-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||     

HOME   ଅପରାଧ

ଗୋପାଳପୁର ପୋର୍ଟରେ ଚାକିରି ନାଁରେ ୨୭ ଲକ୍ଷ ଠକେଇ, ବନ୍ଧା ହେଲେ ୱେବ୍ ସାମ୍ବାଦିକ

16-Dec-2020



(ପ୍ରେରଣା ଖବର) ଜଗନ୍ନାଥପ୍ରସାଦ: ଗୋପାଳପୁର ପୋର୍ଟରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୨୭ ଲକ୍ଷ ଟଙ୍କା ଠକିଥିବା ମାମଲାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ପୁଲିସ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି, ଜଗନ୍ନାଥପ୍ରସାଦ ଥାନା ଗଣ୍ଡାଧର ପଞ୍ଚାୟତ ଅଧୀନ ସରକୁମ୍ପା ଗ୍ରାମର ବଂଶୀଧର ପଟ୍ଟନାୟକ। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଏମ.ନାନୀବାବୁ ନାମକ ଜଣେ ବ୍ୟକ୍ତିଙ୍କ ଏତଲା କ୍ରମେ କେସ୍ ନମ୍ବର ୨୯୮ରେ ଦଫା ୪୧୯, ୪୨୦, ୪୬୦, ୪୭୧ ଅନୁସାରେ ମାମଲା ରୁଜୁ ହୋଇଥିଲା। ଆଜି ବଂଶୀଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ତାଙ୍କଠାରୁ ୪୮ହଜାର ଟଙ୍କା ସମେତ ଚାକିରି ଆଶାୟୀଙ୍କ ଟଙ୍କାରେ କିଣିଥିବା ସ୍କୁଟିକୁ ଜବତ କରାଯାଇଛି। ୨୭ ଲକ୍ଷ ଟଙ୍କାକୁ ବଂଶୀଧର କେଉଁ କେଉଁ ବାଟରେ ଅୟସ କରି ଖର୍ଚ୍ଚ କରିଛନ୍ତି ଏ ନେଇ ପୁଲିସ ତନାଘନା ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାରେ ଟାଟା ମୋଟର୍ସ ଓ ମହିନ୍ଦ୍ରା ଟେକ୍‌ ଭଳି କମ୍ପାନିରେ ଚାକିରି ନାଁରେ ଠକେଇ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଏଭଳି ଏକ ସମ୍ବେଦନଶୀଳ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନାନୁସାରେ, ବଂଶୀଧର ୨୦୧୮ ମସିହା ଡିସେମ୍ବରରେ ବିଶାଖାପାଟଣା ପୋର୍ଟ ଅଞ୍ଚଳରେ ରହୁଥିଲେ। ସେଠାରେ ରହୁଥିବା କିଛି ଶ୍ରମିକଙ୍କ ସଂସ୍ପର୍ଶରେ ଆସି ସେ ନିଜକୁ ଗୋପାଳପୁର ପୋର୍ଟର ସୁପରଭାଇଜର୍ ବୋଲି ପରିଚୟ ଦେଇ ବିଶ୍ବାସ ଜନ୍ମାଇଥିଲେ। ଧୀରେ ଧୀରେ ସେଠାକାର ଏମ୍‌.ନାନୀ ବାବୁ ନାମକ ଜଣେ ଶ୍ରମିକ ନେତାଙ୍କ ବିଶ୍ବାସଭାଜନ ହୋଇ ଅଧିକ ଦରମାରେ ଶ୍ରମିକଙ୍କୁ ଗୋପାଳପୁର ପୋର୍ଟରେ ଚାକିରି କରାଇ ଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଉଭୟଙ୍କ ମଧ୍ୟରେ ସଂପର୍କ ବେଶ୍‌ ଘନିଷ୍ଠ ହୋଇ ଚାଲିଥିଲା। ଖାଲି ଏତିକି ନୁହେଁ, ତାଙ୍କର ନିଜର ‘ବ୍ଲାକ୍ ଡାଇମଣ୍ଡ୍’ ଓ ‘ବ୍ଲାକ୍ ରୋଜ୍’ ନାମକ ଦୁଇଟି ଜାହାଜ ଥିବା ବଂଶୀଧର କହିବା ସହ ଓଡ଼ିଆ ଶ୍ରମିକଙ୍କ ଉପରେ ବିଶ୍ବାସ ନଥିବାରୁ ଅଣଓଡ଼ିଆ ଶ୍ରମିକଙ୍କୁ ନେଇ ନିୟୋଜିତ କରିବେ ବୋଲି କହିବା ସହ ନାନୀଙ୍କୁ ସୁପରଭାଇଜର୍ ପଦବି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଭଳି ଭାବେ ଗତବର୍ଷ ଅଗଷ୍ଟ ମାସ ଭିତିରେ ବଂଶୀଧର ମୋଟ ୯୦ ଜଣ ଶ୍ରମିକଙ୍କ ଠାରୁ ୩୦ ହଜାର ଟଙ୍କା ଲେଖାଏଁ ମୋଟ ୨୭ଲକ୍ଷ ଟଙ୍କା ଆଦାୟ କରି ନେଇଥିଲେ। ଏଥିରେ ନାନୀ ତାଙ୍କୁ ସହଯୋଗ କରିଥିଲେ। ବିଭିନ୍ନ ସମୟରେ ବଂଶୀଧର ବିଶାଖାପାଟଣା ଯା’ଆସ କରି ଟଙ୍କା ସଂଗ୍ରହ କରୁଥିଲେ। ଏହାସହ କିଛି ଶ୍ରମିକଙ୍କୁ ମିଥ୍ୟା ନିଯୁକ୍ତି ଓ ପରିଚୟ ପତ୍ର ଯୋଗାଇ ଦେଇଥିଲେ। ଯେଉଁଥିରେ ଗତ ଅଗଷ୍ଟ ମାସରେ ଜଏନିଂ କରିବା ଲାଗି ଉ‌ଲ୍ଲେଖ କରା ଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026

You Might Also Like