-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||     

HOME   ଜିଲ୍ଲା

ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ

20-Oct-2023



ବୋଡ଼େନ(ଡୋଲେଶ୍ଵର ବାଗ ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ମା ଦ୍ୱାରସନି ଖେଳ ପଡିଆଠାରେ ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟଘାଟ ବହୁ ଧୁମ୍ ଧାମରେ ପାଳିତ  ହୋଇଯାଇଛି । ପ୍ରଥମେ  ବୋଡ଼େନ ସ୍ଥିତ ମା ଦ୍ଵାରସନି ପୀଠରୁ ସାଂସ୍କୃତିକ ଦଳ ଘୁମୁରା , ରାମକାଠି, ସମ୍ପ୍ରଦା ,ମହୁରୀବାଜା ତଥା ସଂଗଠନର ସଭାପତି ଓ ସଦସ୍ୟ ମାନଙ୍କ ମାଧ୍ୟମରେ ବିରାଟ ମଶାଲ ଶୋଭାଯାତ୍ରା ବାହାରି ବୋଡ଼େନ ଅଞ୍ଚଳ ପରିକ୍ରମା ପୂର୍ବକ ଅନୁଷ୍ଟିତ କାର୍ଯକ୍ରମ ପଡ଼ିଆରେ ପହଞ୍ଚିଥିଲା । ପରେ  ଅନୁଷ୍ଟିତ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟଘାଟ  କାର୍ଯକ୍ରମ ରେ ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ସଭାପତି ବିଶିକେଶନ ପଣ୍ଡା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ  ଅଧିରାହା ମୋହନ ପାଣିଗ୍ରାହୀ  ଯୁବ ବିଧାୟକ ଖଡିଆଳ , ମୁଖ୍ୟ ବକ୍ତା ରବିରଞ୍ଜନ ପ୍ରଧାନ ଅବସର ପ୍ରାପ୍ତ ଅଧ୍ୟାପକ +2 ବିଜୁ ପଟ୍ଟନାୟକ ମହା ବିଦ୍ୟାଳୟ ବୋଡ଼େନ , ସମ୍ନାନିତ ଅତିଥି ଭାବରେ ଡଲି ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନୂଆପଡ଼ା , ପ୍ରିୟରଞ୍ଜନ କୁମ୍ଭାର ବିଡ଼ିଓ ବୋଡ଼େନ ,  ମହମ୍ମଦ ଫାରୁକ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ , ଡକ୍ଟର ସରୋଜ କୁମାର ସାହୁ ସିଆରପିଏଫ୍ ଆସିଷ୍ଟାଣ୍ଟ କମାନଣ୍ଡେଣ୍ଟ ଭାଇଁସାଦନି,  ସତ୍ୟପୀର ପଣ୍ଡା ଦ୍ୱାରସନୀ ହାଇ ସ୍କୁଲ କେରାପଦର, ହେମନ୍ତ କୁମାର ମୁଣ୍ଡ ଅଧ୍ୟକ୍ଷ ବିଜୁ ପଟ୍ଟନାୟକ +୨ ମହାବିଦ୍ୟାଳୟ ବୋଡ଼େନ,  ଗମ୍ଭୀର ତାଣ୍ଡି ସରପଞ୍ଚ ନାଗପଡ଼ା, ବୈଷ୍ଣବ ଦୁରିଆ ପ୍ରଧାନ ଶିକ୍ଷକ ୟୁପିଏସ ନାଗପାଡା ,ସୁଫିଆନ ମହମ୍ମଦ ସମାଜ ସେବୀ, ସୋନୁ ମହମ୍ମଦ ସମାଜ ସେବୀ, ଯାଜ୍ଞସେନି ମାଝୀ ସମିତି ସଭ୍ୟା ବୋଡ଼େନ , ଡକ୍ଟର ମାଧବ ବାଗ, ଯୋଗିନ୍ଦ୍ର ମାଝୀ , ତିର୍ମନ୍ ମାଝୀ, କିଶୋର କୁମାର ପରିଡ଼ା  ପ୍ରମୁଖ ମଞ୍ଚାଶିନ ଥିଲେ । ପ୍ରଥମେ ମଞ୍ଚଶିନ ଅତିଥି ମାନଙ୍କ ଦ୍ଵାରା ବାଗଦେବି ମା ସରସ୍ଵତୀ ଓ ଅଞ୍ଚଳର ଅଧିଷ୍ଟାତ୍ରି  ଦେବୀ  ମାଁ ଦ୍ଵାରସନୀ  ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ ପୂର୍ବକ ଦେବ ପୂଜନ କରାଯାଇଥିଲା ।   ଅଧ୍ୟାପକ ଇତିହାସ ବିଭାଗ ଗୟାଧର ମହାନ୍ତିଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ବିଜୁ ପଟ୍ଟନାୟକ +୨ ମହାବିଦ୍ୟାଳୟର ଛାତ୍ରୀ  କବିତା ମାଝୀ, ସ୍ୱେୟାରାଣି ଅଗସ୍ତି , ରିତା ବାଗ, ଦେବକୀ ରାଉତ, ଓ ଅନିତା ଦୀପ ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇ ଥିଲା ।  ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ସଭାପତି ବିଶିକେଶନ ପଣ୍ଡା ତାଙ୍କ ଅଭିଭାଷଣରେ ସଙ୍ଗଠନ ର ଉଦ୍ଦେଶ୍ୟ  ଓ ଆଭିମୁଖ୍ୟ ଉପରେ କହିଥିବାବେଳେ  ସମସ୍ତଙ୍କ ସହଯୋଗରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଖବର ପ୍ରସାରଣ ମାଧ୍ୟମରେ ସରକାରଙ୍କ ନିକଟରେ ପହଞ୍ଚାଯାଇ ପାରିବୁ ଓ   ଅଞ୍ଚଳ ବିକାଶ ପାଇଁ ସମସ୍ତ ସାମ୍ବାଦିକ  ବନ୍ଧୁମାନଙ୍କୁ ସହଗୋଗର ହାତ ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲେ ପୁଣି ସାମ୍ବାଦିକଙ୍କ ପାଇଁ ନିଜ ତଥା ସମସ୍ତ ବ୍ଲକ ହେଡ଼କ୍ୱାଟର ରେ ଭୂମି ଚିହ୍ନଟ ସହ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ଭବନ ନିର୍ମାଣ ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ  ବିଧାନ ସଭାରେ ପ୍ରଶ୍ନ ଉଠାଇବା ପାଇଁ ଖଡିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଙ୍କୁ ଅନୁରୋଧ ରଖିଥିଲେ ।ପୁନଃ ପାତାଳ ଗଙ୍ଗା ମହୋତ୍ସବ କୁ ପୁନର୍ବାର  ନୂଆ ରୂପରେଖ ସହ ପାଳନ କରିବା ପାଇଁ  ପ୍ରସ୍ତାବ ରଖିଥିଲେ ।  ବିଡ଼ିଓ ପ୍ରିୟରଞ୍ଜନ କୁମ୍ଭାର ବର୍ତ୍ତମାନ ତହସିଲଦାର ଦାଇତ୍ଵ ରେ ଥିବାରୁ  ଅତି ଶୀଘ୍ର ଭୂମି ଚିହ୍ନଟ କରାଯାଇ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯିବ ବୋଲି ମତ ରଖିଥିବାବେଳେ ମୁଖ୍ୟ ଅତିଥି ଖଡିଆଳ ବିଧାୟକ ଅତି ଆନନ୍ଦର ସହ ଦିନଟିଏ ସାମ୍ବାଦିକଙ୍କ ପାଇଁ 

କହି ସମସ୍ତ ସମସ୍ୟା ର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।   ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ ସମାରୋହରେ କଳା ଓ ସଂସ୍କୃତି ପୁନରୁଦ୍ଧାର ପରିଷଦ ଓଡ଼ିଶାର ସଭାପତି ତିର୍ମନ ମାଝୀଙ୍କ ତତ୍ତ୍ଵାବଧାନରେ ଲୋପାପାଇ ବସୁଥିବା  ଅଧିବାସୀ ଲୋକନୃତ୍ୟ ରାମକାଠି, ମହୁରିବାଜା ,ଘୁମାର , ସମ୍ପ୍ରଦା , ଆଦି ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା ।  ସଙ୍ଗଠନର ସମ୍ପାଦକ ଭାଗ୍ୟବାନ ମାଝୀଙ୍କ ଦ୍ଵାରା ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଓଡ଼ିଆ ଅଧ୍ୟାପିକା   ଅଟୋ ନୋମସ କଲେଜ ଖଡିଆଳ ସୁଶ୍ରୀ ସାଗରିକା ପଣ୍ଡା ଓ ଅଧ୍ୟକ୍ଷ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୋହେଲପଡ଼ା  ରୁଦ୍ର ମାଧବ ବାରିକ ମଞ୍ଚପରିଚାଲାନା କରିଥିଲେ । ସଙ୍ଗଠନର ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ରେ କାର୍ଯକ୍ରମ ଟି ସଫଳିଭୂତ ହୋଇଥିଲା । କାର୍ଯକ୍ରମ ଶେଷରେ ସଂଗଠନର ସହ ସମ୍ପାଦକ ଉପେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026

You Might Also Like