-+91-9937148622 |
prerana_bgr@rediffmail.com |
Saturday 12th October 2024 |
R.N.I. Regd No. ODIODI/2010/46693
Breaking News
17-Mar-2024
ବଲାଙ୍ଗୀର(ପ୍ରେରଣା ଖବର ): ଶନିବାର ଦିନ ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆ ଠାରେ ଆୟୋଜିତ ଆସୀମା ପଣ୍ଡାଙ୍କ ଷ୍ଟାରନାଇଟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଗାୟିକା ଅସୀମା ପଣ୍ଡାଙ୍କ ସ୍ଵରର ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ । ହଜାର ହଜାର ଯୁବକଙ୍କ ନାଚରେ ହାଇସ୍କୁଲ ଖେଳପଡିଆ ଉଛୁଳି ପଡିଥିଲା । ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓଙ୍କ ସ୍ମୃତିରେ ସ୍ମୃତିକମିଟି ପକ୍ଷରୁ ଗତ ୬ଦିନ ଧରି ବଲାଙ୍ଗୀର ପାଟଣା କପ କ୍ରିକେଟ ଆୟୋଜିତ ହୋଇଥିଲା । ଗତକାଲି ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫାଇନାଲ uପରେ ଖେଳପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଷ୍ଟାରନାଇଟ କରାଯାଇଥିଲା । ବଲାଙ୍ଗୀର ପାଟଣାକପ ପାଇଁ ବଲାଙ୍ଗୀରର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆ,ଭୁତିଆରବାହାଲ ଖେଳପଡିଆ,ହର୍ଡାଟାଲ ଖେଳପଡିଆ ଓ ଜରାସିଂହା ଖେଳପଡିଆଠାରେ ଗତ ୬ଦିନ ଦିନ ଧରି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଗତକାଲିର ଶେଷ ଫାଇନାଲ ମ୍ୟାଚ ଦେଓଗାଁ ଓ ବ୍ରାହ୍ମଣୀଯୋର ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଦେଓଗାଁ କ୍ରିକେଟ ଟିମ ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ, ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, ଯୁବନେତା ଅର୍କେଶନାରାୟଣ ସିଂଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ,ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ପ୍ରମୁଖ ଯୋଗ ଦେଇଥିଲେ । ଚମ୍ପିୟନ ଦଳକୁ ୨୫,୦୦୦ ଟଙ୍କା ଓ ସିଲକପ ଦିଆଯାଇଥିଲା । ସେହିପରି ରନର୍ସଅଫ ବ୍ରାହ୍ମଣୀଯୋର ଦଳକୁ ୧୫୦୦୦ ଅର୍ଥରାଶି ସହ ସଲକପ ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗାୟୀକା
ଅସୀମା ପଣ୍ଡା, ଯୁବଗାୟକ ପ୍ରୀୟଦର୍ଶନ ବାଗ ପ୍ରମୁଖ ଲୋକଙ୍କ ମନୋରଂଜନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ପାଟଣାକପ ଆୟୋଜକ କମିଟିର ସଭାପତି ରାଜେନ୍ଦ୍ର ହୋତା, ନାଗରିକ କମିଟିର ସଭାପତି ତଥା ଜିଲ୍ଲା କ୍ରୀଡାସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର, ବରିଷ୍ଠନେତା ଲକ୍ଷ୍ମଣ କୁମାର ମେହେର, ଘରୋଇ ବସ ମାଲିକ ସଂଘର ସଭାପତି ଦୁର୍ଗାପ୍ରସାଦ ବେହେରା, ବିଜେଡିର ରାଜ୍ୟ ସଂପାଦକ ପ୍ରଦ୍ୟୁତ ମିଶ୍ର, ପୂର୍ବତନ ସଦରବ୍ଲକ ଅଧ୍ୟକ୍ଷ ଗୁଲାବ ବାଗ,ବିଜୁ ମହିଳା ଜନତାଦଳର ସଭାପତି ଦମୟନ୍ତି ବାଗ,ପୂର୍ବତନ ପୌରଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ଜିଲ୍ଲା ବିଜୁ ଛାତ୍ରଜନତାଦଳର ସଭାପତି ସୁମନ ନନ୍ଦ,ଆଇଟି ସେଲର ବିଭୁତୀଭୂଷଣ ମିଶ୍ର,ବୁଲୁ ବେହେରା,ଲେଙ୍କା ସାହୁ,ସୁବଳ ମହାକୁର,କ୍ରୀଡାସଂଗଠକ ସୁମିତ ପୁରୋହିତ ପ୍ରମୁଖଙ୍କ ସହ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଶ୍ରୀପ୍ରଦା ଷଢଙ୍ଗୀ ପରିଚାଳନା କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ କଳିକେଶଙ୍କ ଦ୍ୱାରା ଆୟୋଜିତ ଏଭଳି କାର୍ଯ୍ୟକ୍ରମରେ ଯୁବକମାନେ ଖୁବ ଉତ୍ସାହିତ ଥିବା ଦେଖାଯାଇଥିଲା ।