-+91-9937148622 |
prerana_bgr@rediffmail.com |
Tuesday 17th September 2024 |
R.N.I. Regd No. ODIODI/2010/46693
Breaking News
01-Mar-2024
ବୋଡ଼େନ -(ଡୋଲେସ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ରୋକାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ଭାବରେ ସି ଏସ ପି ପ୍ଲସ ଆଉଟଲେଟର ଶୁଭ ଉଦ୍ଘାଟନ ହୋଇ ଯାଇଛି ।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳର ଲୋକଙ୍କ ସୁବିଧା ତଥା ରାଜ୍ୟର ଆର୍ଥିକ ଅନ୍ତ୍ରଭୁକ୍ତିକରଣକୁ ଆଖି ଆଗରେ ରଖି ଓଡ଼ିଶାର ୬୭୮୯ ପଞ୍ଚାୟତ ମଧ୍ୟରୁ ୪୩୭୩ ଗ୍ରାମ ପଞ୍ଚାୟତରେ ରାଷ୍ଟ୍ରୀୟତା ବ୍ୟାଙ୍କ ଯଥା - ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ,ପଞ୍ଜାବ ନେସନାଲ ବ୍ୟାଙ୍କ,ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ,ୟୁକୋ ବ୍ୟାଙ୍କ,ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦାର ମିଳିତ ସହଯୋଗରେ ଆମ ବ୍ୟାଙ୍କ ନାମରେ ସି ଏସ ପି ପ୍ଲସ ଆଉଟ ଲେଟ ବ୍ୟବସ୍ଥା କରିଛନ୍ତି । ରୋକାଲ ଗ୍ରାମ ପଞ୍ଚାୟତରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସରପଂଚ ଠାକୁର ବାଗ,ସମ୍ମାନିତ ଅତିଥି ରୂପେ ଏ ପି ଓ ରବିନାରାୟଣ ରାଉତ ଏବଂ ପୂର୍ବତନ ସରପଞ୍ଚ ବିଶିକେଶନ ବିଶ୍ଵାଳ ମଞ୍ଚାସିନ ରହି ବ୍ୟାଙ୍କ୍ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଗ୍ରାମ ରୋଜଗାର ସହାୟକ ଗୋପାଳ ଦାସ,ପଞ୍ଚାୟତ ମହାସଂଘର ମହିଳା କାର୍ଯ୍ୟକର୍ତ୍ତା ,ଏମ ବି କେ,ସି ଆର୍ ପି, ଇ ସି ମେମ୍ବର ,ଆଶା କର୍ମୀ,ଅଙ୍ଗନୱାଡ଼ି କର୍ମୀ ,ଯୋଗାଣ ସହାୟକ,ଗ୍ରାମ ସାଥୀ,ଦର୍ଶନ ନୀଉଜ ପ୍ରତିନିଧି,ଆରୋପ ଖବର କାଗଜ ପ୍ରତିନିଧି ,କାମୟାବ ଟି ଭି ପ୍ରତିନିଧି ଓ ପ୍ରମେୟ ପ୍ରତିନିଧି ,ପିଅନ ଓ ସହଯୋଗୀ ,ପଞ୍ଚାୟତର ଅନେକ ପୁରୁଷ ଓ ମହିଳା ଯୋଗଦାନ କରି ଥିବା ଦୃଷ୍ଟିକୁ ଆସିଥିଲା ।ସନ୍ଧ୍ୟା କାଳୀନ ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ରହି ମୁଖ୍ୟ ମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂ ର ଆନନ୍ଦ ନେଇ ଥିଲେ ।