-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
20-Mar-2023
ନାକଟିଦେଉଳ(କନ୍ଦର୍ପ ବେହେରା ): -ଆଜି ନାକଟିଦେଉଳ ବ୍ଲକ୍ ର ରାଜୀବ ଭବନ ଠାରେ ବ୍ଲକ୍ ସ୍ତରୀୟ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା
ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ବିଡିଓ ବିବେକାନନ୍ଦ ସାହୁ ,ତହସିଲ୍ଦାର୍ ଇଂ ସୁକାନ୍ତ କୁମାର ନାଏକ ପ୍ରମୁଖ ଯୋଗଦେଇ ଅଭିଯୋଗ ଗୁଡ଼ିକର ସମାଧାନ କରିଥିଲେ ା ଏହି ଅଭିଯୋଗ ଶୁଣାଣୀରେ ୯୫ ଟି ଅଭିଯୋଗ ଦାଖଲ ହୋଇଥିଲା ା ଏଥିରେ ଜିଲ୍ଲାପାଳ ୩ ଜଣଙ୍କୁ ହୁଇଲ୍ ଚେୟାର୍, ୪ଜଣଙ୍କୁ ଟ୍ରାୟ ସାଇକେଲ୍ ଏବଂ ୮ ଜଣ ଭିନ୍ନକ୍ଷମକୁ ସହାୟତା ପ୍ରଦାନ କରାଯାଇଥିଲା ା ଏହି ଜନ ଅଭିଯୋଗ ଶୁଣାଣୀରେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଅଭିଯୋଗ ଦାଖଲ ହୋଇଥିଲା l