-+91-9937148622 |
prerana_bgr@rediffmail.com |
Saturday 4th February 2023 |
R.N.I. Regd No. ODIODI/2010/46693
Breaking News
27-Nov-2022
ସୁରଟ: ଗୁଜୁରାଟ ସୁରଟର ଅର୍ଥନୀତିକୁ ମଜବୁତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁରଟର ଅର୍ଥନୀତିକୁ ଆଗକୁ ନେବାରେ ଓଡ଼ିଆ ଲୋକଙ୍କ ଅଭୂତପୂର୍ବ ଯୋଗଦାନ ରହିଛି । ବିଶେଷ ଭାବରେ ଟେକ୍ସଟାଇଲ ଓ ହୀରା ଶିଳ୍ପ ସମେତ ବିଭିନ୍ନ କାରଖାନାରେ କେନ୍ଦ୍ରାପଡା, କଳାହାଣ୍ଡି, ବଲାଙ୍ଗୀର, ଜଗତସିଂହପୁର ସମେତ ବିଭିନ୍ନ ସ୍ଥାନର ଲୋକମାନେ କାର୍ଯ୍ୟ କରୁଛନ୍ତି ।
ଓଡିଶା ସମେତ ଅନ୍ୟ ଲୋକଙ୍କ ପରିଶ୍ରମ କାରଣରୁ ସୁରତ ବିଶ୍ୱର ଏକ ସୁନ୍ଦର ସ୍ଥାନ ହେବା ସହ ବ୍ୟବସାୟର କେନ୍ଦ୍ରବିନ୍ଦୁ ହୋଇଛି । ସୁରତରେ କାମ କରୁଥିବା ଲୋକମାନଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ବିଶ୍ୱାସ ଅତୁଟ ରହିଛି । ମହାପ୍ରଭୁଙ୍କ ଆଶୀର୍ବାଦ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି । ବିଜେପିକୁ ଜିତାଇବା ପାଇଁ ଶ୍ରୀ ପ୍ରଧାନ ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କରିଥିଲେ ।
କରୋନା ମହାମାରୀର ସଙ୍କଟ ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କାରଣରୁ ଅର୍ଥନୀତି ପ୍ରଭାବିତ ହୋଇନାହିଁ । ପୋଲିଓ ଟିକା ଭାରତୀୟ ପିଲାମାନଙ୍କୁ ଲଗାଇବା ପାଇଁ ପ୍ରାୟ ୩୦ ବର୍ଷ ଲାଗିଥିଲା । ମାତ୍ର ମୋଦି ସରକାରର ବଳିଷ୍ଠ ପଦକ୍ଷେପ କାରଣରୁ ଦୁଇ ବର୍ଷରେ ପ୍ରାୟ ୨୫୦ କୋଟି ଟିକା ଦେଶବାସୀଙ୍କୁ ଦିଆଯାଇସରିଛି । ଅପରପକ୍ଷରେ ଦେଶକୁ ଲମ୍ବା ସମୟ ଧରି ଶାସନ କରିଥିବା ଦଳ ଏବଂ ଆପ୍ ଭ୍ରଷ୍ଟାଚାରରେ ଲିପ୍ତ ହୋଇଛି । ନର୍ମଦାର ପାଣି ଗୁଜୁରାଟକୁ ନଆସିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଲୋକମାନଙ୍କୁ ଚିହ୍ନିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପ୍ରଚାର କରିବା ଅବସରରେ ଶ୍ରୀ ପ୍ରଧାନ ସୁରତ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ପ୍ରବାସୀ ଓଡିଆଙ୍କ ସହ ରାତ୍ରୀଭୋଜନ କରିଥିଲେ ।