-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
29-Feb-2024
କଳାହାଣ୍ଡି,କୋକସରା( ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ ପୋଡ଼ା ଗୁଡ଼ା ଗ୍ରାମ ପଂଚାୟତ ଅଧିନସ୍ଥ ଦ।ବ୍ରିଗୁଡ଼ା ଗ୍ରାମ ଠାରେ ଅଦିନିଆ ବର୍ଷା ହେବା ଯୋଗୁଁ ରଏନ ଗୁଡ଼ା ଠାରୁ ଧୋବେନ ଚଞ୍ଚରା ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଦ।ବ୍ରିଗୁଡ଼ା ଗ୍ରାମ ର ଦୁଇଟି ସ୍ଥାନ ରେ ପାଣି ଜମା ହୋଇ ରହୁ ଥିବା ଯୋଗୁଁ ଲୋକ ମାନେ ନାହିଁ ନ ଥିବା ର ଅସୁବିଧା ର ସମ୍ମୁଖୀନ ହେବାକୁ ଦେଖିବାକୁ ମିଳିଛି l ଏହା ସର୍ଗିଗୁଡ଼। ଓ ଦ।ବ୍ରି ଗୁଡ଼ା ଧୋବେନ୍ ଚଞ୍ଚରା ଯିବାକୁ ମୁକ୍ଷ ରାସ୍ତା ହୋଇଥିବାରୁ ଅନେକ ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ରାସ୍ତା ରେ ଅଳ୍ପ ବର୍ଷା ହେଲ ମଧ୍ୟ ପାଣି ଜମା ହୋଇ ରହୁ ଥିବା ଯୋଗୁଁ ଲୋକ ମାନେ ରାସ୍ତାରେ ଯିବା ଆସିବା କରିବା ସମୟରେ ପଡ଼ି ଯାଉଛନ୍ତି । ଏଣୁ ଗ୍ରାମ ବାସି ମାନେ ସରକାର ଙ୍କୁ ନିବେଦନ କରିଛନ୍ତି ଯେ ରାସ୍ତାର ଦୁଇ ପାର୍ଶ ରେ ଡ୍ରେନ ନିର୍ମାଣ କଲେ ଜମା ହେଉ ଥିବା ପାଣି ଡ୍ରେନ ମାଧ୍ୟମରେ ପାଣି ଗଲେ ରାସ୍ତା ଭଲ ହେବ ବୋଲି ଗ୍ରାମ ବାସି ମାନେ ସରକାର ଙ୍କୁ ନିବେଦନ କରିଛନ୍ତି ।