-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
21-Feb-2024
ବଲାଙ୍ଗୀର:- ଷ୍ଟେଟ ୟୁନିୟନ୍ ଅଫ ଜର୍ଣାଲିଷ୍ଟ (ଓ),ବଲାଙ୍ଗୀର ଜିଲ୍ଲା ଶାଖାର ସାମ୍ବାଦିକ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ବିଶିଷ୍ଟ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଙ୍କୁ ପ୍ରଦାନ କରିଥିଲେ।ସାମ୍ବାଦିକ ମାନଙ୍କ ନିମ୍ନଲିଖିତ ନ୍ୟାର୍ଯ୍ୟ ଦାବି ମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ
କରିବା,କାର୍ଯ୍ୟରତ ସାମ୍ବାଦିକ ଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରଦାନ ଓ ଅବସର ଗ୍ରହଣ କରିଥିବା ସାମ୍ବାଦିକଙ୍କୁ ମାସିକ ୨୫ ହଜାର ଟଙ୍କା ପ୍ରଦାନ କରିବା ଓ ଭୁବନେଶ୍ବର କୁ ଯାଉଥିବା ରାଜ୍ୟର ସାମ୍ବାଦିକ ଙ୍କ ରହଣି ସକାଶେ ସାମ୍ବାଦିକ ଅତିଥି ଭବନ ନିର୍ମାଣ କରିବା ଆଦି ପୁରଣ କରିବା ଦିଗରେ ରାଜ୍ୟ ସରକାର ଆନ୍ତରିକତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି।ପ୍ରତିବର୍ଷ ପଞ୍ଜିକରଣ ନବୀକରଣ ପ୍ରକ୍ରିୟା କୁ ବନ୍ଦ କରି ସାମ୍ବାଦିକ ବୀମା ରାଶିକୁ ୧୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରିବା ପାଇଁ ଏସୟୁଜେ ସଂଘ ପକ୍ଷରୁ ଦୀର୍ଘ ୪ବର୍ଷ ଧରି ନିରବିଛିନ୍ନ ଭାବେ ରାଜ୍ୟ ସରକାର ଙ୍କ ଠାରେ ଦାବି କରି ଆସୁଛି।ଦାବି ପୂରଣ ନେଇ ଏସ୍ୟୁଜେ ସଂଘ ପକ୍ଷରୁ ଅନେକ ଥର ରାଜ୍ୟ ସରକାର ଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବା ସହ ମହାମାନ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥଲେ। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାର ବିଧାୟକ ଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି।ତେବେ ଅନେକ ଥର ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ଏସୟୁଜେ ବଲାଙ୍ଗୀର ଜିଲ୍ଲା ଶାଖା ର ସଭ୍ୟ ମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।ଏସ ୟୁ ଜେ ବଲାଙ୍ଗୀର ଜିଲ୍ଲା ଶାଖା ର ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଶରତ କୁମାର ମହାକୁର,ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜି,ଜିଲ୍ଲା ସମ୍ପାଦକ ରଘୁ ନନ୍ଦନ ସିଂ,ସଭ୍ୟ ନିରଜ କୁମାର ମିଶ୍ର,ରାଧା କ୍ରୀଷ୍ଣ ମିଶ୍ର,ପବନ ବଂସଲ,ମହେନ୍ଦ୍ର ପଧାନ,ଚିତ୍ରସେନ ବେହେରା,ଯୁଗଳ କିଶୋର ଶବର,ତୁଳସୀ ରାମ ଜଗତ,ମିନିକେତନ୍ ନିଆଲ ଏବଂ ରାକେଶ ସରାଫ ଙ୍କୁ ନେଇ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।