-+91-9937148622 |
prerana_bgr@rediffmail.com |
Wednesday 11th September 2024 |
R.N.I. Regd No. ODIODI/2010/46693
Breaking News
21-Feb-2024
( କେଶବ ମେହେର ରିପୋର୍ଟ)
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନମାଠ ଗ୍ରାମ ପଞ୍ଚାୟତ ଠାରେ ବୁଧବାର ଦିନ ଆମ ଓଡ଼ିଶା ନବୀନ ଓଡିଶା,,ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଓ ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟ କ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରେମଲାଲ ଭୋଇ ଓ ସ୍ଥାନୀୟ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଝସକେତନ ଭୋଇ ଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ଉକ୍ତ କାର୍ଯ୍ୟ କ୍ରମ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପଦ୍ମନାଭ ପୁରୋହିତ, ସମ୍ମାନିତ ଅତିଥି ଭାବରେ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପେନ୍ଦ୍ର ସିଂହ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧେଶ୍ଵର ମେହେର GPO ଶ୍ରୀଯୁକ୍ତ ଲମ୍ବୁ ଶିଖା,ଯୋଗଦେଇଥିଲେ।ସେହିପରି ଭାବେ ନିମନ୍ତ୍ରିତ ଅତିଥି ଭାବେ ଏକ ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀ ଦିପାଞ୍ଜଳି ସାହୁ ,ମିଶନ ଶକ୍ତି ସଭାନେତ୍ରୀ ଶ୍ରୀମତୀ ଶ୍ରୀଦେବୀ ରଣା ,ସ୍ଥାନୀୟ ସମିତି ସଭ୍ୟା,ସ୍ଥାନୀୟ ନାଏକ ସରପଞ,ଉକ୍ତ ଗ୍ରାମ ପଞ୍ଚାୟତ ର GRS ,ୱାର୍ଡ ସଭ୍ୟ ,ସଭ୍ୟା, ଓ , ଆଶା , ଅଙ୍ଗନୱାଡ଼ି, MBK,CRP, ମିଶନ ଶକ୍ତି SHG, ମା ମାନେ ଓ ଉକ୍ତ ଅଞ୍ଚଳ ର ଅନେକ ବୁଦ୍ଧଜୀବୀ ବା ଅନେକ ବ୍ୟକ୍ତିମାନେ ଯୋଗଦେଇଥିଲେ ।ଓ ରାଜ୍ୟ ସରକାରଙ୍କ ବା ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ଜଗନ୍ନାଥ ସସ୍କୃତି ର ସଂରକ୍ଷଣ ଓ ଅନେକ ଧାର୍ମିକ ସ୍ଥଳୀ ବା ମହିଳା ସଶକ୍ତି କରଣ,ବ୍ୟକିଙ୍ଗି,ଶିକ୍ଷା,କ୍ରୀଡା,ଓ ଉନ୍ନତି ମୂଳକ କାର୍ଯ୍ୟ କ୍ରମ କୁ ପୁଙ୍ଖା ନୁ ପୁଙ୍ଖା ଭାବରେ ଆଲୋଚନା କରିଥିଲେ।ଓ ଅନେକ ସଂସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବହୁତ୍ ସୁନ୍ଦର୍ ଭାବେ ସଭା ପରିଚାଳନା ହୋଇଥିଲା lସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।