-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
11-Dec-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ)- ସୁବର୍ଣ୍ଣପୁରର ବିଶିଷ୍ଟ ପାଟଢୁଲିଆ ସ୍ଵର୍ଗତ ପୁରନ୍ଦର ବାରିକଙ୍କ ସ୍ମୃତିରେ ସ୍ମୃତିକମିଟି ପକ୍ଷରୁ ପ୍ରଥମ ନାଟ୍ ମହୋତ୍ସବ ସ୍ଥାନୀୟ ରୟାଲପଡିଆ ଥିଏଟର୍ ମଞ୍ଚରେ ପଶ୍ଚିମ ଓଡ଼ିଶାର ବଛାବଛା ନିର୍ଦ୍ଦେଶକ ମାନଙ୍କ ନିର୍ଦ୍ଦେଶନାର ନାଟ୍ ମାନଙ୍କୁ ନେଇ ଆସନ୍ତା ଜାନୁଆରୀ ୧୯ ରୁ ୨୧ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ସମ୍ବଲପୁରୀ କୋଶଲୀ ନାଟ୍ ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକଛକ ଦୁର୍ଗାମଣ୍ଡପ ରେ ନାଟ୍ୟଶ୍ରୀ ଗଦାଧର ବାରିକ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇ ନାଟ୍ ମହୋତ୍ସବ ପାଇଁ ପୁରନ୍ଦର ବାରିକ ସୃତିକମିଟି ଗଠନ କରାଯାଇଥିଲା। ସ୍ମୃତିକମିଟିର ଅଧ୍ୟକ୍ଷ ଭାବରେ ଅରବିନ୍ଦ ବାରିକ, ସଂଯୋଜକ ଗଦାଧର ବାରିକ, ସଂପାଦକ ଦିଲିପ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ନିଶାନ୍ତ କୁମାର ମହାନ୍ତି ଓ ପରାମର୍ଶଦାତା କମିଟି ରେ ସର୍ବଶ୍ରୀ ଡ଼କ୍ଟର ପୁରୁଷୋତ୍ତମ ମିଶ୍ର, ବେଣୁଧର ପ୍ରଧାନ,ଅଶୋକ କୁମାର ଜେନା,ବେଣୀମାଧବ ବେଦବାକ, ପ୍ରିୟବ୍ରତ ସାହୁ,ଶରତ ମହାପାତ୍ର, ଜ୍ୟୋତିର୍ମୟ ମିଶ୍ର,ସୁବ୍ରତ କୁମାର ସେଠି, ଦେବାଶିଷ ପଟ୍ଟନାୟକ, ଜଗନ୍ନାଥ ଧରୁଆ,ଅମିୟ ରଞ୍ଜନ ଦାଶ,ପିତବାସ ମିଶ୍ର,, ରାମଶଙ୍କର ଖମାରୀ,ପ୍ରଦୀପ ଶଙ୍ଖୁଆ,ହରିହର କର୍ଣ୍ଣ, ପ୍ରମୁଖ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ପ୍ରତ୍ୟେକ ଦିନ ସଂଧ୍ୟା ୬ଘଣ୍ଟାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ତିନୋଟି ନାଟକ ପରିବେଷଣ କରାହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।