-+91-9937148622 |

prerana_bgr@rediffmail.com |

  Friday 26th April 2024 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    (26-Apr-2024)       ||      ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      (25-Apr-2024)       ||      କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   (25-Apr-2024)       ||      ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   (26-Apr-2024)       ||      ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   (25-Apr-2024)       ||      ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   (25-Apr-2024)       ||      ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   (25-Apr-2024)       ||      ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ    (25-Apr-2024)       ||      କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   (25-Apr-2024)       ||      ଅଂଶୁଘାତ ସଚେତନ କର୍ମଶାଳା   (25-Apr-2024)       ||      ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    (25-Apr-2024)       ||      ଭିନ୍ନକ୍ଷମ ମହିଳାଙ୍କ ଭରସାରେ ତିନି ଝିଅ   (25-Apr-2024)       ||      ହାଇମାଷ୍ଟ ଲାଇଟ ଅଚଳ, ମରାମତି ପାଇଁ ଦାବି - ବୀରମହାରାଜପୁର ମୁଖ୍ୟ ଛକ ଅନ୍ଧାର   (25-Apr-2024)       ||      ପୌରାଞ୍ଚଳରେ ସମରେନ୍ଦ୍ର - ନରସିଂହଙ୍କ ଜୋରଦାର ନିର୍ବାଚନ ପ୍ରଚାର ବିକାଶ କୁ ଚୋରି କରିଥିବା ନେତାଙ୍କୁ ନିର୍ବାଚନରେ ଜବାବ ଦିଅନ୍ତୁ ଲୋକେ - ସମରେନ୍ଦ୍ର   (24-Apr-2024)       ||      ବିଦ୍ୟାଳୟରେ ଗ୍ରୀଷ୍ମ ଅବକାଶକାଳୀନ ପ୍ରସ୍ତୁତି....   (24-Apr-2024)       ||      ବହଳପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ   (24-Apr-2024)       ||      ହଳଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ   (24-Apr-2024)       ||      ସିନ୍ଧେକେଲାର ଯୁବ ସାମ୍ବାଦିକ ତଥା ବଣିକ ସଂଘର ସହ ସମ୍ପାଦକ ଙ୍କ ପିତୃ ବିୟୋଗ    (24-Apr-2024)       ||      ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ     (24-Apr-2024)       ||     

HOME   ରାଜ୍ୟ

କଣ୍ଟାବାଞ୍ଜି ଲଜ୍ ରୁ ୬୦ ଲକ୍ଷ ଟଙ୍କା ଜବତ ମାମଲା : ପୁଲିସ୍ ଉପରେ ସନ୍ଦେହର ଚର୍ଚ୍ଚା

16-Sep-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଆଜି କଣ୍ଟାବାଞ୍ଜିର ଏକ ଲଜ୍ ଶ୍ରୀ ଅନ୍ନପୂର୍ଣା ହୋଟେଲରେ ପୁଲିସ୍ ଚଢାଉ କରି ୭ ଜଣ ଆନ୍ଧ୍ରର ଦାଦନ ସେଠ୍ ସନ୍ଦେହ କରାଯାଉଥିବା ରାଜ୍ୟ ବାହାରର ସନ୍ଦିଗ୍ଧ ଲୋକଙ୍କୁ ଗିରଫ କରିଥିବା ମାମଲାରେ ସେମାନଙ୍କଠାରୁ ୬୦ ଲକ୍ଷ ଟଙ୍କା ଜବତ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ପ୍ରକାଶ କରିଥିବା ପ୍ରକାଶ ।  ତେବେ  ଏହା ଦାଦନବଇନା ଲାଗି ସେମାନେ ଆଣିଥିବା ଟଙ୍କା ବୋଲି ଚର୍ଚ୍ଚା ହେଉଥିବାବେଳେ , ପୁଲିସ୍ ଏହାକୁ ସେମାନେ ଜୁଆ ଖେଳୁଥିବା ଟଙ୍କା ବୋଲି କହୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । କେତେକ ବ୍ୟକ୍ତିବିଶେଷ ଏହା ଆହୁରି ଅଧିକ ପରିମାଣର କୋଟି କୋଟି ହେବାର ସମ୍ଭାବନା ରହିଥିବା ଓ ପୁଲିସ୍ କିଛି ଲୁଚାଉଥିବା ସହ ଏଥିରେ

ସ୍ଥାନୀୟ ରାଜନେତାଙ୍କର ମଧ୍ୟ ସମ୍ପୃକ୍ତି ଥିବା ଆରୋପ ପ୍ରକାଶ କରିଛନ୍ତି । ତେବେ ସେ ଯାହାହେଉ , ପୁଲିସ୍ ଉପରେ ଜନସାଧାରଣଙ୍କର ଆସ୍ଥା ନଥିବା ସହିତ ଗତ କିଛି ଦିନ ହେଲା ଜିଲ୍ଲାରେ ପୁଲିସ୍ ବିଶ୍ବସନୀୟତା ହରାଇଥିବାର ଏହା ମଧ୍ୟ ଏକ ପ୍ରମାଣ । ଝରଣୀର ମମିତା ମେହେର ହତ୍ୟାମାମଲାଠାରୁ ଟିଟିଲାଗଡ ଥାନା ବାରାକରୁ ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଫେରାର୍ ହେଇଯିବା ସହ ପାଟଣାଗଡ ବ୍ଲକ୍ ର ଜେଇ ହତ୍ୟା ଅଭିଯୋଗ ଓ ବଲାଙ୍ଗୀର ଜିଲ୍ଲା ସଦର ମହକୁମାଠାରେ ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ରାଗିଂ ଯୋଗୁଁ ଦୁଇଜଣ ଡାକ୍ତରୀଛାତ୍ରୀଛାତ୍ରଙ୍କ ମୃତ୍ୟୁ ମାମଲା ସହିତ ପାଟଣାଗଡ ସହରରେ ଦିନଦ୍ବିପ୍ରହରରେ ସୁନାଦୋକାନରେ ସଶସ୍ତ୍ର ଡକାୟତି ଘଟଣା ଇତ୍ୟାଦିର ପୁଲିସ୍ ତଦନ୍ତରେ ଲୋକେ ସନ୍ତୁଷ୍ଟ ନୁହଁନ୍ତି । ତେଣୁ ଏହି ଚଢାଉରେ ପ୍ରକୃତରେ ୬୦ , ୭୦ , ୮୦ ଲକ୍ଷ ବା ଆହୁରି ଅଧିକ ଟଙ୍କା ପୁଲିସ୍ ଜବତ କରିଛି , ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ ।

ଉଲ୍ଲେଖନୀୟ ଯେ , ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ନୂଆଖାଇ ପରଠାରୁ ଜିଲ୍ଲାରେ ଦାଦନଶ୍ରମିକ ଚାଲାଣ ଆରମ୍ଭ ହୋଇଗଲାଣି । କଣ୍ଟାବାଞ୍ଜି , ବେଲପଡା , ଖପ୍ରାଖୋଲ ଓ ଅନ୍ୟାନ୍ୟ ସ୍ଥାନର ସର୍ଦ୍ଦାରମାନେ ମୁଖ୍ୟତଃ ବିଗତ ବହୁବର୍ଷ ଧରି ଆନ୍ଧ୍ର , ତାମିଲନାଡୁ , କର୍ଣ୍ଣାଟକ ଓ ରାଜ୍ୟବାହାରର ସେଠ୍ ମାନଙ୍କଠାରୁ କୋଟି କୋଟି ଟଙ୍କା ଆଣି ଶ୍ରମିକମାନଙ୍କୁ ବଇନା ଦେଇଥା'ନ୍ତି । ଏହା ସହିତ ସେହିସବୁ ରାଜ୍ୟବାହାରୁ ସେଠ୍ ମାନେ ଆସି କଣ୍ଟାବାଞ୍ଜି ଇତ୍ୟାଦି ଲଜ୍ ଓ ହୋଟେଲରେ ଡେରା ପକାଇଥାନ୍ତି । ଥରେ ଥରେ ଏହି ହୋଟେଲମାନଙ୍କରେ ପୁଲିସ୍ ଚଢାଉ କରିଥାଏ । ଏହି ହୋଟେଲରେ ମଧ୍ୟ ଆଗରୁ ଚଢାଉ ହୋଇ ଥାନାକୁ ଏହି ଅଞ୍ଚଳର ଦାଦନ ସେଠ୍ ମାନଙ୍କୁ ଧରିନିଆଯାଇଥିବା ଓ ଏବେ ବିଧାୟକ ଥିବା ସନ୍ତୋଷ ସିଂ ସାଲୁଜା ସେତେବେଳେ ମଧ୍ୟ ବିଧାୟକ ଥାଇ ଥାନାରେ ବସି ଦାଦନସେଠ୍ ମାନଙ୍କୁ ଛାଡିଦେବାକୁ ଜିଦ୍ କରିବାରୁ ପୁଲିସ୍ ଲାଠିଚାଳନା କରିଥିବା ଭଳି ଘଟଣା ଘଟିଥିବା ଲୋକେ ମନେରଖିଥିବା ପ୍ରକାଶ । ତେଣୁ ଏହି ଜିଲ୍ଲାର ବ୍ୟାପକ ଦାଦନଶ୍ରମିକ ଚାଲାଣରେ ସ୍ଥାନୀୟ ଲୋକପ୍ରତିନିଧି ଓ ପୁଲିସ୍ ର ଭୂମିକା ଜଣାଶୁଣା । 

ତେବେ ଆଜି ଧରାପଡିଥିବା ତେଲେଙ୍ଗାନା ବା ଆନ୍ଧ୍ର ବା ଦକ୍ଷିଣଭାରତୀୟ ଦାଦନସେଠ୍ ମାନେ ପ୍ରକୃତରେ ଏଠାକୁ ଦାଦନବଇନା ବାଣ୍ଟିବାକୁ ନା ଜୁଆଖେଳିବାକୁ ଆସିଥିଲେ  ଓ  ସେମାନଙ୍କଠାରୁ ଏତେ ବିପୁଳ ଟଙ୍କା ଜବତ କରିଥିବା କଣ୍ଟାବାଞ୍ଜି ପୁଲିସ୍ ଯେ ଏହାଠାରୁ ବହୁଗୁଣ ଟଙ୍କା ଜବତ କରି ଏତକ ସିଜର୍ ଦେଖାଉଛି ବୋଲି କଥାରେ ଲୋକେ ବିଶ୍ବାସ କରିପାରୁ ନାହାଁନ୍ତି ।

ଆଇନଜିବୀ ଓ କେତେକ ପୂର୍ବତନ ପୁଲିସ୍ କର୍ମଚାରୀଙ୍କ କହିବାନୁଯାୟୀ , ଜୁଆଖେଳ ଦର୍ଶାଇଲେ  ଶୀଘ୍ର ଜାମିନ୍ ମିଳିଯିବାର ସମ୍ଭାବନା ରହିଥିବାବେଳେ ଦାଦନବଇନାରେ ଏହା ବିଳମ୍ବ ହେବାର କାରଣରୁ ହୁଏତ ପୁଲିସ୍ ଜାଣିଶୁଣି ଏଭଳି ମାମଲାକୁ ଭିନ୍ନମୋଡ ଦେବାର ଅପଚେଷ୍ଟା କରୁଥାଇପାରେ  !

ଜିଲ୍ଲାର ଚଳିତବର୍ଷ କିଛିଦିନତଳେ ଲାଠୋରରୁ ୬ ଜଣ ଦାଦନଶ୍ରମିକଙ୍କୁ ଉଦ୍ଧାର ସହ ୨ ଜଣ ସର୍ଦାର୍ ଙ୍କୁ ଲାଠୋର ପୁଲିସ୍ ଗିରଫ କରିଥିବା ପ୍ରଥମ ଘଟଣା ହୋଇଥିବାବେଳେ ଏହା ଦ୍ବିତୀୟ ବଡ ଚଢାଉ ଓ ଗିରଫଦାରୀ । ପୂର୍ବରୁ ଏମିତି ପ୍ରଥମେ ଧରପଗଡ କରି ପରେ ଦାଦନ ସେଠ୍ ଓ ସର୍ଦ୍ଦାରମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟିକରି ପ୍ରଚୁର ବଟିଆଦାୟ ପୁଲିସ୍ ର ଏକ କୌଶଳ ବୋଲି ମଧ୍ୟ ସମାଲୋଚନା ପ୍ରକାଶ ପାଇଛି ।ତେବେ ଏଭଳି ସନ୍ଦେହ ସୃଷ୍ଟି ହେବାରୁ ବଲାଙ୍ଗୀର ଏସ ପି ତଦନ୍ତ ନିର୍ଦ୍ଦେଶ ଦେବାରୁ ଜବତ ଟଙ୍କାର ପୁନଃଗଣତି କରାଯାଇଥିବା ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ    26-Apr-2024
  ଜିଲ୍ଲା  
ଦୟଣାଚୋରି ସାହିତ୍ୟ ଆସର -୨୦୨୪                             ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ      25-Apr-2024
  ଜିଲ୍ଲା  
କାନ୍ଥରେ ସିମିତ ଗାଁ କଲ୍ୟାଣ ସମିତି - ସୁଧୁରୁନି ପରିମଳ ବ୍ୟବସ୍ଥା - ଗାଁ ଗଣ୍ଡାରେ କୁଢ଼ କୁଢ଼ ଆର୍ବଜନା   25-Apr-2024
  ଜିଲ୍ଲା  
ଖଣିଜ ସମ୍ପଦରେ ଓଡ଼ିଶା ଭରପୁର ହେଲେ ଗରିବୀ କେବେ ହେଉନି ଦୂର । ଷଷ୍ଠ ଥର ନୁହେଁ ଏଥର ଗଢ଼ିବ ଓଡ଼ିଶାରେ ବିଜେପି ସରକାର*   26-Apr-2024
  ରାଜନୀତି  
ଟିଟିଲାଗଡରେ ବିଜେପିନେତା ଅଶୋକ ଦୋରାଙ୍କୁ ଦୁର୍ବ୍ୟବହାର ଓ ହତ୍ୟାଧମକ,  ନିର୍ବାଚନକମିଶନଙ୍କ ପାଖରେ ଫେରାଦହେଲେ ବିଜେପି ପ୍ରାର୍ଥି   25-Apr-2024
  ଜିଲ୍ଲା  
ଵିଜୁଯୁବ  ଛାତ୍ର ଜନତାଦଳର  ସଭାରେ ବିରୋଧିଙ୍କ ପ୍ରଶ୍ନର ଉତ୍ତରଦେଲେ କଲିକେଶ।   25-Apr-2024
  ଜିଲ୍ଲା  
ବଲାଙ୍ଗୀରରେ ନିର୍ବାଚନୀପ୍ରଚାର, ଚା’ ଖଟିରେ ଅନଙ୍ଗଉଦୟ   25-Apr-2024
  ଜିଲ୍ଲା  
ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ   24-Apr-2024
  ରାଜନୀତି  
ବିଜେପି ର ମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ   25-Apr-2024
  ଜିଲ୍ଲା  
କଣ୍ଟାମାଳ ଥାନାର ପାଢେଲ ଦ୍ୟାମ ନିକଟରେ ଯବାନ ମାଓବାଦୀ ଜବାନ ଙ୍କ ମଧ୍ୟରେ ଗୁଳି ବିନିମୟ ଜାରି   25-Apr-2024
  ଜିଲ୍ଲା  
ଅଂଶୁଘାତ ସଚେତନ କର୍ମଶାଳା   25-Apr-2024
  ଜିଲ୍ଲା  
ଦଳଛାଡିଲେ ପିସିସି ସାଧାରଣସଂପାଦକ ବିଧୁଭୂଷଣ.. ନରସିଂହ,ଶରତ ଓ ଭକ୍ତଙ୍କ ମନମାନୀ କାରଣରୁ କଂଗ୍ରେସ ତଳିତଳାନ୍ତ ହୋଇଛି-ବିଧୁ    25-Apr-2024

You Might Also Like