-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
20-Oct-2023
ବୀରମହାରାଜପୁର( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ଗ୍ରାମରେ ମାଁ ମାହେଶ୍ୱରୀ ଙ୍କ ବାଡ଼ି ଯାତ୍ରା ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠାନିକ ଭାବରେ ଉଦଘାଟନ ହୋଇଯାଇଛି l ମହୋତ୍ସବ କମିଟି ର ସଭାପତି ସୁମନ୍ତ ଜଗଦଲା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଉକ୍ତ ସଂସ୍କୃତିକ ମଞ୍ଚରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, ବାଗବର ସରପଞ୍ଚ ନିରୁପମା ବଗର୍ତ୍ତୀ, ମୁଣ୍ଡଘାଟ ସରପଞ୍ଚ କିଶନ ଜଗଦଲା, ସମାଜସେବୀ କିଶୋର ହୋତା, ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ପ୍ରଦୀପ ପଧାନ ସଭାସଂଚଳନା କରିଥିଲେ l ଖୁବେଳ ଜୁଯୁମୁରା ମାବୁଢୀ ଷୋଳ ସୁଆଙ୍ଗ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା l ତିନି ଦିନ ଧରି ହେବାକୁ ଥିବା ଏହି ବାଡ଼ିଯାତ୍ରା ମହୋତ୍ସବ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟୀ ପକ୍ଷରୁ ସୂଚନା ଦିଆଯାଇଛି l ଶେଷରେ ବରିଷ୍ଠ ସଦସ୍ୟ ଭକ୍ତରାମ ଖେତୀ ଧନ୍ୟବାଦ ଅର୍ପଣ କରିଥିଲେ l