-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||      ହେମଗିରି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (26-Oct-2026)       ||      ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ   (26-Oct-2026)       ||      ଫୁଲାପାଲିରେ ପ୍ରଥମ ଦଶହରା କପ୍ ଫୁଟବଲ ଉଦଯାପିତ, ଟ୍ରାଇବ୍ରେକରରେ ଜୟଦେବ ଏକାଦଶ ଚାମ୍ପିଅନ    (26-Oct-2026)       ||      ଟିଟିଲାଗଡ ଲାୟନ କ୍ଲବ ତରଫରୁ ପିସ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ    (26-Oct-2026)       ||     

HOME   ଜିଲ୍ଲା

କୁଚବେ​ହାର ଟ୍ରଫିରେ ସ୍ଥାନ ପାଇଲେ ସମ୍ବଲପୁରର ଅବିନାଶ ଓ ଅଭିନଵ I

25-Nov-2022



ସମ୍ବଲପୁର(ସଂଜୀବ ପାଣିଗ୍ରାହୀ) 
ଆସନ୍ତା ୨୬ ତାରିଖରୁ ସମ୍ବଲପୁରରେ ଖେଳା ଯିବାକୁ ଥିବା ଓଡ଼ିଶା-ହରିଆଣା ୧୯ ବର୍ଷରୁ କମ୍‌ କୁଚବେହାର ଟ୍ରଫି ମ୍ୟାଚ୍‌ ପାଇଁ ଓଡ଼ିଶା ଦଳରେ ସମ୍ବଲପୁରର ଦୁଇ ଜଣ ସ୍ଥାନ ପାଇଛନ୍ତି I ଉଦୀୟମାନ ବ୍ୟାଟ୍‌ସମ୍ୟାନ୍ ଅଭିନବ ନନ୍ଦ ଖେଳାଳିଭାବେ ପ୍ରଥମଥର ପାଇଁ ରାଜ୍ୟ ଦଳରେ ସାମିଲ ହୋଇଥିବାବେଳେ ବରିଷ୍ଠ ଖେଳାଳି ତଥା ଅମ୍ପାୟାର୍ ଅବିନାଶ ନନ୍ଦ ଓଡ଼ିଶା ଟିମ୍ ମ୍ୟାନେଜର୍‌ ଦାୟିତ୍ବ ପାଇଛନ୍ତି I ଗତ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶଠାରୁ ଓଡ଼ିଶାର ପାଳି ପରାଜୟ ପରେ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇ ସମ୍ବଲପୁରର ଅଭିନବଙ୍କୁ ସାମିଲ କରାଯାଇଛି I ୧୦ ବର୍ଷ ବୟସରୁ କମିସନର୍ସ କଲୋନି କ୍ରିକେଟ୍ କ୍ଲବ୍‌ରେ ଭୂପିନ୍ଦର ପଟେଲଙ୍କ ପ୍ରଶିକ୍ଷଣ ଓ ସାବିର ହୁସେନ୍‌ଙ୍କ ତତ୍ତ୍ବାବଧାନରେ ସେ କ୍ରିକେଟ୍ ଖେଳ ଆରମ୍ଭ କରିଥିଲେ I ଅଭିନବ ଜାତୀୟସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେଇଛନ୍ତି I ଅନ୍ତଃବିଦ୍ୟାଳୟ ଓ ଅନ୍ତଃଜିଲ୍ଲା ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ ମଧ୍ୟ କରିଛନ୍ତି I ଚଳିତ ବର୍ଷ ୯୦% ନମ୍ବର ରଖି ଦଶମ ପାସ୍ କରିଥିବା ଅଭିନବ ଏବେ ଭୁବନେଶ୍ବର ବିଜେବି କଲେଜ୍‌ରେ +୨ କଳା ପ୍ରଥମ ବର୍ଷ ଛାତ୍ର। ସେ ନନ୍ଦପଡ଼ା ମୂଳ ନିବାସୀ ଓ ବର୍ତ୍ତମାନ କମିସନର୍ସ କଲୋନିରେ ରହୁଥିବା ଶାନ୍ତନୁ ନନ୍ଦ ଏବଂ ଅପରାଜିତା ନନ୍ଦଙ୍କ ସୁପୁତ୍ର I ଏହି ସୁଯୋଗ ପାଇଁ ଅଭିନବ ନିଜ ପିତାମାତା, କ୍ଲବ୍‌ର ବରିଷ୍ଠ ସଦସ୍ୟ, ସାଥୀ ଖେଳାଳି, ଡିଏଏ ଉପସଭାପତି ଦୁଲାଲ ପ୍ରଧାନ ଏବଂ ଓସିଏ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି I ସେହିପରି ୨୦୦୬ରୁ ୨୦୨୦ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ସମ୍ବଲପୁର ଜିଲ୍ଲା ଦଳ ପାଇଁ କଳାହାଣ୍ଡି କପ୍ ଖେଳିଥିବା, ଅଧିନାୟକତ୍ବ କରିଥିବା ଅବିନାଶ ନନ୍ଦ ମଧ୍ୟ ନିଜ ସମୟର ଜଣେ ଜଣାଶୁଣା କ୍ରିକେଟର୍‌ I ସେ ୨୦୧୧ ଓ ୨୦୧୩ରେ ଓଡ଼ିଶା ପ୍ରିମିୟର୍‌ ଲିଗ୍ ଖେଳିଥିବାବେଳେ ପ୍ରଥମଥର ଚାମ୍ପିଅନ୍ ଦଳର ସଦସ୍ୟ ଥିଲେ। ବର୍ତ୍ତମାନ ସେ ଓଡ଼ିଶା ପ୍ୟାନେଲ୍ ଅମ୍ପାୟାର୍‌ ଓ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର କ୍ରିକେଟ୍ ସଂପାଦକ ଅଛନ୍ତି। ଜଗନ୍ନାଥ କଲୋନି କ୍ଲବ୍‌ରୁ କ୍ରିକେଟ୍ ଖେଳୁଥିବା ଅବିନାଶ ମଧ୍ୟ ନନ୍ଦପଡ଼ା ମୂଳନିବାସୀ। ପ୍ରଥମଥର ପାଇଁ ମ୍ୟାନେଜର୍‌ଭାବେ ସୁଯୋଗ ଦେଇଥିବାରୁ ସେ ଓସିଏ ସଂପାଦକ ସଂଜୟ ବେହେରା ଏବଂ ଡିଏଏ ଉପସଭାପତି ଦୁଲାଲ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି I


News Comment




Photo in News

Advertisment
Lastest News
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026
  ଜିଲ୍ଲା  
ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   27-Oct-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   26-Oct-2026
  ଜିଲ୍ଲା  
ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   26-Oct-2026
  ଜିଲ୍ଲା  
ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   26-Oct-2026

You Might Also Like