-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
27-Nov-2022
ଲୁସୈଲ: ଚଳିତ ଫିଫା ବିଶ୍ୱକପରେ ପ୍ରଥମ ମ୍ୟାଚରେ ସାଉଦି ଆରବ ନିକଟରେ ପରାଜିତ ହୋଇଥିବା ଆର୍ଜେଂଟିନା ଆଜି ଚମତ୍କାର ପ୍ରଦର୍ଶନ କରିଛି । ଲିଓନେଲ ମେସିଙ୍କ ଆକର୍ଷଣୀୟ ପ୍ରଦର୍ଶନ ସହାୟତାରେ ଆର୍ଜେଟିନା ୨-୦ ଗୋଲରେ ମେକ୍ସିକୋକୁ ପରାସ୍ତ କରି ନକଆଉଟ ପ୍ରବେଶ ଆଶା ମଜଭୁତ କରିିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ୬୪ତମ ମିନିଟରେ ଷ୍ଟାର ଖେଳାଳି ଲିଓନେଲ ମେସି ୨୫ ଗଜ ଦୂରରୁ ଏକ ଚମତ୍କାର ଶଟ ମାରିିଥିଲେ । ଏହି ୭ଟି ଖେଳାଳିଙ୍କ ଚକ୍ରବ୍ୟୁହକୁ ଭେଦ କରି ବଲ ଗୋଲରେ ପରିଣତ ହୋଇଥିଲା । ୮୭ତମ ମିନିଟରେ ଇନଜୋ ଫର୍ଣ୍ଣାଣ୍ଡିଜ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ।
ମେକ୍ସିକୋ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା । ନକଆଉଟରେ ପ୍ରବେଶ ପାଇଁ ଆର୍ଜେଂଟିନାକୁ ଆଉ ଏକ ବିଜୟର ଆବଶ୍ୟକତା ରହିଛି । ମେସିଙ୍କ ଏହା ଟୁର୍ଣ୍ଣାମେଂଟର ଦ୍ୱିତୀୟ ଏବଂ ୯୩ତମ ଆନ୍ତର୍ଜାତୀୟ ଗୋଲ । ସାଉଦି ଆରବ ବିପକ୍ଷରେ ସେ ଗୋଟିଏ ଗୋଲ କରିଥିଲେ