-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
05-Jun-2023
କଟକ(ପ୍ରେରଣା ଖବର) ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ସଂଘର ନାରୀ ସଦନ ପ୍ରାଙ୍ଗଣରେ ସଂଘର ସଂପାଦିକା ଆଭା କାନୁନଗୋଙ୍କ ନେତୃତ୍ଵରେ ବିଭିନ୍ନ କିସମର ଫଳ ଓ ଫୁଲ ଯଥା ଆମ୍ବ, ପିଜୁଳି, ସେପଟl, ଜlମୁ ରୋଳ, ଲେମ୍ବୁ, ରଜନୀ ଗନ୍ଧା, ଚମ୍ପା, ହେନl, କୁଈ ଆଦି ଚlରl ଗଛରୋପଣ କରାଯାଇଥିଲା ଶିକ୍ଷାବିତ୍ ତଥା ବରିଷ୍ଠ ମହିଳା ନାଗରିକ
ସଂଘର ସଭାନେତ୍ରୀ ଅନୁସୂୟା ମିଶ୍ର କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଚାରl ରପଣସ ହ ସାଂପ୍ରତିକ ପରିସ୍ଥିତିରେ ପରିବେଶକୁ ସରସ ସୁନ୍ଦର କରାଯାଇ ଏହାର ଭାରସାମ୍ୟ ରଖାଯାଇପାରିବ
ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ସଂଗଠନ ସମ୍ପାଦିକା ମୀରା ବେଉରା, ଗିତlଶ୍ରୀ ଦାସ, ବବିତା ଦାସ ମହାପାତ୍ର ସଦନର ପ୍ରାଙ୍ଗଣରେ ଏହି ଫୁଲ ଫଳ ଚlରା ଗଛ ଗୁଡ଼ିକ ରୋପଣ କରି ଏହାର ଉପଯୁକ୍ତ ଯତ୍ନ ନେବା ପାଇଁ ସଙ୍ଘର ଅନ୍ତେବାସୀ ସଦସ୍ୟଙ୍କୁ କହିଥିଲେ।