-+91-9937148622 |
prerana_bgr@rediffmail.com |
Tuesday 2nd June 2026 |
R.N.I. Regd No. ODIODI/2010/46693
Breaking News
21-Nov-2022
ନୟାଗଡ,(ପ୍ରଦୀପ କୁମାର ପଣ୍ଡା): ଗଣିଆ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାଦ ଦେଶରେ ମା କଳାପାଟ ଙ୍କ ପୀଠରେ ମଣି ଭଦ୍ରା ବିଶ୍ଵ ଶାନ୍ତି ମହା ଯଜ୍ଞ ପାଈଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ଶାନ୍ତି ମହାଯଜ୍ଞ ପରିଚାଳନା କମିଟି ର ସଭାପତି ଅଜୟ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ଧୀରେନ୍ଦ୍ର ପାଣିଗ୍ରାହୀ, ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା, ବିଡ଼ିଓ ସିରୀୟଲ ଶୁଭ୍ର ପଟେଲ, ଏବଂ ଅନ୍ୟାନ୍ୟ ବୁଦ୍ଧି ଜିବୀ ମାନେ ଉପସ୍ଥିତ ଥିଲେ ଚଳିତ ବର୍ଷ ନଭେମ୍ବର ମାସ ୨୭,୨୮,୨୯ ଲଗାତାର ତିନି ଦିନ ଧରି ଯଜ୍ଞ ଚାଲୁ ରହିବ ,୨୭ ରେ ଅଧିବାସ,୨୮ ରେ ଯଜ୍ଞ, ସାଧୁ ମେଳା ଓ ବାବାଙ୍କର ଜନ୍ମ ଦିବସ ପାଳନ କରାଯିବା ସହିତ ୨୯ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତିନିଦିନିଆ ପାଇଁ ପ୍ରଶାସନ ତରଫରୁ ଇଲେଟ୍ରି ପାଣି ପାଇଁ ବ୍ୟବସ୍ଥା କରାଯାଇଛି ଓ ହଜାର ହଜାର ଲୋକଙ୍କ ପାଇଁ ଅନ୍ନ ଛତ୍ର ବ୍ୟବସ୍ଥା କରାଯାଇଛି । ଆଜକୁ ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁ ବିଶ୍ଵ ଶାନ୍ତି ମହା ଯଜ୍ଞ ବନ୍ଦ ହୋଇଯିବାରୁ ଏ ବର୍ଷ ପାଳନ କରୁଥିବା ହେତୁ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି |