-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

ଏମ୍‌ଡିଏମ୍ ପାଚିକା ସହାୟିକାଙ୍କ ଦ୍ୱାରା ସରକାରଙ୍କ ଭତ୍ତାବୃଦ୍ଧି ରେ ଅସନ୍ତୋଷ ପ୍ରକାଶ କରି ର‌୍ୟାଲି ଓ ପ୍ରତିବାଦ ସଭା ଅନୁଷ୍ଠିତ

29-Feb-2024



ବଲାଙ୍ଗୀର, ଏଆଇଟିୟୁସି ସହ ସହ ବନ୍ଧିତ ନିଖିଳ ଓଡିଶା ଏମ୍‌ଡିଏମ୍ ପାଚିକା ସହାୟିକା ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ସଭାପତି ପାଣ୍ଡବ ଭୋଇଙ୍କ ନେତୃତ୍ୱରେ କୋସଲ କଳାମଣ୍ଡଳ ପଡିଆ ଠାରୁ ଏକ ବିରାଟ ର‌୍ୟାଲିରେ ଜିଲ୍ଲାର ୧୪ ଗୋଟି ବ୍ଲକରୁ ହଜାର ହଜାର ସଂଖ୍ୟାରେ ପାଚିକା ସହାୟିକାମାନେ ଶୋଭାଯାତ୍ରାରେ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧି ଶ୍ଲୋଗାନ ଦେଇ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ ସଭା ଅନୁଷ୍ଠିତ କରିଥିଲେ । ଏଆଇଟିୟୁସି ଜିଲ୍ଲା ସଭାପତି ତିର୍ଥ ପଧାନ ଶୋଭାଯାତ୍ରାରେ ଯୋଗ ଦେଇ ପ୍ରତିବାଦ ସଭାରେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଗତ ୧୭.୦୨.୨୦୨୪ ତାରିଖ ଦିନ ପାଚିକା ସହାୟିକାମାନଙ୍କୁ ଉପେକ୍ଷା କଲାଭଳି କେବଳ ୬୦୦ ଟଙ୍କା ବୃଦ୍ଧି କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଭଲଭାବରେ ଜାଣିଛନ୍ତି ବଜାର ଦର ହୁଉ ହୁଉ ବଢୁଥିବା ଥିବା ବେଳେ ସମାଜର ତଳ ସ୍ତରରେ କାର୍ଯ୍ୟ କରୁଥିବା ବାଚିକା ସହାୟିକାମାନେ ଆୟ ଅତି ନଗନ୍ୟ । ବିଭିନ୍ନ ବର୍ଗରେ କାର୍ଯ୍ୟ କରୁଥିବାମାନଙ୍କ ମଜୁରି ବୃଦ୍ଧି କରାଯାଉଥିବା ବେଳେ ପାଚିକା ସହାୟିକାମାନଙ୍କ ଭତ୍ତାବୃଦ୍ଧି ଅତି ନଗନ୍ୟ । ଆପଣଙ୍କ ଘୋଷିତ ଭତ୍ତାକୁ ମିଶାଇଲେ ଜଣେ ପାଚିକାର ଦୈନିକ ୬୬ ଟଙ୍କା ହେଉଛି । ଏତିକି ପଇସାରେ ପରିବାର ଚଳାଇବା ଅତିବ କଷ୍ଟସାଧ୍ୟ । ତେଣୁ ରାଜ୍ୟସରକାର ବାସ୍ତବତାକୁ ବିଚାର କରି ପାଚିକା ସହାୟିକାମାନଙ୍କ ଭତ୍ତା ବୃଦ୍ଧିର ପୁନଃ ବିଚାର କରିବା ସହିତ ସର୍ବନିମ୍ନ ମଜୁରି ମାସିକ ୨୬ ହଜାର ଟଙ୍କା ପ୍ରଦାନ କରିବା । ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିଶ ଅନୁଯାୟୀ ଶ୍ରମିକର ମାନ୍ୟତା ପ୍ରଦାନ କରିବା । ସର୍ବନିମ୍ନ ମଜୁରି ଦେବା ସଙ୍ଗେ ସଙ୍ଗେ ସାମାଜିକ ସୁରକ୍ଷାରେ ଅନ୍ତଭୁକ୍ତ କରାଯାଇ କାମରୁ ଅବ୍ୟାହତି ନେଲା ପରେ ପେନସନ ମାସକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି ଜଣାଇଥିଲେ । ପାଚିକା ସଂଘ ଜିଲ୍ଲା ସଂପାଦିକା ମାଧବି କଲତା ଓଡିଶା ସରକାରଙ୍କୁ ଆମକୁ ବୃଦ୍ଧି କରାଯାଇଥିବା ୬୦୦ ଟଙ୍କାକୁ ସ୍ଥଗତି ରଖାଯାଇ ପୁନଃ ବିଚାର କରି ଆମ୍ଭମାନଙ୍କୁ ସମାନ କାମକୁ ସମାନ ମଜୁରି ହିସାବରେ ସରକାରଙ୍କ ଶ୍ରମିକମାନଙ୍କ ପାଇଁ ନିର୍ଦ୍ଧାରିତ ଦୈନନ୍ଦିନ ମଜୁରି ପ୍ରଦାନ କରନ୍ତୁ ବୋଲି ଦାବି ଉପସ୍ଥାପନ କରିବା ସହିତ ବର୍ଷକୁ ୧୨ ମାସର ଭତ୍ତା ପାଚିକାମାନଙ୍କୁ ପ୍ରଦାନ କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କରିଥିଲେ ।

ଶ୍ରମିକନେତା ଗୋପାଳ ଭୋଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ଓ ଜନବିରୋଧି ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ଏହି ର‌୍ୟାଲିରେ ଉର୍ମିଲା ରଣା, ପିଙ୍କି ସାହୁ, ବେରେଣି ଖୁଟୁଲା, ଶୁକ କାଣ୍ଡ, ଭଏଁରି ଭୁଏ, ନମିତା ପ୍ରଧାନୀ, ରିନା ବିଶ୍ୱାଲ, ଅନ୍ତମୁଖୀ କର, ଶ୍ରୀୟା ଥନାପତି, ଅମୃତ ଭାଟି, ମଞ୍ଜୁ ଦାଶ, ଦଶ ବାଗ, ଅର୍ଜୁନ ଖର୍ସେଲ, ଜବଦୁ ରଣା, ସୁଦାମ ବୁଡେକ ପ୍ରମୁଖ ଯୋଗ ଦେଇ ର‌୍ୟାଲି ଓ ପ୍ରତିବାଦ ସଭାକୁ ସଫଳ କରିଥିଲେ । ଶେଷରେ ରାଜେଶ୍ୱରୀ ଖର୍ସେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like