-+91-9937148622 |
prerana_bgr@rediffmail.com |
Tuesday 17th September 2024 |
R.N.I. Regd No. ODIODI/2010/46693
Breaking News
20-Mar-2024
ପୁରୀ /ପିପିଲି (ମଧୁସ୍ମିତା ତ୍ରିପାଠୀ ): ଗତକାଲି ସକାଳୁ ପୁରୀ ଜିଲ୍ଲା ଗୁଡ଼ିଆପୋଖରୀ ନିକଟସ୍ଥ ଦିନଉଦ୍ଧାରଣ ଗ୍ରାମର କିଛି ଅଂଚଳ ରେ ଗେରୁଆ ବସ୍ତ୍ର ପିନ୍ଧି ବେକରେ ତୁଳସୀ ମାଳି ପକାଇ ଗାଁ ଗାଁ ରେ ଭିକ ମାଗୁଥିଲେ ତିନି ଜଣ ବ୍ୟକ୍ତି | ପଚାରିଲାରୁ ପୁରୀ ଜଗନ୍ନାଥ ମନ୍ଦିରର ଶ୍ରୀ ଚୈତନ୍ୟ ମନ୍ଦିରରୁ ଆସିଛନ୍ତି ବୋଲି କହିଥିଲେ | ପ୍ରଥମତଃ ପୁରୀରୁ ଆସିଥିଲେ ବୋଲି କହିଥିଲେ | ଗାଁ ଗାଁ ରେ ଚାଉଳ ପଇସା ଏପରିକି ମାଟି ହାଣ୍ଡିରେ ରୋଷେଇ କରି ଦେଲେ ଜଗନ୍ନାଥ ମଙ୍ଗଳ କରିବେ ବୋଲି କହୁଥିଲେ |ଦିନଦ୍ଧାରଣ ଓଁ ବିହାର ନିକଟରେ ଭିକ ମାଗିବା ବେଳେ ଗୋଟେ ଛୁଆକୁ କଥାବାର୍ତା କରି ସନ୍ଦେହ ଘେର କୁ ଆସିଥିଲେ | ଗ୍ରାମବାସୀ କିଛି ପଚାରିବାରୁ ଆମେ ପୁରୀରୁ ଆସିଛୁ ବୋଲି କହିଥିଲେ କିନ୍ତୁ ସଠିକ ଠିକଣା
ଦେଇପାରିନଥିବାରୁ ଭଣ୍ଡ ବୋଲି ଜାଣି ଆଧାର କାର୍ଡ ମାଗିଥିଲେ ଗ୍ରାମବାସୀ | ଆଧାର କାର୍ଡ ରେ ଅନ୍ୟ ଭାଷାରେ ଲିଖିତ ଥିବାରୁ ଗ୍ରାମବାସୀ ବହେ ମାଡମାରି ନିକଟସ୍ଥ ଉତ୍ତରା ଫାଣ୍ଡି କୁ ନେଇଥିଲେ | ସେଠାରେ ସେ ୱେଷ୍ଟବେଙ୍ଗଲ ର ବୋଲି ଜଣାପଡିଥିଲା | ତାଙ୍କ ନିକଟରୁ ୧୩ ହଜାର ଟଙ୍କା ନଗଦ ମିଳିବା ସହ ଦାମୀ ମୋବାଇଲ ମଧ୍ୟ ମିଳିଥିଲା | ଗୋଟେ ପଟେ ପୁରୀରେ ପିଲାଚୋର ମାତିଥିବାବେଳେ ଆଜି ଏଭଳି ଘଟଣା ଗାଁ ରେ ଲୋକଙ୍କ ମଧରେ ଭୟ ଦେଖାଦେଇଛି | ବର୍ତମାନ ସେମାନେ ଥାନରେ ଅଟକ ଅଛନ୍ତି |ପୋଲିସ ପାଖରୁ କିଛି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ |