-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
20-Dec-2022
ବଲାଙ୍ଗୀର(ପ୍ରେରଣା ଖବର)- ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ କଟ୍ନି ଛଟ୍ନି ଯୋଗୁଁ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆଗଲପୁର ବ୍ଲକ ମୁର୍ଷୁଣ୍ଡି, ଡୁଡକା ଓ ନଅଗାଁ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକରେ ଖୁଲ୍ଲମଖୁଲ୍ଲା କଟ୍ନି ଛଟ୍ନି ଯୋଗୁଁ ଚାଷୀ ମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ମିଲର ମାନଙ୍କ ମନମାନୀରେ କ୍ୱିଣ୍ଟାଲ ପିଛା ୪/୫ କେଜି କଟ୍ନି ଛଟ୍ନି ହେଉଛି । ମିଲର ଓ ପ୍ରଶାସନର ଦାଓପେଂଚରେ ବିଚରା ଚାଷୀ ହଇରାଣ ହେଉଛି । ଆହୁରି ମଧ୍ୟ ଧାନ କିଣାବିକାରେ ସ୍ୱଚ୍ଛତା ଆଣିବା ପାଇଁ ଧାନ ମଣ୍ଡି ଗୁଡିକରେ ସିସି ଟିଭି କେମେରା ସଂଯୋଗ କରିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ରହିଥିବା ବେଳେ ଆଗଲପୁର ବ୍ଲକ ମୁର୍ଷୁଣ୍ଡି ପେକ୍ସ ରେ ସିସି ଟିଭି କାମ କରୁନଥିବା ଦେଖିବାକୁ ମିଳିଛି । ଏପରିକି ଏଠାରେ ଧାନ ରଖିବ ପାଇଁ ପର୍ଯ୍ୟାପ୍ତ ଗୋଦାମ ଗୃହ ମଧ୍ୟ ନାହିଁ l ଏ ସଂପର୍କରେ ଏଠାରେ କାର୍ଯ୍ୟରତ ପେକ୍ସ ସଂପାଦକ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟା ସଂପର୍କରେ ଅଭିଯୋଗ କରାଯାଇଛି ବୋଲି କହିଛନ୍ତି । ମୁର୍ଷୁଣ୍ଡି ପେକ୍ସ ସମେତ ଲୋଇସିଂହା ବ୍ଲକ ବୁର୍ଡା ପେକ୍ସରେ ମଧ୍ୟ ଖୋଲା ଆକାଶ ତଳେ ବସ୍ତାବସ୍ତା ଧାନ ପଡି ରହିଥିବା ଦେଖିବାକୁ ମିଳିଛି ।
ଏପରି ଚାଷୀ ମାରଣ ନୀତି ଓ ମଣ୍ଡିରେ ଚାଲିଥିବା ଚରମ ଅବ୍ୟବସ୍ଥା ବିରୁଦ୍ଧରେ ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତାକାଲି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦାର୍ଶନ କରିବ ବୋଲି ଜଣାପଡିଛି