-+91-9937148622 |

prerana_bgr@rediffmail.com |

  Wednesday 28th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||      *ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା ଆରମ୍ଭ*   (26-Oct-2026)       ||      ବରଗଡ଼ ଧନୁଯାତ୍ରାରୁ କଂସ ଅଭିନେତା ସୁଶିଲ ମେହେରଙ୍କ ଅବ୍ୟାହତି   (26-Oct-2026)       ||      At the Lotus Feet of Maa Mahalakshmi: A Lifelong Vow of Devotion,Duty and Surrender    (26-Oct-2026)       ||      ରାସ୍ତା କଡ଼ ରେ କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ ବ୍ୟାସଦେବ   (26-Oct-2026)       ||     

HOME   ଜିଲ୍ଲା

ଗୋଟିଏ ସରକାରୀ ବିଭାଗ : ଯେଉଁଠି ବେତନ ପାଆନ୍ତି ସର୍କାରୀ ତହବିଲରୁ , ଖଟନ୍ତି ଘରୋଇ ଚାକର ହେଇ

30-Apr-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) : ବୋଧହୁଏ ଏହି ଗୋଟିଏ ସରକାରୀ ବିଭାଗ ରହିଛି , ଯେଉଁ ବିଭାଗରେ କେତେକ କର୍ମଚାରୀ ସରକାରୀ ତହବିଲରୁ ବେତନ ପାଇ ଖଟୁଥା'ନ୍ତି ଅଫିସରଙ୍କ ଘରେ ଘରୋଇ ଚାକର ହେଇ  ।  ଇଏ ହେଲା ବନବିଭାଗ । ସରକାରଙ୍କ ଜ୍ଞାତସାରରେ ଏହି ଗୋତିଖଟଣି ବର୍ଷ ବର୍ଷ ଧରି ଚାଲି ଆସୁଛି ।  ଗଣମାଧ୍ୟମ ସମେତ ଲୋକପ୍ରତିନିଧିମାନେ ବି ଏହା ଜାଣିଛନ୍ତି ।  ପାରଳାଖେମୁଣ୍ଡି ଏସି ଏଫ୍ ସୌମ୍ଯରଞ୍ଜନଙ୍କ ମୃତ୍ୟୁବେଳେ ମଧ୍ୟ ଏହି ଘଟଣା ତଦନ୍ତକାରୀ ଓ ସମସ୍ତଙ୍କ ଦୃଷ୍ଟିକୁ ଅଫିସିଆଲି ଆସିଥିଲା ।  ଦୁଇଜଣ ଏସିଏଫ ଙ୍କ ରାନ୍ଧୁଣିଆ ଥିବା କର୍ମଚାରୀ ଜଣକ ଥିଲେ ଜଣେ ବନକର୍ମଚାରୀ ।  କେବଳ ଏତିକି ନୁହେଁ , ରାଜ୍ୟର ପ୍ରାୟ ସମସ୍ତ  ସିସିଏଫ୍ , କଞ୍ଜରଭେଟର , ଡିଏଫଓ , ଏସିଏଫ୍ , ଡେପୁଟି ରେଞ୍ଜର , ରେଞ୍ଜର , କେତେକ ଫରେଷ୍ଟର ଓ ଅନ୍ୟାନ୍ୟ ବନବିଭାଗ ତଥା କେନ୍ଦୁପତ୍ର ବିଭାଗର ବରିଷ୍ଠରୁ ଅନ୍ୟାନ୍ୟ ଅଧିକାରୀଙ୍କ ବାସଭବନ ବା ଘରେ ଏକାଧିକ ଉଆଚର୍ , ପାରା ଉଆଚର୍ , ହାତୀସ୍କ୍ବାଡ୍  କର୍ମଚାରୀ ,  ନିଆଁଲିଭାଳୀ , ସିଜନାଲ୍ ଷ୍ଟାଫ୍ , ନର୍ସରୀ ଉଆଚର୍ , ଚୌକିଦାର , ପିଅନ , ଗାର୍ଡ ଓ ଅନ୍ୟାନ୍ୟ ଅସ୍ଥାୟୀ କର୍ମଚାରୀମାନେ ସରକାରୀ ତହବିଲରୁ ବିଲ୍ ଭାଉଚରରେ ବେତନ ବା ପାଉଣା ପାଇ ଆସୁଥିବାବେଳେ ଘରୋଇଚାକର ଭାବେ ଖଟିଆସୁଛନ୍ତି । ଅଭିଯୋଗ କଲେ , ବିନା ନୋଟିସ୍ ରେ ଡିସ୍ ଏନଗେଜମେଣ୍ଟ୍ ବା କାମରୁ ନିକାଲି ଦିଆଯାଏ ।  କିଛିଦିନତଳେ ବଲାଙ୍ଗୀରରେ ଜଣେ ପୂର୍ବତନ କେନ୍ଦୁଲିଫ୍ କଞ୍ଜରଭେଟରଙ୍କ ବାସଭବନରେ ସାହାବଙ୍କ କାମୁଡା ରୋଗିଣା ବିଲାତିକୁକୁରକୁ ସେବା ନକରିବାରୁ ସାହେବ ଓ ସାହାବାଣୀ ଜଣେ ଉଆଚରକୁ ମାଡମାରି ବାହାର କରିଦେଇଥିବା ଅଭିଯୋଗ ପ୍ରକାଶ ପାଇଥିଲା । କିଛିବର୍ଷତଳେ  ଭୁତିଆରବାହାଲରେ ଅବସ୍ଥାପିତ ଜଣେ କେନ୍ଦୁପତ୍ର ରେଞ୍ଜରଙ୍କ ଘରତିଆରି କାମପାଇଁ ଏଠାରୁ ଏକାଧିକ ଏପରି ଅସ୍ଥାୟୀ କର୍ମଚାରୀଙ୍କୁ ପଠାଯାଇଥିବା ସେମାନଙ୍କ ସଂଘରେ ଅଭିଯୋଗ ହୋଇଥିଲା ।  ଏଇ କିଛିଦିନ ତଳେ ବନବିଭାଗର ବହୁଚର୍ଚ୍ଚିତ ଦୁର୍ନୀତିଗ୍ରସ୍ତ  ଆଇଏଫଏସ ପାଠକଙ୍କ ରାଜ୍ୟବାହାରର ସମ୍ପର୍କୀୟଙ୍କ ଘରକୁ ପଠାଯାଉଥିବା ସୋନପୁର ଉଲୁଣ୍ଡା ଅଞ୍ଚଳର ଜଣେ ଯୁବତୀ ଚାକରାଣୀର ବାରଙ୍ଗ ନିକଟରେ ଟ୍ରେନ୍ ରୁ ପଡି ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଥିଲା । ଉକ୍ତ ଯୁବତୀଟି ମଧ୍ୟ ସମ୍ପୃକ୍ତ ଅଞ୍ଚଳର ଜଣେ ବିଭାଗୀୟ ସିଜନାଲ ଷ୍ଟାଫ୍ ଭାବରେ ଦର୍ଶାଯାଇ ବେତନ ଦିଆଯାଉଥିବା ଅସମର୍ଥିତ ସୂତ୍ରରୁ ପ୍ରକାଶ ପାଇଥିଲା । ଏଭଳି ଅନେକ ଋତୁକାଳୀନ  ଅସ୍ଥାୟୀ କର୍ମଚାରୀମାନେ ବିଭାଗୀୟ ସାହେବ ଅଫିସରଙ୍କ ଘରେ ରାନ୍ଧୁଥିବା , ବାସନକୁଶନ ମାଜିବା , ସାହାବାଣୀଙ୍କ ଲୁଗାକାଚିବା , ଘରକାମ କରିବା , ବିଲାତିକୁକୁରର ଯତ୍ନ ନେବା , ଛୁଆ ଖେଳାଇବା ଓ ଅନ୍ୟାନ୍ୟ ଘରୋଇ ଚାକରଭାବରେ ନିୟୋଜିତ ଥାଇ ସରକାରଙ୍କ ତହବିଲରୁ ପାଉଣା ପାଇଆସୁଛନ୍ତି । ଲାଠୋର ରେଞ୍ଜ୍ ରୁ ବଲାଙ୍ଗୀର ହେଡ୍ କ୍ବାର୍ଟର ପର୍ଯ୍ୟନ୍ତ ସବୁଠି ଏଇ ସାହେବୀଅର୍ଦ୍ଦଳୀଙ୍କର ସେବା ଜାରୀରହିଛି । 

ଅନ୍ୟାନ୍ୟ ବିଭାଗରେ ମଧ୍ୟ ଏଭଳି ବିଭାଗୀୟ ତଳିଆ କର୍ମଚାରୀଙ୍କ ଘରୋଇ ଚାକରସେବା ରହିଛି । ତେବେ ବନବିଭାଗରେ ଏହା ବେଶି । ଏଣୁ ବଲାଙ୍ଗୀର ବନବିଭାଗରେ ଜଙ୍ଗଲରେ ହାତୀମରା , ବନାଗ୍ନିରେ ଜଙ୍ଗଲ ଧ୍ବଂସ , ନର୍ସରୀରେ ଚାରା ନଷ୍ଟ  ଓ ଅନ୍ୟାନ୍ୟକାମରେ ସରକାରଙ୍କ ବେତନରେ ଅର୍ଥବିନିଯୋଗ ସତ୍ତ୍ୱେ କର୍ମଚାରୀଅଭାବ ଏକ ମୁଖ୍ୟ କାରଣ ବୋଲି ଜଣାଯାଇଛି । କର୍ମଚାରୀସଂଘମାନେ ମଧ୍ୟ ଏହା ବିରୁଦ୍ଧରେ ପାଟିଖୋଲନ୍ତି ନାହିଁ । ଏହି ସର୍କାରୀବେତନର ଘରୋଇ ଗୋତିଖଟଣି ଖଟୁଥିବା ଦୁଃସ୍ଥ ନିରୀହ ଅସ୍ଥାୟୀ କର୍ମଚାରୀମାନେ ସାହେବ , ସାହାବାଣୀ ଓ ତାଙ୍କ ପିଲାମାନଙ୍କର ଠାରୁ ମାଡଗାଳି , ଝିଙ୍ଗାସ ଖାଇ କେବେ ଦିନେ ଚାକିରୀ ନିୟମିତ ହେବାର ଦିବାସ୍ବପ୍ନରେ କପାଳକୁ ଆଦରି ପଡିରହିଥା'ନ୍ତି ଓ ଆକସ୍ମିକ ତଡାଖାଇ ବାହାରି ଯାଉଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026
  ଜିଲ୍ଲା  
ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   27-Oct-2026
  ଜିଲ୍ଲା  
ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   27-Oct-2026
  ଜିଲ୍ଲା  
ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   27-Oct-2026
  ରାଜ୍ୟ  
ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା   27-Oct-2026

You Might Also Like