-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
24-Mar-2023
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ପୋଲିସ କ୍ଲିନକ୍ରମିନାଲ ମିଶନ ଆରମ୍ଭ କରି ନିଶାମାଫିଆ ଓ ଗୁଣ୍ଡାମାନଙ୍କୁ ସାବାଡ କରୁଛି । ପୂର୍ବରୁ ପ୍ରାୟ ୬ଜଣ ଅପରାଧିଙ୍କୁ ଧରି ଗିରଫ କରିଥିବା ବେଳେ ତାଙ୍କର ବେଆଇନ ସାମ୍ରାଜ୍ୟକୁ ବୁଲଡୋଜରଲଗାଇଛି । ସେହିପରି ଗତ ୭ଦିନ ତଳେ ଏକ ବଡଚଢାଉ କରାଯାଇ ପ୍ରାୟ ୧୩ହଜାର ବୋତଲ କଫସିରପ ଜବତ କରି ୩୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ପୁଣି ଏକ ବଡଚଢାଉ କରାଯାଇଛି । କଟକରୁ ଭବାନୀପାଟଣାକୁ ଯାଉଥିବା ଗୋପିନାଥ ବସରେ ଚଢାଉ କରାଯାଇ ୧୪ପେଟି(୨୨୪୦ବୋତଲ କଫସିରପ)ଜବତ କରାଯାଇଛି । ଭୋର ଚାରିଟା ବେଳେ ଟିଟିଲାଗଡ ରାସ୍ତାର ସ୍ମଶାନଠାରେ ଏହି କଫସିରପ ଗୁଡିକ ଓହ୍ଲାଉଥିବା ବେଳେ ପୋଲିସ ମାଡିବସିଥିଲା ଓ ଏହାକୁ ଜବତ କରିଥିଲା ।
ଏହି ନିଶାକାରବାର କରୁଥିବା ୩ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବ ବୋଲି ଆଦର୍ଶଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସଦର ଏସଡିପିଓ ତୁଫାନ ବାଗ ଓ ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କଳାହାଣ୍ଡିର ଲାଲଧର ପୁଟେଲ,କଟକ ମଙ୍ଗଳାବାଗର ବିଶ୍ୱନାଥ ମୁଲିଆ,ଯାଜପୁର ବଣ୍ଡାଲୋ(ଛତିଆ)ର ମହେଶ୍ୱର ମହାନ୍ତି ଅଛନ୍ତି । ତାଙ୍କଠାରୁ ୪ଟି ମୋବାଇଲ ଫୋନ,୫୪୪୦ ଟଙ୍କା ମଧ୍ୟ ଜବତ କରାଯାଇଛି । କଟକରୁ ଲୋଡ ହୋଇ ଏହି କଫସିରପ ବଲାଙ୍ଗୀର ଆସୁଥିଲା । ଟିଟିଲାଗଡ ରୋଡର ସ୍ମାଶାନଘାଟ ନିକଟରେ ଓହ୍ଲାଇ ଅନ୍ୟସ୍ଥାନକୁ ନିଆଯାଇଥାନ୍ତା । ଏହି ସମୟରେ କୌଣସି ଏକ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ପୋଲିସ ଚଢାଉ କରି ଏହାକୁ ଧରିବାରେ ସଫଳ ହୋଇଛି । ଏହି ଚଢାଉରେ ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ,ଏସଆଇ ଏନ.କେ.ଭୋଇ,ଏଏସଆଇ ଏମ.ପ୍ରଧାନ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।