-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
29-Mar-2023
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
ଆସ୍ଥା ଓ ବିଶ୍ଵାସର ପର୍ବ ଚୈତ୍ର ପର୍ବ ମହା ଆଡମ୍ବର ସହ ପାଳିତ ହୋଇଛି । ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡରଘରଣି ଓ ଅଞ୍ଚଳର ବିଭିନ୍ନ ଗ୍ରାମରେ ପୁଜାପାଇଥିବା ଦେବା ଦେବୀ ଙ୍କ ଏହି ପର୍ବ ମଙ୍ଗଳବାର ଦିନ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଛି । ରୀତିନୀତି ଅନୁଯାୟୀ ମାଁ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମାଁ ଙ୍କ ପ୍ରତିମା ସ୍ୱରୂପ ଘଟ କୁ କୁଆଁରୀ କନ୍ୟା ଦ୍ୱାରା ବୁହାଯାଇ ଗ୍ରାମ ପରିକ୍ରମା କରାଯାଇଥାଏ । ଏହି ସମୟରେ ମଣିଷ ଦେହରେ କାଲିଶି ଲାଗି ମାଁ ଆବିର୍ଭାବ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।ଏହି ଦିନ ସକାଳୁ ସକାଳୁ ଘର ଦ୍ଵାରା ମୁହଁରେ ଝୋଟି ପକାଇ ମାଁ ଙ୍କ ଆଗମନ କୁ ଅପେକ୍ଷା କରିଥାନ୍ତି ଲୋକେ । ମାଁ ଙ୍କ ଦର୍ଶନ ପାଇଁ ଗ୍ରାମରେ ସୃଷ୍ଟି ହୋଇଥାଏ ଭକ୍ତିମୟ ପରିବେଶ । ଚଳଚଞ୍ଚଳ ହୋଇ ଉଠେ ସମଗ୍ର ଗାଁ ଠୁ ସହର । ମାଁ ଙ୍କ ପ୍ରତିମା ସ୍ୱରୂପ ଘଟ ପହଞ୍ଚିବା ପରେ ହୁଳହୁଳି,ବନ୍ଦାପନା ଦେଇ ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ଲୋକେ ମାଁ ଙ୍କ ଦର୍ଶନ କରି ସୁଖ ଶାନ୍ତିରେ ରଖିବା ପାଇଁ ମାଁ ଙ୍କ ଠାରେ ଶରଣାପନ୍ନ ହୋଇଥାନ୍ତି । ବିଶ୍ୱାସ ଅଛି ମାଁ ଙ୍କ ଘଟକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହେବା ସହ ଦୁଃଖ କଷ୍ଟ ଦୂର ହୋଇଥାଏ । ଏହି ପୂଜାର୍ଚ୍ଚନା କରିବା ପରେ ଗ୍ରାମର ମଙ୍ଗଳ ହେବା ସହ ଗ୍ରାମ ଦେବୀ ସନ୍ତୁଷ୍ଟ ହୋଇ ଥାନ୍ତି । ଗାଁ କୁ କୌଣସି ପ୍ରକାର ରୋଗ,ମହାମାରୀ,ଦୁର୍ଭିକ୍ଷ ଭଳି ସ୍ଥିତି ଆସି ନ ଥିବା ବିଶ୍ୱାସ ରହିଛି । ଏହି ଦିନ ମାନସିକ ଧାରୀ ମାନେ ମାଁ ଙ୍କ ମନ୍ଦିରରେ ବୋଦା,କୁକୁଡ଼ା , ପାରା ବଳି ଦେଇଥାନ୍ତି ।