-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
16-Sep-2022
ସାଇଁନ୍ତଲା(ଅନ୍ତର୍ଯ୍ୟାମୀ ସାହୁ) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ ଅମରାବତୀ ଓ ଜୁନିଅର ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଓଜୋନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଲ ମିଶ୍ରଙ୍କ ମାର୍ଗଦର୍ଶନ ଓ ବରିଷ୍ଠ ଶିକ୍ଷକ ବିଶ୍ଵନାଥ ମେହେର ସଭାପତିତ୍ୱ କାର୍ଯ୍ୟକ୍ରମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍ କାଉନସିଲର ରାମ ନାରାୟଣ ଦାଶଙ୍କ ସଂଯୋଜନା କରିଥିଲେ । ଓଜୋନ ସ୍ତର ବିନା ଜୀବନ ସମ୍ଭବ ନୁହେ ।ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଦାଉରୁ ପୃଥିବୀକୁ ସୁରକ୍ଷା ଦେଇଥାଏ ଓଜୋନ ସ୍ତର । ମଣିଷଙ୍କଠାରୁ ଆରମ୍ଭ କରି, ଜୀବଜନ୍ତୁ, ଗଛଲତା ସମସ୍ତଙ୍କ ପାଇଁ ଖୁବ୍ ହାନିକାରକ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି । ଓଜୋନ୍ ସ୍ତର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାକୁସଂରକ୍ଷଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ
ସେପ୍ଟେମ୍ବର ୧୬ ତାରିଖକୁ ‘ବିଶ୍ବ ଓଜୋନ ଦିବସ ଭାବେ
ପାଳନ କରାଯାଇଥାଏ ବୋଲି ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ ମତପ୍ରକାଶ କରିଥିଲେ । ବିଜ୍ଞାନ ଶିକ୍ଷକ ଦୀପକସେନ ଧରୁଆ ଚଳିତବର୍ଷ ବିଶ୍ବ ଓଜୋନ ଦିବସର ଥିମ୍ ରହିଛି- ‘ମନଟ୍ରିଲ ପ୍ରୋଟୋକଲ୍ @୩୫: ପୃଥିଲବୀ ପୃଷ୍ଠରେ ଜୀବନ ସୁରକ୍ଷା ପାଇଁ ବୈଶ୍ବିକ ସହଯୋଗ ' ବିଷୟରେ ଅବଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଓ ପେଣ୍ଟିଙ୍ଗ ପ୍ରତିଯୋଗୀତା ହୋଇଥିଲା। ଆଲୋଚନା ଚକ୍ରରେ ସୁନୀଲ ରଣା, ଭୋଳାଶଙ୍କର ବଗର୍ତ୍ତି, ତୋଫାନ ରଣା, ଦେବାଶିଷ ରଣା, ରୁପେଶ ରଣା, ହିତେଶ ଭୋଇ, ହର ବାରିକ, ନିବେଦିତା ପ୍ରଧାନ ନିଜ ନିଜ ଅଭିମତ ରଖିଥିଲେ । ପେଣ୍ଟିଙ୍ଗ ପ୍ରତିଯୋଗୀତାରେ ସୁବ୍ରତ ସାଗର, ସାନିଆ ବାରିକ, ସୁମତି ବଗର୍ତ୍ତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୌପଦୀ ଭୋଇ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା, ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଲ, ସମୀର ସେଠୀ, ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶିକ୍ଷକ ସୁଦର୍ଶନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶେଷରେ । ଶିକ୍ଷାର୍ଥୀ ୟଶ ପାଳ ସିଂ ରଣା ଧନ୍ୟବାଦ ଅର୍ପଣ କରିଥିଲେ।