-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ଥିଲେ, (ସ୍ବର୍ଗତଃ ଇଂଜିନିୟରଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି)

19-Oct-2023



ଇଞ୍ଜିନିୟର ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥ ଜଣେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ।ତାଙ୍କର ମହତ ଜୀବନ ଏବଂ ଉତ୍ତମ ଆଦର୍ଶ ଯୁଗ ଯୁଗ ପାଇଁ ଆମର ଭବିଷ୍ୟତ ପୀଢ଼ି କୁ ପ୍ରେରଣା ଓ ପ୍ରୋତ୍ସାହନ ଯୋଗାଇ ଚାଲିଥିବ ।ଏକାଧାରରେ ସେ ଜଣେ ସରଳ, ନିଷ୍ଠାପର,ସଚ୍ଚୋଟ, କର୍ମଠ, କର୍ତ୍ତବ୍ୟନିଷ୍ଠ, ସତ୍ୟବାନ, ଦାଇତ୍ୱଶୀଳ, ଶୃଙ୍ଖଳିତ, ଧାର୍ମିକ, ପରୋପକାରୀ, ଦରଦୀ ଏବଂ ମିଷ୍ଟଭାସି ମଣିଷ ଥିଲେ। ନିଜକୁ ସେ ସୁସ୍ଥ,ସଂଯତ ଓ ସକ୍ଷମ ରଖି  ତାଙ୍କ ପରିବାରର ଉଚ୍ଚକୋଟିର ଲାଳନ ପାଳନ କରିବା ସାଙ୍ଗକୁ ସାହି,ପଡିଶା ଓ ସମାଜ ପ୍ରତି ତାଙ୍କର ଉତ୍ତରଦାଇତ୍ୱ କୁ ଖୁବ ନିଷ୍ଠାର ସହିତ ନିର୍ବାହ କରି ଆସିଥିଲେ। ବିପଦ, ଆପଦ ଓ ପ୍ରାକୃତିକ ଦୁର୍ବିପାକ ସମୟରେ ସେ ସଦାସର୍ବଦା ଦୁର୍ଦ୍ଦଶାଗ୍ରସ୍ତ ତାଙ୍କର ଗ୍ରାମବାସୀମାନଙ୍କ ପାଖରେ ଛିଡ଼ା ହେଉଥିଲେ ଓ ଯଥାସମ୍ଭବ ସେମାନଙ୍କୁ ସହାୟତା ପ୍ରଦାନ କରୁଥିଲେ l ସ୍ବର୍ଗତଃ ରଥ ୧୯୩୭ ମସିହା ଅପ୍ରେଲ ୨୫ ତାରିଖରେ କଟକ ଜିଲ୍ଲାର ଆଠଗଡ ତହସିଲ  ଅନ୍ତର୍ଗତ କଟକିଆ ସାହିର ପାଟେଣି ଗାଁ ରେ ଜନ୍ମ ଗ୍ରହଣ କରିଥିଲେ। ବାଳୁତ ଅବସ୍ଥାରେ ପିତାଙ୍କ ଅକାଳ ବିୟୋଗ ଯୋଗୁଁ ସେ  ନାନା ପ୍ରକାର ପ୍ରତିବନ୍ଧକ ର ସାମ୍ନା କରିଥିଲେ। କିନ୍ତୁ ନିଜର ଏକନିଷ୍ଠ ଅଧ୍ୟବସାୟ , ଦୁଇବଡ଼ ଭାଈ ଓ କକାଙ୍କର ସହାୟତା ଫଳରେ ସେ ତାଙ୍କର ପାଠ ପଢିବା ଚାଲୁ ରଖିଥିଲେ।୧୯୫୯ ମସିହାରେ ପୂର୍ଣ୍ଣଚନ୍ଦ୍ର ନିଜ ଗାଁର ପ୍ରଥମ ଛାତ୍ର ଭାବରେ ଉଭୟ ବିଜ୍ଞାନ ଓ ସିଭିଲ ଇଂଜିନିୟରିଂ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।  ସେ ଜଣେ କୁଶଳୀ  ଯନ୍ତ୍ରୀ ଭାବରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରି  ବହୁଭାବେ ପ୍ରଶଂସା ଭାଜନ ହୋଇଥିଲେ।୧୯୬୫ ମସିହାରେ ସେ ବିଶିଷ୍ଟ ନାରୀ ନେତ୍ରୀ ଏବଂ ଯଶସ୍ୱୀ ସମାଜସେବୀ  ଦୟାମୟୀ ରଥ ଙ୍କୁ ଵିଵାହ କରିଥିଲେ। ଦୟାମୟୀ କେବଳ ତାଙ୍କର ଜୀବନ ସାଥି ଥିଲେ ତାହା ନୁହେଁ, ସେ  ଆଠଗଡ ଇଲାକା ପାଇଁ ତାଙ୍କ ସହିତ ମିଶି ଆଲୋକ ବର୍ତ୍ତିକାର ସ୍ୱରୂପ ସାଜିଥିଲେ।                              ସିଭିଲ ଇଂଜିନିୟରିଂ ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୁ ଓଡ଼ିଶାର ଘରେ ଘରେ ପଂହୁଞ୍ଚାଇବା  ପୂର୍ଣ୍ଣ ଚନ୍ଦ୍ର ଙ୍କର ପରମ ଲକ୍ଷ୍ୟ ଥିଲା। ତାଙ୍କ ଦ୍ୱାରା ରଚିତ "ବାସକଳା" ପୁସ୍ତକ ସାଧାରଣ ଓଡ଼ିଆଙ୍କ ପାଇଁ ସ୍ବଗୃହ ନିର୍ମାଣ ରେ ବୈଷୟିକ ଜ୍ଞାନ କୌଶଳ କୁ ବ୍ୟବହାର କରାଯିବା ଦିଗରେ ଏକ ପକ୍କା ମାର୍ଗ ଦର୍ଶକ ଭାବରେ  ପ୍ରସିଦ୍ଧି ହାସଲ କରିଛି। ବୋଧଗମ୍ୟ ଓଡ଼ିଆ ଭାଷାରେ  ଲିଖିତ ଏହି କାଳଜୟୀ ପୁସ୍ତକ ଯୁଗାନ୍ତକାରୀ ଆଖ୍ୟା ଅର୍ଜ୍ଜନ କରିଛି । ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ରଥ ଙ୍କର ପାଣ୍ଡିତ୍ୟ କେବଳ ଇଂଜିନୀୟରିଂ ବିଦ୍ୟା ମଧ୍ୟରେ ସୀମିତ ନ ଥିଲା। ଓଡ଼ିଶାର ଇତିହାସ, ଭାରତୀୟ ସଂସ୍କୃତି ଏଵଂ ଐତିହ୍ୟ ତଥା ବିଶ୍ଵସ୍ତରୀୟ ସୃଜନଶୀଳ କଳା ଉପରେ ମଧ୍ୟ୍ୟ ସେ ବେଶ ଅନୁସନ୍ଧାନ ଓ ଅନୁଶୀଳନ କରିଥିଲେ। ଜଣେ ପ୍ରଖ୍ୟାତ ଲେଖକ ହେବା ସାଙ୍ଗକୁ ସେ ଜଣେ ସୁଦକ୍ଷ ଚିତ୍ରଶିଳ୍ପୀ ମଧ୍ୟ ଥିଲେ। ପ୍ରକୃତରେ  ନିଜର ନାମର ଯଥାର୍ଥତା କୁ ପ୍ରମାଣ କରି ପୂର୍ଣ୍ଣ ଚନ୍ଦ୍ର ଗୁଣ, ଜ୍ଞାନ ଓ ଗାରିମା ରେ ପୂର୍ଣ୍ତତା  ଅର୍ଜ୍ଜନ କରିଥିଲେ I ୨୦୨୦ ମସିହା  ଅକ୍ଟୋବର  ୧୫ ତାରିଖରେ ୮୪ବର୍ଷ ବୟସରେ ଇଂ. ପୂର୍ଣ୍ଣଚନ୍ଦ୍ର ରଥ ଇହଲୀଳା ସମ୍ବରଣ କରିଛନ୍ତି। ସୁଖର କଥା ଯେ ସମାଜ ପ୍ରତି ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ରଥଙ୍କର ଅମୂଲ୍ୟ ଓ ଅତୁଳନୀୟ ଯୋଗଦାନ ତଥା ସେ ଛାଡ଼ିଥିବା ସ୍ବର୍ଣ୍ଣାଭ ପରମ୍ପରା କୁ ତାଙ୍କର ସୁଯୋଗ୍ୟ ଦାୟାଦ ଜ୍ୟେଷ୍ଠ ପୁତ୍ର ପ୍ରସିଦ୍ଧ ଶିକ୍ଷାବିତ ଡ଼ଃ.ପ୍ରଭାତ କୁମାର ରଥ, ଆବୁଧାବୀ ରେ ଅବସ୍ଥାପିତ କନିଷ୍ଠ ପୁତ୍ର ସୁନାମଧନ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ରଥ, ସୁପୁତ୍ରୀ ଡ଼ଃ.ପଦ୍ମାଲୟା ରଥ ,ପୁତ୍ରବଧୁ ପ୍ରିୟମ୍ବଦା ରଥ, ବହ୍ନିପ୍ରଭା ରଥ ଓ  ଜ୍ୱାଇଁ  ଡ଼ଃ ଶିବ ନାରାୟଣ ପ୍ରମୁଖ ସକ୍ରୀୟ ଭାବେ ବଜାୟ ରଖିଛନ୍ତି।ସ୍ବର୍ଗତଃ ପୂର୍ଣ୍ଣ ଚନ୍ଦ୍ର ରଥଙ୍କର ଜୀବ ଶରୀର ଆଜି ଆମ ନିକଟରେ ନାହିଁ, କିନ୍ତୁ ତାଙ୍କର ଜୀବନ୍ତ ସ୍ମୃତି ଆମ ମାନସ ପଟରେ ସଦାସର୍ବଦା ଅବିସ୍ମରଣୀୟ ହୋଇ ରହିଛି ଏବଂ ରହିଥିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like