-+91-9937148622 |

prerana_bgr@rediffmail.com |

  Saturday 13th December 2025 |

| | | |

R.N.I. Regd No. ODIODI/2010/46693

Breaking News

ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   (13-Dec-2025)       ||      ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   (13-Dec-2025)       ||      ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   (13-Dec-2025)       ||      ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   (13-Dec-2025)       ||      ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ    (13-Dec-2025)       ||      ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା    (12-Dec-2025)       ||      ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   (12-Dec-2025)       ||      ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   (12-Dec-2025)       ||      ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   (12-Dec-2025)       ||      *ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   (12-Dec-2025)       ||      କୃଷି ସମବାୟ ସମିତି ବୋଡ଼େନରେ ଧାନ ମଣ୍ଡି ଉଦଘାଟନ   (12-Dec-2025)       ||      ହିତାଧିକାରୀଙ୍କୁ ଅଧିକାରୀଙ୍କ ଜୁହାର,ଘର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ   (12-Dec-2025)       ||      ହଧାନର ମନ୍ଥରତାରୁ ସମାଧାନ ପାଇଁ ଅତାବିରା ଏନ୍ଏସି ସ୍ତରୀୟ ଚାଷୀଙ୍କ ବୈଠକ   (12-Dec-2025)       ||      *ଉପ ଜିଲ୍ଲାପାଳ ଓ ଡିଏସପି ଙ୍କୁ ସହର ବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଧନା*-   (12-Dec-2025)       ||      *ଆସନ୍ତା କାଲି ଠୁ ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ ଏନୁଏଲ ଏଥଲେଟିକ ମିଟ*   (12-Dec-2025)       ||      *ନବରଙ୍ଗପୁରରେ କ୍ଷତ୍ରିୟ ଧାକଡ ସମାଜ ପଦାଧିକାରୀ ବୈଠକ*   (12-Dec-2025)       ||      ମନମୁଣ୍ଡା ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ    (12-Dec-2025)       ||      ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା    (12-Dec-2025)       ||     

HOME   ଜିଲ୍ଲା

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ

28-Mar-2023



ଡାବୁଗାଁ, (ମିହିର ଶଙ୍କର ପାତ୍ର)ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୨୦୨୨-୨୩ ଆର୍ଥିକ ବର୍ଷର ୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ  ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ  କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ଉପରେ  ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି | ଏଥିରେ ଏମଜିଏନଆରଇଜିଏସ ଯୋଜନା ସମ୍ପର୍କିତ ପ୍ରକଳ୍ପ  ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ଯୋଜନାରେ ଜବକାର୍ଡ ଧାରି ଶ୍ରମିକ ମାନେ କେତେଦିନ କାର୍ଯ୍ୟ କରିଛନ୍ତି , ମଜୁରି ପାଇଛନ୍ତି କି ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସଂପୂର୍ଣ୍ଣ ହୋଇଛି କି ନାହିଁ ଓ ହିତାଧିକାରୀ ସଂପୂର୍ଣ୍ଣ ଅର୍ଥ ପାଇଛି କି ନାହିଁ ତାହାର ସମୀକ୍ଷା କରାଯାଇଥିଲା | ଏଥିରେ ଗତ ୨୦୨୨-୨୩   ଆର୍ଥିକ ବର୍ଷ ରେ ଏହି ଯୋଜନାରେ ୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ସୁଧା ୧୯ କୋଟି ୬୬ ଲକ୍ଷ ୫୫ ହଜାର ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ  ସଂମ୍ପୂର୍ଣ୍ଣ ଅର୍ଥ  ବ୍ୟୟ କରାଯାଇଛି | ସେପ୍ଟେମ୍ବର ୨୦୨୨ ସୁଧା ୬ ଲକ୍ଷ ୪୫ ହଜାର ଟି କାର୍ଯ୍ୟ ଦିବସ ସୃଷ୍ଟିକରିବା ପାଇଁ ଟାର୍ଗେଟ ୭ ଲକ୍ଷ ୮୫  ହଜାର ୫୮୮  ଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥିଲା | ଏଥିରେ ୧୦ ହଜାର ୪୨୧ ଟି ପରିବାର କୁ ପଞ୍ଜୀକୃତ ହୋଇଥିବା ବେଳେ ୮ ହଜାର ୫୩୦ ଟି ପରିବାରକୁ କାର୍ଯ୍ୟ ଯୋଗାଇ ଦିଆଯାଇଛି | ୧ ଏପ୍ରିଲ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ମୋଟ ୨୭୦୯ ପରିବାର କୁ ୧୦୦ ଦିନ ର କାର୍ଯ୍ୟ ପୂରଣ କରିଛନ୍ତି | ଏଥିରେ ମୋଟ ୩୭୭୩ ଟି ପ୍ରକଳ୍ପ ରୁ ୧୨୫୬ ଟି ପ୍ରକଳ୍ପ ସଂପୂର୍ଣ୍ଣ କରାଯାଇ ଥିବା ଏହି ଜନଶୁଣାଣି ରେ ଉପସ୍ଥାପିତ କରାଯାଇଥିଲା | ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଗୃହର କବାଟ, ଝରକା ଲାଗିନଥିବା, ଘର ମେଜିଆ ଓ ପ୍ଲାଷ୍ଟର ହୋଇନଥିବା ଆଦି ଦେଖିବାକୁ ମିଳିଥିଲା | କେତୋଟି ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ବେଳେ ସାଇନ ବୋର୍ଡ ନଥିବା ଆଦି ତ୍ରୁଟି ଦେଖାଦେଇଥିବା ଉପସ୍ଥାପନ ହୋଇଥିଲା | ଏଣୁ ଏହି ତୃଟିର ସମାଧାନ ପାଇଁ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଜିଲା ଆଦିବାସୀ ଉନ୍ନୟନ ସଂସ୍ଥା ର କୌଣସି ଅଧିକାରୀ ଆସି ନଥିଲେ |  ଏଥିରେ ନବରଙ୍ଗପୁର ଜିଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ଟାଲି ଉପସ୍ଥିତ ସରକାରୀ କର୍ମଚାରୀଙ୍କୁ ସାମାଜିକ ସମୀକ୍ଷାରେ ଦେଖାଯାଇଥିବା ତ୍ରୁଟି ଗୁଡିକ ଯେପରି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଏଥିରେ ବିଡିଓ ଶରତ ମାଝି, ନବରଙ୍ଗପୁର ଜିଲା ସାମାଜିକ ସମୀକ୍ଷକ ବୈବସୂତ ଚାଲାଣ, ଜିଲା ପ୍ରକୃତିକ ସମ୍ବଳ ପରିଚାଳନା ସଂଯୋଜକ ରାମ ଖିଲ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲାପରିଷଦ ସଭ୍ୟ ଜୋନ-୧ ଧନସିଂ ଭତ୍ରା, ଜନ ଶୁଣାଣୀ କମିଟି ସଭ୍ୟ ସୁରେନ୍ଦ୍ର କୁମାର ମିଶ୍ର ଓ ପ୍ରଜ୍ଞାରଞ୍ଜନ ପରିଡା, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣବାସ ନାୟକ,  ବନପାଳ ମଧୁସୂଦନ ପାତ୍ର, ବ୍ଲକ ସାମାଜିକ ସମୀକ୍ଷକ ଶାରଦା ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ବନପାଳ ମଧୁସୂଦନ ପାତ୍ର, ଉଦ୍ୟାନ କର୍ମଚାରୀ ଜଳେନ୍ଦ୍ର ଅମାନାତ୍ୟ, ବିପିସି ଯୋଗେନ୍ଦ୍ର ମାଝି, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ସମସ୍ତ ସରପଞ୍ଚ , ସମିତି ସଭ୍ୟା ସଭ୍ୟ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବିକା ସେବକ ଓ ଜବ କାର୍ଡ ଧାରୀ ଶ୍ରମିକ ମାନେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଏମଜିଏନଆରଇଜିଏସ ସହାୟକ ବିଦ୍ୟାଧର ବିଶୋଇ ପରିଚାଳନା କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନାପାଲି ବ୍ଲକ ସ୍ତରୀୟ କାର୍ଯ୍ୟାଳୟରେ ନିରନ୍ତର ବିକାଶ ତାଲିମ ଶିବିର ଅନୁଷ୍ଠିତ l   13-Dec-2025
  ଜିଲ୍ଲା  
ଲୁତୁରପଙ୍କ କ୍ରିକେଟ କପ୍ ର ଚଏସ ଲଳିଙ୍ଗ ଉତ୍ସବ   13-Dec-2025
  ଜିଲ୍ଲା  
ତୋଷାଳୀ ବିଦ୍ୟାମନ୍ଦିରର ସପ୍ତମ ବାର୍ଷିକ କ୍ରୀଡା ଉତ୍ସବ   13-Dec-2025
  ଜିଲ୍ଲା  
ବନବିଭାଗ ର ବଡ ସଫଳତା, ୪ ଟ୍ରାକ୍ଟର ଖଇର ଗଣ୍ଡି ଜବତ, ହେଲେ କାଠ ମାଫିଆ କିମ୍ବା ଗାଡି ଜବତ କରିବାରେ ବିଫଳ   13-Dec-2025
  ଜିଲ୍ଲା  
ନୂଆପଡାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ସୋନପୂର ରେଡ କସ କ୍ୟାମ୍ପ: ସେବା ସୁସ୍ଥ ମାନବବାଦର ବାର୍ତ୍ତା ଦିଏ   13-Dec-2025
  ଜିଲ୍ଲା  
ଝାରସୁଗୁଡ଼ା: ଏସ୍. ୟୁ. ଜେ ର ଫେବୃଆରୀ ୧୧ ରାଜ୍ୟ ବାର୍ଷିକ ଉତ୍ସବର ରୂପରେଖ ସମ୍ପର୍କରେ ଆଲୋଚନା   12-Dec-2025
  ଜିଲ୍ଲା  
ବାଲେଶ୍ୱର – ଜିଲ୍ଲାସ୍ତରୀୟ ଯୁବୋତ୍ସବ ଉଦଘାଟିତ   12-Dec-2025
  ଜିଲ୍ଲା  
ବୁଢୀବଲଣ୍ଡl ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅର୍ଥ ତୋଷlରପାତ ମାମଲାରେ ୪ବର୍ଷ ଜେଲ ଦଣ୍ଡାଦେଶ   12-Dec-2025
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା   12-Dec-2025
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଯୋଙ୍କ ପୋଲିସ କୁ ବଡ ସଫଳତା, ୫୭ ଜଣ ଦାଦନ ଶ୍ରମିକ ମହିଳା,ଓ ନାବାଳକ ଙ୍କୁ ଉଦ୍ଧାର, ଜଣେ ଦଲାଲ ଗିରଫ*   12-Dec-2025

You Might Also Like