-+91-9937148622 |
prerana_bgr@rediffmail.com |
Thursday 28th March 2024 |
R.N.I. Regd No. ODIODI/2010/46693
Breaking News
21-Mar-2023
ବଙ୍ଗୋମୁଣ୍ଡା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ରେ ବିଭିନ୍ନ ସମୟରେ ଜବତ ହୋଇଥିବା ୨୫ ଟି ପୁରୁଣା ଦୁଇ ଚକିଆ ବାଇକ ବର୍ଷ ବର୍ଷ ଧରି ଥାନାରେ ପଡି ରହିଥିବା ଗାଡି ଗୁଡିକୁ ନିଲାମ କରାଯିବା ପାଇଁ ନିର୍ଧାରିତ କରାଯାଇଛି। ଏହି ବାଇକ ଗୁଡିକର କୌଣସି ଦାବିଦାର ଆଜିପର୍ଯ୍ୟନ୍ତ ଥାନାକୁ ଆସି ଦାବି କରିନଥିବାରୁ ଏସଡିଏମ ଙ୍କ ଆଦେଶ ମୁତାବକ ସିନ୍ଧେକେଲା ପୋଲିସ କୁ ନିଲାମ କରିବା ପାଇଁ ଆଦେଶ ଦିଆଯାଇଛି। ତେବେ କୌଣସି ବ୍ୟକ୍ତି ଯଦି ଏହି ୨୫ ଗୋଟି ଗାଡି ମଧ୍ଯରୁ ଯେ କୌଣସି ଗାଡିର ମାଲିକାନା ଦାବି କରନ୍ତି ତେବେ ଦାବିଦାର ଆସନ୍ତା ୭ ଦିନ ମଧ୍ଯରେ ସିନ୍ଧେକେଲା ଥାନାକୁ ପହଞ୍ଚି ଗାଡିର ଉପଯୁକ୍ତ କାଗଜପତ୍ର ଦେଖାଇ ଥାନାରୁ ଗାଡି ନେଇପାରିବେ ବୋଲି ସିନ୍ଧେକେଲା ଆଇଆଇସି ବି.ରୁଦ୍ରିଆ କହିଛନ୍ତି। ତେବେ ଆଗାମୀ ୭ ଦିନ ମଧ୍ଯରେ କେହି ଏହି ୨୫ ଟି ଗାଡିର ଦାବିଦାର ନ ବାହାରିବେ ତେବେ ଗାଡି ଗୁଡିକର ନିଲାମ କରାଯିବ ବୋଲି ଆଇଆଇସି ବି.ରୁଦ୍ରିଆ କହିଛନ୍ତି।