-+91-9937148622 |

prerana_bgr@rediffmail.com |

  Tuesday 27th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||      ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||     

HOME   ଜିଲ୍ଲା

ଆଦିବାସୀ ଅଞ୍ଚଳରେ ୧୦ ପ୍ରତିଶତ ଦସ୍ତଖସ୍ତ,୯୦ ଭାଗ ମାରୁଛନ୍ତି ଟିପ

16-Dec-2020



(ପ୍ରେରଣା ଖବର) ଫୁଲବାଣୀ: ଶିକ୍ଷା ହିଁ ବିକାଶର ମାନଦଣ୍ଡ। ଯେଉଁ ଦେଶ ଶିକ୍ଷା କ୍ଷେତ୍ରରେ ଯେତେ ଉନ୍ନତି ଲାଭ କରିଛି ସେ ଦେଶରେ ସେତେ ବିକାଶ ହୋଇଛି। ଆମ ଦେଶ ଭାରତ ବି ପଛରେ ପଡି ନାହିଁ। କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର। ଶିକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ସମସ୍ତେ ହେବେ ସ୍ବାକ୍ଷର। କେହି ରହିବେ ନାହିଁ ନିରକ୍ଷର। ଏହି ଲକ୍ଷ୍ୟ ନେଇ ସମସ୍ତଙ୍କ ପାଇଁ ଶିକ୍ଷା ନେଇ କିଛି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ। ପ୍ରତି ଗାଁରେ ଏହି ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ଚାଲିଥିଲା। ଏଥିରେ ବୃଦ୍ଧ,ବୃଦ୍ଧାଠାରୁ ଆରମ୍ଭ କରି ଆଦୌ ସ୍କୁଲରେ ପାଦ ପଡି ନଥିବା ଯୁବକ ଓ ଯୁବତୀଙ୍କୁ ସାମିଲ କରାଯାଇଥିଲା। ଏଥି ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କଲେ। ହେଲେ ପ୍ରଶାସନର ଇଛାଶକ୍ତି ଅଭାବରୁ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ଏହି ସାକ୍ଷରତା ଅଭିଯାନ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ସାକ୍ଷରତା ହାର ଯେତିକି ଥିଲା। ସେତିକିରେ ରହିଲା। ଟିକେ ବି ଆଗେଇ ପାରିଲା ନାହିଁ। ଏବେ ବି ଜିଲ୍ଲାର ଜନସଂଖ୍ୟାର ଅଧାରୁ ଅଧିକ ନିରକ୍ଷର ରହିଛନ୍ତି। ବର୍ତ୍ତମାନ କନ୍ଧମାଳ ଜିଲ୍ଲାର ଜନସଂଖ୍ୟା ପ୍ରାୟତଃ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ହେଲେ ନୂଆ ଜନଗଣନା ଘୋଷଣା କରାଯାଇ ନାହିଁ। ତେଣୁ ୨୦୧୧ ଜନ ଗଣନା ପରିସଂଖ୍ୟାନ ଦେଖିଲେ ଜିଲ୍ଲାର ଜନସଂଖ୍ୟା ୭ ଲକ୍ଷ ୩୩ ହଜାର ୧୧୦ ରହିଛି। ସେଥିମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୩ ଲକ୍ଷ ୫୯ ହଜାର ୯୪୫ ଓ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୭୩ହଜାର ୧୬୫। ସର୍ଭେରୁ ମିଳିଥିବା ସୂଚନା ଅନୁଯାୟୀ ସମୁଦାୟ ଜନସଂଖ୍ୟାରୁ ୩ ଲକ୍ଷ ୭୩ ହଜାର ୩୨୪ ଜଣ ନିରକ୍ଷର ଅଛନ୍ତି। ନିରକ୍ଷର ମଧ୍ୟରେ ପୁରୁଷ ତୁଳନାରେ ମହିଳା ହାର ଦିଗୁଣା। ୧ ଲକ୍ଷ ୨୫ହଜାର ୪୫ ଜଣ ପୁରୁଷ ନିରକ୍ଷର ଥିବା ବେଳେ ୨ ଲକ୍ଷ ୭ହଜାର ୨୭୯ ଜଣ ମହିଳା ନିରକ୍ଷର ଅଛନ୍ତି। ସମୁଦାୟ ନିରକ୍ଷର ମଧ୍ୟରୁ ୨ଲକ୍ଷ ୧୨ହଜାର ୩୨୪ ଜଣ ନିଜର ନାମ ଲେଖି ଜାଣି ନାହାନ୍ତି। ସେଥି ମଧ୍ୟରେ ୧ ଲକ୍ଷ ୭୩ ହଜାର ୨୩୧ ଜଣ ମହିଳା ଅଛନ୍ତି। ବାକି ୧ ଲକ୍ଷ ୨୧ ହଜାର ଜଣ ଯଦିଓ ନାମ ଲେଖି ଜାଣିଛନ୍ତି ତାହା ପୁଣି କାମଚଳା। ଅଙ୍କାବଙ୍କାରେ ଦସ୍ତଖସ୍ତ ମାରୁଛନ୍ତି। ହେଲେ ଅନ୍ୟ ଅକ୍ଷର ପଢିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି।


ଏମିତି କହିବାକୁ ଗଲେ ଏମାନେ ଛୋଟ ହିସାବ ମଧ୍ୟ କରି ପାରିବା ସମ୍ଭବ ନୁହେଁ। ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳରେ ମହିଳାଙ୍କ ସାକ୍ଷରତା ହାର ବହୁ ନଗଣ୍ୟ। ଏମିତି କି ୧୦୦ ଜଣରୁ ୯୦ ଜଣ ବି ନିଜର ନାଁ ଲେଖି ପାରୁ ନାହାନ୍ତି। କହିବାକୁ ଗଲେ ସଂପୃକ୍ତ ଅଞ୍ଚଳରେ ମାତ୍ର ୧୦ ପ୍ରତିଶତ ଦସ୍ତଖସ୍ତ ମାରିବାକୁ ସକ୍ଷମ ଥିବା ୯୦ ପ୍ରତିଶତ ଏବେ ବି ଟିପ୍ ଚିହ୍ନ ଦେଉଛନ୍ତି। ସାକ୍ଷରତା ଅଭାବରୁ ଆଦିବାଦୀ ଲୋକମାନେ ଠକାମିର ଶିକାର ହେଉଛନ୍ତି। ବିଶେଷତଃ ମହିଳାମାନେ। ବଜାରକୁ ଉତ୍ପାଦିତ ଜିନିଷ ସାମଗ୍ରୀ ବିକ୍ରି କରିବାକୁ ଆସିଲେ ହିସାବ ନ ଜାଣି କମ ମୂଲ୍ୟରେ ବିକ୍ରି କରୁଛନ୍ତି। ଏଥି ସହ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ସାକ୍ଷରତା ଅଭାବରୁ ସେମାନେ କିଛି ଜାଣି ପାରୁ ନାହାନ୍ତି। ଯାହା ଫଳରେ ସେମାନଙ୍କ ନିରକ୍ଷରତାର ସୁଯୋଗ ନେଇ ସରକାରୀ ଯୋଜନା ଅର୍ଥକୁ ସରକାରୀ ବାବୁ ଓ କୁଜି ଲୁଟ କରି ନେଉଛନ୍ତି। ମହିଳାମାନେ ନିଜ ଗୋଡରେ ଠିଆ ହେବେ। କାହା ଉପରେ ନିର୍ଭରଶୀଳ ହେବେ ନାହିଁ। ତେଣୁ ସଶକ୍ତିକରଣ ଯୋଜନାରେ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ହେଲେ ସାକ୍ଷରତା ଅଭାବରୁ ମହିଳା ସଶକ୍ତିକରଣ ଯୋଜନାରୀ କନ୍ଧମାଳର ଆଦିବାସୀ ମହିଳା ସେମିତି କିଛି ଲାଭ ପାଇ ପାରୁ ନାହାନ୍ତି। ସେମାନଙ୍କୁ ମୋହରା କରି କାଗଜପତ୍ର ପ୍ରସ୍ତୁତ କରି ଅନ୍ୟମାନେ ଫାଇଦା ଉଠାଇ ଚାଲିଛନ୍ତି। କନ୍ଧମାଳରେ ମହିଳା ସଶକ୍ତିକରଣ ଯୋଜନା କେବଳ ସ୍ଲୋଗାନରେ ସୀମିତି ରହି ଯାଇଛି। ଯଦି ମହିଳା ସଶକ୍ତିକରଣକୁ ଲକ୍ଷ୍ୟସ୍ତଳରେ ପହଞ୍ଚାଇବା ଦରକାର। ପ୍ରଥମେ ମହିଳାଙ୍କୁ ସାକ୍ଷର କରିବାକୁ ପ୍ରାଥମିକତା ଦେବା ଉଚିତ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026
  ଜିଲ୍ଲା  
*ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   26-Oct-2026
  ଜିଲ୍ଲା  
ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   26-Oct-2026
  ରାଜ୍ୟ  
At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender   26-Oct-2026
  ଜିଲ୍ଲା  
ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   26-Oct-2026
  ଜିଲ୍ଲା  
ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   26-Oct-2026

You Might Also Like