-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
09-May-2022
ବିନିକା(ହିମାଂଶୁ ଶେଖର ପୁଟେଲ) କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରେ କେବଳ ପୂଜା ରୀତିନୀତି ଅନୁଯାୟୀ ଚାଲିଥିବା ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ କିପରି ଆଡମ୍ବରପୂର୍ଣ୍ଣ ଭାବରେ ପାଳନ କରାଯିବ ସେନେଇ ଆଜି ମନ୍ଦିର ସଭାଗୃହ ଠାରେ ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ମନ୍ଦିର କମିଟି ସଦସ୍ୟ ଆଶିଷ ମଲ୍ଲିକ,ହିମାଂଶୁ ଶେଖର ପୁଟେଲ,ନିମେଇ ଚୌଧୁରୀ,ସଦାନନ୍ଦ ଥନାପତି,ବଲିଷ୍ଟ ଥନାପତିଙ୍କ ସମେତ ସରପଞ୍ଚ ପ୍ରତିନିଧି ଧୀବର ବରିହା,ବାବୁଲାଲ ସାହୁ,ନୀଳାମ୍ବର ଥନାପତି,
ପରିତୋଷ ଥନାପତି,ମନୋରଞ୍ଜନ ଏବଂ ମନ୍ଦିର ସେବାୟତ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ପରେ ସରପଞ୍ଚ ବୃନ୍ଦାବତୀଙ୍କ ଅନୁରୋଧ କ୍ରମେ ମନ୍ଦିର ଅଧୀନ ମହଖଣ୍ଡ ଜମିକୁ ଲାଗିଥିବା ଖଲା ବାରି ସ୍ଥାନରେ କପିଳେଶ୍ୱର ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।ଅନୁଷ୍ଟିତ ହେବାକୁ ଥିବା ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ କନ୍ୟାପକ୍ଷ ଟିକେଶ୍ୱର ଥନାପତି ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ଥନାପତି ଦାୟିତ୍ଵ ତୁଲାଇବେ ବୋଲି ଚୂଡାନ୍ତ କରାଯାଇଥିଲା ।ଶେଷରେ କମିଟି ସଦସ୍ୟ ହରେକୃଷ୍ଣ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।