-+91-9937148622 |
prerana_bgr@rediffmail.com |
Wednesday 28th October 2026 |
R.N.I. Regd No. ODIODI/2010/46693
Breaking News
25-Jun-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଜଗନ୍ନାଥ ଙ୍କ ନବଦିନାତ୍ମକ ଯାତ୍ରା ଅବସରରେ ଶ୍ରୀ ଗୁଣ୍ଡିଚା ମନ୍ଦିରଠାରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ କୃଷ୍ଣବଳରାମ କାଳୀୟ ଦଳନ ଅବତାର ବେଶ ଅନୁଷ୍ଠିତ ହୋଇଛି। ଦିନସାରା ଝିପଝିପି ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଏପରି ଦିବ୍ୟଲୀଳାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ସମୁହ ବ୍ୟାକୁଳ ଥିବାଭଳି ପ୍ରତୀୟମାନ ହୋଇଛି। ଭକ୍ତ ମାନଙ୍କ ର ଶୃଙ୍ଖଳିତ ଦର୍ଶନ ପାଇଁ ରଥଯାତ୍ରା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଏହି ଦିବ୍ୟ ଅବତାର କୁ ଦର୍ଶନ ପାଇଁ ଆଜି ମଧ୍ୟ ଭକ୍ତମାନେ ଲମ୍ବା ଧାଡିରେ ରହିଥିବା ଦେଖିବାକୁ ମିଳୁଥିବାବେଳେ ଏହି ପବିତ୍ର ଦେଵଭୂମି ଏବେ ଉତ୍ସବମୁଖର ହୋଇ ଉଠୁଛି। ଏହାସହ ସହରର ବୃନ୍ଦାବନ ବିହାରୀ ମନ୍ଦିର,ଥନାପତିପଡା,ମଝିପଡାର ମଣ୍ଡପ ରେ ଦଧିବାବନ ତଥା ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଓ ତରଭା ତଥା ଜିଲ୍ଲାର ବିଭିନ୍ନ ଜଗନ୍ନାଥ ପୀଠ ଠାରେ ଏବେ ମହାପ୍ରଭୁଙ୍କ ଦିବ୍ୟଲୀଳାକୁ ଦର୍ଶନ କରି ଭକ୍ତମାନେ ଅଭିଭୂତ ହୋଇଥିବା ଜଣାଯାଇଛି।