-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

ଜମି ଅଧିଗ୍ରହଣଠାରୁ ଉଦ୍‌ଘାଟନ ପର୍ଯ୍ୟନ୍ତ ଚର୍ଚ୍ଚାର ଶୀରୋନାମାରେ ଆଦର୍ଶ ବିଦ୍ୟାଳୟ

26-Jun-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ପ୍ରାଥମିକ ସ୍ତରରେ ଗ୍ରାମାଞ୍ଚଳର ମେଧାବୀ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଗୋଟିଏ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଗଢିଚାଲିଛି । ଯାହାକି ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୂଣ୍ଟ । ଡୁଙ୍ଗୁରିପାଲି ବ୍ଲକର ବଡଫଟାମୁଣ୍ଢାଠାରେ ଚାଲିଛି ଆଦର୍ଶ ବିଦ୍ୟାଳୟର ନିର୍ମାଣ କାମ । କାମ ଚାଲିଥିବା ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଯାହାକି ଚର୍ଚ୍ଚାର ଶୀରୋନାମା ପାଳଟିଛି । ବିଦ୍ୟାଳୟର ନିର୍ମାଣ କାମ ସଂପୂର୍ଣ୍ଣ ହୋଇ ନାହିଁ । ସମ୍ମୁଖ ଅଂଶକୁ ଛାଡି ଦେଲେ ଭିତରେ କୌଣସି ଗୋଟିଏ କାମ ମଧ୍ୟ ସରି ନାହିଁ । ମୁଖ୍ୟ ଫାଟକଠାରୁ ସ୍କୁଲ ପର୍ଯ୍ୟନ୍ତ ଚିକିଟାମାଟି ପଡିଛି । ସାମାନ୍ୟ ବର୍ଷାରେ ଭିତରକୁ ଯାଇ ହେଉନାହିଁ । ଏହାର ରାସ୍ତା ନିର୍ମାଣ ହୋଇ ନାହିଁ । ସମ୍ମୁଖ ପଡିଆ ଖାଲିଢିପ ରହିଛି । ସ୍ଥାନେ ସ୍ଥାନେ ଠିକାଦାରଙ୍କ କେମ୍ପ ରହିଥିବା ବେଳେ ବାଲି ଚିପ୍ସ ବିଭିନ୍ନ ସାମଗ୍ରୀ ଏଣେତେଣେ ପଡିଛି । ଭିତରର ପେଣ୍ଡାଲ କାମ ମଧ୍ୟ ଚାଲିଛି । ଷ୍ଟେଜ ଅଧପନ୍ତରିଆ ହୋଇଥିବା ବେଳେ ଟାଇଲ କାମ ଚାଲିଛି । କୋଠରୀ ଗୁଡିକରେ ଚୂନ ଲେପ ଦିଆଯାଉଥିବା ବେଳେ ବିଭିନ୍ନ କୋଠରୀ ଗୁଡିକରେ ସିମେଣ୍ଟ, ଲୁହାରଡ, ଟାଇଲ ତଥା ବିଭିନ୍ନ ସାମଗ୍ରୀ ରହିଛି । ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ମଧ୍ୟ ହୋଇ ନାହିଁ । ଏହାପରେ ଫାୟାର ସେଫ୍‌ଟି ପାଇଁ କୌଣସି କାର୍ଯ୍ୟ ହୋଇ ନାହିଁ । ଛାତ୍ରବାସର ଭିତ୍ତିପ୍ରସ୍ତର ଗତକାଲି ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟରେ ଶୁଭ ଦେଇଥିବା ବେଳେ ବାଳିକା ହଷ୍ଟେର ନିର୍ମାଣ କାମ ଚାଲିଛି । ରୋଷେଇ ଶାଳାର କାମ ଆରମ୍ଭ ହେଉଛି । ଏତେ ଗୁଡିଏ କାମର ଅସଂପୂର୍ଣ୍ଣ ଥାଇ କିପିର ଓ କାହିିଁକି ଏହାକୁ ଉଦ୍ଘାଟନ କରାଯାଇଛି । ଉକ୍ତ ବିଦ୍ୟାଳୟକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ନିରଞ୍ଜ ପୁଜାରୀ ଗତ ଜାନୁୟାରୀ ୧୫, ୨୦୧୯ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣକୁ ନେଇ ବଡଫଟାମୁଣ୍ଡାର ଗୋଟିଏ ପରିବାର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା । ଫଳରେ ଉକ୍ତ ବିଦ୍ୟାଳୟ ନିର୍ମାଣରେ ଶିଥିଳତା ଦେଖା ଦେଇଥିଲା । ବଡଫଟାମୁଣ୍ଡା ଗ୍ରାମବାସୀ, ମନ୍ତ୍ରୀ ଶ୍ରୀଯୁ୍‌କ୍ତ ପୁଜାରୀ, କେତେକ ସଚେତନ ବ୍ୟକ୍ତିଙ୍କ ଅହରହ ଉଦ୍ୟମରେ ନ୍ୟାୟିକ ବ୍ୟବସ୍ଥାରୁ ମୁକୁଳିବାପରେ ପୁଣି କାମ ଆରମ୍ଭ ହୋଇଥିଲା । ବିଭିନ୍ନ ଏହାକୁ ସଂପୂର୍ଣ୍ଣ କରିବା ଦିଗରେ ସ୍ଥାନୀୟ ବିଧାୟକ ବିଭିନ୍ନ ସମୟରେ ଉକ୍ତ ବିଦ୍ୟାଳୟର ନିର୍ମାଣ କାମର ଅଗ୍ରଗତି ସମ୍ବନ୍ଧରେ ଜାଣିବା ପାଇଁ ଗସ୍ତ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରୁଥିଲେ । କିନ୍ତୁ ଗତକାଲି ଅପରାହ୍ନରେ ଅଂଚଳବାସୀଙ୍କ ଅଗୋଚରରେ ମୁଖ୍ୟମନ୍ତ୍ରୀ ଏହାକୁ ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହାକୁ ଅଂଚଳବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଏହାକୁ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା ବୋଲି ବୁଦ୍ଧୁଜୀବି ମହଲରେ ଆଲୋଚନା ହେଉଛି । ଏ ସଂପର୍କରେ କେହି ଜାଣି ନଥିପ୍ରକାଶ କରୁଥିବା ବେଳେ ଉଦ୍ଘାଟନ ଫଳକ ହଠାତ୍ କିପରି ସେଠାରେ ଲଗାଯାଇଛି । ଯଦି ଆଗରୁ ବିଭାଗୀୟ ଯନ୍ତ୍ରୀ ଜାଣି ନାହିଁ ତାହେଲେ ଫଳକ ଆଗରୁ କିଏ ଲଗାଇଥିଲା । ଏ ସଂପର୍କରେ ଏମାନେ ଯାହା କହନ୍ତି-

ରାକେଶ କୁମାର ବେହେରା-ଯନ୍ତ୍ରୀ- ହଠାତ ପିଡବ୍ଲ୍ୟୁ ବିଭାଗରୁ ଗତକାଲି ଉଦ୍‌ାଟନ କରାଯିବା କଥା ଜାଣି ମୁଁ ସ୍କୁଲରେ ପହଞ୍ଚିଲି । ଆଗରୁ ଏ ବିଷୟରେ କିଛି ଜାଣି ନଥିଲି । କାମ ଖୁବ ଜୋରସୋରେ ଚାଲିଛି । ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ମୁଁ ଆଉ ଅଧିକ କିଛି ଜାଣି ନାହିଁ । ଗଣେଷ କିସାନ-ବିଇଓ ଡୁଙ୍ଗୁରିପାଲି ବ୍ଲକ- ଗତକାଲି ଛୁଟି ଥିଲା ଏବଂ ମୁଁ ଛୁଟିରେ ଥିଲି । ଅପରାହ୍ନରେ ଅସ୍ଥାୟୀ ଭାବରେ ଡୁଙ୍ଗୁରିପାଲି ଉଚ୍ଚବିଦ୍ୟାଳୟରେ ଚାଲିଥିବା ଆଦର୍ଶ ବିଦ୍ୟାଳୟର ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଭାରେ ଯୋଗ ଦେଇଥିଲି । ବିଦ୍ୟାଳୟ ଉଦ୍‌ଘାଟନ ବିଷୟରେ ଜାଣି ନଥିଲି । ସୁରେନ୍ଦ୍ର ଖମାରୀ- ବଡଫଟାମୁଣ୍ଡା ଗ୍ରାମବାସୀ- ବିଦ୍ୟାଳୟ କାମ ସଂପୂର୍ଣ୍ଣ ହେବା ପରେ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା । ବିଦ୍ୟାଳୟ ଆରମ୍ଭର ପ୍ରଥମ ଦିନ କିମ୍ବା କୌଣସି କାମରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଉ ନାହିଁ । ନ୍ୟାୟାଳୟରେ କେସ୍ ଲଢେଇରେ ଗ୍ରାମବାସୀଙ୍କ ଚାନ୍ଦା, ଗାଁ ଫଣ୍ଡରୁ ଖର୍ଚ୍ଚ କରାଯାଇଛି । ଏହି ବିଦ୍ୟାଳୟକୁ ଗ୍ରାମର ସରକାରୀ ଜମି ମଧ୍ୟ ଦିଆଯାଇଛି । କିନ୍ତୁ ଅନ୍ୟାନ୍ୟ କାର୍ଯ୍ୟରେ ଗ୍ରାମବାସୀଙ୍କୁ ପ୍ରସାଶନ ସାମିଲ ନ କରିବା ଦୁଃଖର ବିଷୟ । ବିପ୍ରଚରଣ ସାହୁ-ସଭାପତି ପଶ୍ମିମ ଓଡିଶା ସାମ୍ବାଦିକ ସଂଘ- ବାହାରୁ ବଢିଆ, ଭିତରେ ଖଡିଁଆ । ବାହାରୁ ଦେଖିଲେ ଚକାଚକ ଦିଶୁଛି । ହେଲେ ଭିତରେ କାମ ଚାଲିଛି । କାମ ସଂପୂର୍ଣ୍ଣ ହେବା ପରେ ଏହାକୁ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା । ତଥାପି ଉଦ୍‌ଘାଟନ ବେଳେ ବିଭାଗୀୟ ଅଧିକାରୀମାନେ ଗ୍ରାମବାସୀ ଏବଂ ସଚେତନ ବ୍ୟକ୍ତି, ଅଚଳବାସୀ,ଜନପ୍ରତିନିଧିଙ୍କୁ ସାମିଲ କରିଥିଲେ ଭଲ ହୋଇଥାନ୍ତା କିମ୍ବା ଶେଷ ହେବା ପରେ ଉଦ୍ଘାଟନ କରିଥିଲେ ଭଲ ହୋଇଥାନ୍ତା ।

ଘନଶ୍ୟାମ ବିଶ୍ୱାଳ-ଅଧ୍ୟକ୍ଷ ଆଦର୍ଶ ବିଦ୍ୟାଳୟ- ମୁଁ ଗତକାଲି ଅପରାହ୍ନରେ ବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଗତ ସଭାରେ ଉପସ୍ଥିତ ଥିଲେ । ଉଦ୍ଘାଟନ ବିଷୟରେ କିଛି ଆଗରୁ ଜାଣି ନଥିଲି । ହଠାତ ବିଭାଗୀୟ ଅଧିକାରୀ ମୋତେ ଫୋନ ଯୋଗେ ଡାକିବାରୁ ସେଠାକୁ ଯାଇଥିଲି । ନିତେଇ ପାଳ- ଡୁଙ୍ଗୁରିପାଲି ବିଜେପି ମଣ୍ଡଳ ସଭାପତି- ଉଦ୍ଘାଟନକୁ ନେଇ ରାଜନୀତି ଚାଲିଛି । କାମ ସଂପୂର୍ଣ୍ଣ ହେବା ପରେ ଉଦ୍ଘାଟନ କରାଯିବା କଥା । ବିଦ୍ୟାଳୟ ନିର୍ମାଣ ଏବଂ ନିର୍ମାଣ ପରେ ଉଦ୍ଘାଟନକୁ ଆମେ ସ୍ୱାଗତ କରିବୁ । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ଅଂସପୂର୍ଣ୍ଣ ବିଦ୍ୟାଳୟକୁ ଉଦ୍‌ଘାଟନ ଠିକ ନୁହେଁ । ବିଗତ ଦିନରେ ଡୁଙ୍ଗୁରିପାଲି ଶିଶୁ ମାତୃ ଯତ୍ନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ପଣ୍ଡକିଟାଲ ଠାରେ ଉଦ୍ଘାଟନ କରିବା ପରେ ବିଧାୟକ ପୁଣି ପରବର୍ତ୍ତି ସମୟରେ ଏବଂ ଶେଷରେ ଗୃହ ପ୍ରବେଶ ନାଁରେ କାର୍ଯ୍ୟକ୍ରମ କରାଯାଇଥିଲା । ବର୍ତ୍ତମାନ ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ଏପରି ବାରମ୍ବାର ଉଦ୍ଘାଟନ କଲେ ଆମେ ଦଳ ପକ୍ଷରୁ ବିରୋଧ କରିବୁ । ବିଦ୍ୟାଳୟର କୋଠା, ଛାତ୍ରବାସ, ଖେଳ ପଡିଆ, କେଣ୍ଟିନ, ରାସ୍ତା, ପାଚେରୀ ନିର୍ମାଣରେ କେତେ ଅନୁଦାନ ରହିଛି ସେ ସଂର୍ପର୍କରେ କୌଣସି ସୂଚାନ ଫଳକ ରହିବା କଥା । ଏହା ଲୋକେ ଜାଣିବାରୁ ଅଧିକାର ରହିଛି । କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀମାନେ କାହିଁକି ନେଦେ ଲୋକଙ୍କୁ ଅନ୍ଧାରେ ରଖିଛନ୍ତି ତାହା ତଦନ୍ତ ସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like