-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
04-Jun-2023
ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ସ୍ପୋର୍ଟସ କ୍ଲବ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶନିବାର ଅନୁଷ୍ଟିତ ଦ୍ଵିତୀୟ କ୍ୱାଲିଫାୟାର ମ୍ୟାଚରେ ସାଗର-୧୧କୁ ହରାଇ ତ୍ରିରଙ୍ଗା ୟୁଥ୍ କ୍ଳବ ସେମି ଫାଇନାଲକୁ ପ୍ରବେଶ କରିଛି । ଟଚ ଜିଣି ତ୍ରିରଙ୍ଗା ପ୍ରଥମେ ବ୍ୟାଟିଂ କରି ୮ଓଭରରେ ୬ୱିକେଟ ହରାଇ ୭୭ରନ କରିଥିଲା ତାର ଜବାବରେ ସାଗର ୮ୱିକେଟ ହରାଇ ମାତ୍ର ୬୮ରନ କରି ପରାଜିତ ହୋଇଥିଲା । ମ୍ୟାଚକୁ ରଞ୍ଜିତ ପଣ୍ଡା ଓ ସବ୍ୟସାଚୀ ମିଶ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ଆଲୋକ ସେଠୀ ଓ ମ୍ୟାଚର ଧରାବିବରଣୀ ବୈରାଗୀ ପ୍ରଧାନ ପ୍ରଦାନ କରିଥିଲେ ।ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବିନିକା ବଣିକ ସଂଘ ସଭାପତି ଅଶ୍ଵିନୀ ସୁବୁଦ୍ଧି,ସମ୍ମାନିତ ଅତିଥି ଭାବେ ବ୍ୟବସାୟୀ ଦିଲ୍ଲୀପ ଅଗ୍ରୱାଲ,ସଚେତନ ନାଗରିକ ପ୍ରମୋଦ ଦାଶ,ଯୁବ ଶିଳ୍ପ ଉଦ୍ୟୋଗୀ ମୁନତାଜ ପଣ୍ଡା,ଶିକ୍ଷକ ଗୋପାଳଜୀ ପଣ୍ଡା,ଇଣ୍ଡେନ ଗ୍ୟାସ ପ୍ରୋପାଇଟର ରାମଜୀ ପଣ୍ଡା ପ୍ରମୁଖ ଯୋଗଦେଇ ବିଜେତା/ଉପବିଜେତା ତଥା ମ୍ୟାନ ଅଫ ଦି ମ୍ୟାଚ,ବେଷ୍ଟ ଫିଲଡର ଆଦି ଖେଳାଳୀଙ୍କୁ ମାନପତ୍ର ଦେଇ
ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି ରବିବାର ଅପରାହ୍ନରେ ତ୍ରିରଙ୍ଗା ୟୁଥ୍ କ୍ଳବ ବନାମ ବାଦୀ ବ୍ରଦରସ ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଟିତ ହେବ ।ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ପୁରସ୍କାର ପ୍ରଦାନ ନିମନ୍ତେ ମୁଖ୍ୟଅତିଥି ଭାବରେ ବୀରମହାରାଜପୁର ଟ୍ରେଜେରୀ ଅଫିସର ଅରୁଣ କୁମାର ମେହେର,ସ୍ଵତନ୍ତ୍ର ଅତିଥି ଭାବେ ବଲାଙ୍ଗୀରରୁ ପ୍ରକାଶିତ ପ୍ରେରଣା ଖବରକାଗଜ ସମ୍ପାଦକ ରଘୁନନ୍ଦନ ସିଂ,ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର ତଥା ବୈଷୟିକ ପରାମର୍ଶଦାତା ବିବେକାନନ୍ଦ ପାତ୍ର,ସହରାଞ୍ଚଳ ଜଳଯୋଗାଣ କେନ୍ଦ୍ର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏସ.ଏନ.ମୂର୍ତ୍ତି,ସିଦ୍ଧାର୍ଥ ଡିଗ୍ରୀ କଲେଜ ଓଡ଼ିଆ ବିଭାଗ ଅଧ୍ୟାପକ ଭଗବାନ ସାହୁ,ବିଶିଷ୍ଟ କ୍ରୀଡାବିତ ବିଜୟ କୁମାର ମହାକୁର ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।