-+91-9937148622 |
prerana_bgr@rediffmail.com |
Monday 12th May 2025 |
R.N.I. Regd No. ODIODI/2010/46693
Breaking News
05-Jun-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଂଚାୟତ ଅନ୍ତର୍ଗତ କୁଟୁରାପାଳି ଗ୍ରାମରେ ବିଶ୍ୱ ପରିବେଶ ଦିନ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଶ୍ରୀ ପ୍ରେମାନନ୍ଦ ଅମାତ (ଇ. ଡବ୍ଲୁ) ଙ୍କ ସଭାପତିତ୍ୱ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ବାଦୀମୁଣ୍ଡା ସରପଞ୍ଚ ଶ୍ରୀଯୁକ୍ତ କିରଣ ସାହୁ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ବାହାଦୁର ସା (ଇ ଡବ୍ଲୁ), କୁଟୁରାପାଳି ଏସଏଚଜି ମହିଳା ଙ୍କ ଉପସ୍ଥିତି ରେ 250 ଟି ଆମ୍ବଗଛ ବଣ୍ଟନ କରାଗଲା l ଏଥିରେ କମଳ ଭୋଇ, ଦୈତାରୀ ସାହୁ, ହରି ସାହୁ, ସୁବାଷ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l