ ଅଛନ୍ତି। ଯାଜପୁରରେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଜଳସେଚନ ଏବଂ କୃଷି ବ୍ୟବସ୍ଥା ତଥା ଅତ୍ୟାଧୁନିକ ଭିତ୍ତିଭୂମି ଓ ଉନ୍ନତମାନର ମାନବ ଜୀବନ ଧାରଣ ସୁବିଧା ଉପଲବ୍ଧ କରାଇବା ତାଙ୍କର ଜୀବନର ସ୍ବପ୍ନ ବୋଲି ଡଃ ବେହେରା ସୂଚାଇଛନ୍ତି। 

୧୯୯୦ ମସିହାରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସକ୍ରୀୟ ସଦସ୍ୟ ରହି ଆସିଥିବା ଡଃ ବେହେରା ପୂର୍ବ ପ୍ରାନ୍ତର ଉପସଂଯୋଜକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଓଡ଼ିଶାର ଜଣେ ଜଣାଶୁଣା  ହରିଜନ ନେତା ଭାବରେ ପ୍ରସିଦ୍ଧ ଡଃ ବେହେରା, ବିଜେପିର ଦଳୀୟ ସ୍ତରରେ ବିଭିନ୍ନ ମର୍ଯ୍ୟାଦା ସମ୍ପନ୍ନ ପଦରେ ରହି ଉଲ୍ଲେଖଯୋଗ୍ୟ ସେବା ପ୍ରଦାନ କରିଛନ୍ତି। ଏମଧ୍ୟରେ ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଂଯୋଜକ, ବିଭିନ୍ନ ଜିଲ୍ଲା ପାଇଁ ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଭାରୀ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସମ୍ପାଦକ, ବି.ଜେ.ପିର ଓଡ଼ିଶା ପ୍ରଦେଶ ଆନ୍ତର୍ଜାତିକ ସମ୍ପର୍କ କମିଟିର ଉପମୁଖ୍ୟ, ନମାମି ଗଙ୍ଗା ନଦୀ ସୁରକ୍ଷା ସମିତିର ଉପ ସଂଯୋଜକ, ଯାଜପୁର ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ଡାଟା ପରିଚାଳନା ଓ ହିତାଧିକାରୀ ସମ୍ପର୍କ କମିଟିର ସଂଯୋଜକ ତଥା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଦି ଅନ୍ତର୍ଭୁକ୍ତ। ନିକଟରେ ନୂଆଦିଲ୍ଲୀ ଠାରେ ହୋଇଥିବା ଦଳର ରାଷ୍ଟ୍ରୀୟ  ଅଧିବେଶନ କୁ ଡଃ ବେହେରାଙ୍କୁ ନିମନ୍ତ୍ରଣ କରାଯାଇଥିଲା। 

ଯାଜପୁରର ଉନ୍ନୟନ ପାଇଁ ତାଙ୍କର କିଭଳି ଯୋଜନା ରହିଛି ଜାଣିବାକୁ ଚାହିଁବାରୁ, ଡଃ ବେହେରା ତାଙ୍କର ସର୍ବପ୍ରଥମ ପ୍ରାଥମିକତା ରତ୍ନଗିରି ଠାରେ ଏକ ଆନ୍ତର୍ଜାତିକ ନୌବାଣିଜ୍ୟ ଐତିହ୍ୟ ଓ ସାଂସ୍କୃତିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ଏବଂ ଏଠାରେ ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ ଓ ଜାପାନ ଭଳି ବୌଦ୍ଧ ଧର୍ମ କେନ୍ଦ୍ରୀକ ରାଷ୍ଟ୍ର ମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ ପାଇଁ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନା ଉପରେ କେନ୍ଦ୍ରୀତ ରହିବ ବୋଲି ପ୍ରକାଶ କରିଛନ୍ତି। ଏହା ସାଙ୍ଗକୁ ଯାଜପୁରର ଜୀବନ

ରେଖା ବ୍ରାହ୍ମଣୀ ସମେତ ଜିଲ୍ଲାର ସମସ୍ତ ନଦନଦୀର ପୁନରୁଦ୍ଧାର କରାଯାଇ ସେଠାରେ ନୌବାଣିଜ୍ୟ ଓ ମାଛଧରା କାର୍ଯ୍ୟ ଆରମ୍ଭ, ଯାଜପୁର ରୋଡ ଠାରେ ଏକ ସଫ୍ଟୱେୟାର ଟେକ୍ନୋଲୋଜିକାଲ୍ ପାର୍କ ପ୍ରତିଷ୍ଠା, ଶୀତଳ ଭଣ୍ଡାରର ସୁବିଧା ସହିତ ଏକ ଅଗ୍ରୋ ମାର୍କେଟିଂ କମ୍ପ୍ଲେକ୍ସ ସ୍ଥାପନା, ଚଣ୍ଡିଖୋଲ କୁ ଏକ ଆଧୁନିକ ବଜାର କେନ୍ଦ୍ରରେ ରୂପାନ୍ତରିତ କରିବା, ଯାଜପୁର ଠାରେ ଏକ ଇଞ୍ଜିନୟରିଙ୍ଗ୍ କଲେଜ ପ୍ରତିଷ୍ଠା କରିବା ଏବଂ ସର୍ବୋପରି ଯାଜପୁର କୁ ଏକ ଆନ୍ତର୍ଜାତିକ ଶିଳ୍ପସ୍ଥଳୀ ଭାବରେ ଗଢ଼ି ତୋଳିବାକୁ ସେ ଅଗ୍ରାଧୀକାର ଭିତ୍ତିରେ ଧ୍ୟାନ ଦେବେ ବୋଲି ଡଃ ବେହେରା ଉଲ୍ଲେଖ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026

You Might Also Like