-+91-9937148622 |

prerana_bgr@rediffmail.com |

  Thursday 29th October 2026 |

| | | |

R.N.I. Regd No. ODIODI/2010/46693

Breaking News

ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||      ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର    (27-Oct-2026)       ||      ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ    (27-Oct-2026)       ||      ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   (27-Oct-2026)       ||      ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   (27-Oct-2026)       ||      ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (27-Oct-2026)       ||      ଜୋନକନ୍-୨୦୨୬ରେ ଜେସିଆଇ ଟିଟିଲାଗଡ଼ ସିଟିର ଐତିହାସିକ ସଫଳତା: ଶୈଳେଶ ପ୍ରସାଦ ଗୋଏଲ ଶ୍ରେଷ୍ଠ ସଭାପତି   (27-Oct-2026)       ||      ଚିନାଯୁରୀରେ ପଂଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣୀ   (27-Oct-2026)       ||      ବରିଷ୍ଠ ନୋଟାରୀ ଅଶ୍ୱିନୀ ମିଶ୍ର ଙ୍କ ବିୟୋଗରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଶୋକସଭା    (27-Oct-2026)       ||      ସଂକଳ୍ପ ଖୋଲୁଛି ସୁଯୋଗର ଦ୍ୱାର, ସାହସ ଦେଉଛି ପରିବର୍ତ୍ତନକୁ ଗତି: ଓଡ଼ିଶାର ମହିଳାଙ୍କ ହାତରେ ନୂଆ ଭବିଷ୍ୟତର ଷ୍ଟିଅରିଂ   (27-Oct-2026)       ||      ଲୋଇସିଂହା ଠାରେ ବିଜେପି ପକ୍ଷରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ବାପା ଓ ମା ପ୍ରତି ଅଶାଳୀନ ମନ୍ତବ୍ୟ କୁ ନେଇ କଂଗ୍ରେସ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ   (26-Oct-2026)       ||      ବଲାଙ୍ଗୀରିଏନ ବୀରାଙ୍ଗନା”ଅନୁଷ୍ଠାନ ପକ୍ଷରୁ ନ୍ୟୁତ୍ୟ ପ୍ରତିଯୋଗୀତା   (26-Oct-2026)       ||      ଜାତୀୟ ଲନ୍‌ବଲ୍‌ ଉଦ୍‌ଯାପିତ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ରାଜେଶ୍ବରୀ ବ୍ୟକ୍ତିଗତ ବର୍ଗ, ଓଡ଼ିଶା ୧୮ବର୍ଷରୁ କମ୍‌ ବର୍ଗରେ ଓଭରଅଲ୍‌ ବିଜେତା   (26-Oct-2026)       ||     

HOME   ଅପରାଧ

ସମ୍ବଲପୁର - ପୁଅ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ମା’

19-Nov-2020



ସମ୍ବଲପୁର, (ପ୍ରେରଣା ଖବର) - ସମ୍ବଲପୁର ସହରର ଉପକଣ୍ଠସ୍ଥ ସଦର ଥାନା ଅର୍ନ୍ତଗତ ଦଣ୍ଡେଇପାଲି ଠାରେ ବେଆଇନ ଭାବରେ ତାଙ୍କର ପୁତ୍ର ଧର୍ମାନ୍ତରୀକରଣ, ସମ୍ପତ୍ତି ଜବରଦଖଲ କରି ସେମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ବରିଷ୍ଠ ମହିଳା ପ୍ରେମ ମଞ୍ଜରୀ ସାହାଣୀ(୭୩)।

ପ୍ରେମ ମଞ୍ଜରୀ ସମ୍ବଲପୁର ଏସପି ଡା. କନୱର ବିଶାଳ ସିଂହଙ୍କୁ ବୁଧବାର ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ତାଙ୍କର ମଝିଆ ପୁତ୍ର ସୁବାଷ ସାହାଣୀ ତାଙ୍କର ମାନେଶ୍ୱର ତହସିଲର କୁଦୋପାଲି ମୌଜାର ମୋଟ ୪ ଏକର ୨୯ ଡିସିମିଲ ପୌତୃକ ଜମିରୁ ୧ ଏକର ୨୮ ଡିସିମିଲ ଜମି ଉପରେ କିଛି ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ନେଇ ଷଡଯନ୍ତ୍ର ମୂଳକ ଭାବରେ ଦଖଲ କରି ଧର୍ମାନ୍ତରୀକରଣ ‘ହାଲୁଲୁଇଆ’ କେନ୍ଦ୍ର ସ୍ଥାପନ କରିଛନ୍ତି। ଆମେ ହିନ୍ଦୁ ସମାଜରୁ ହୋଇଥିବାବେଳେ ଅଜାଣତ ଓ ଅନିଚ୍ଛା ସତ୍ୱେ ପୁଅ ସୁବାଷ ନିଜେ ଧର୍ମାନ୍ତରିତ ହୋଇ ଉକ୍ତ କେନ୍ଦ୍ରକୁ ବେଆଇନ ଭାବରେ ସ୍ଥାପନ କରି ସରଳ ଓ ଗରିବ ଲୋକଙ୍କୁ ଧର୍ମାନ୍ତରୀକରଣ କରାଉଛି। ଲୋକଙ୍କୁ ଅନ୍ଧବିଶ୍ୱାସର ଶିକାର କରି ବିଭିନ୍ନ ରୋଗ, ସମସ୍ୟା ଆଦି ଠିକ୍ କରିବା ବାହାନାରେ ଲକ୍ଷ ଲକ୍ଷ ଟଙ୍କା ସେ ଲୁଟ୍ କରୁଛି। ଗାଁ ଲୋକ ଓ ପରିବାରବର୍ଗଙ୍କ ନିକଟରେ ଆମେ ଗୋଟିଏ ପ୍ରକାରର ବାସନ୍ଦ ହୋଇଯାଇଛୁ। ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ କୋଭିଡ – ୧୯ ଆଇନକୁ ବେଖାତିର କରି ଉକ୍ତ କେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହିଛି। ଆମେ ଏହି ସବୁ ବେଆଇନ କାର୍ଯ୍ୟକୁ ବିରୋଧ କରି ଆସୁଥିବାରୁ ପୁଅ ସୁବାଷ ଓ ତାଙ୍କ ସ୍ତ୍ରୀ ନିଲମ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ, ହତ୍ୟା ଧମକ ଓ ହତ୍ୟାର ପ୍ରୟାସ କରି ଆତ୍ମହତ୍ୟା କରିବା ପାଇଁ ପରିସ୍ଥିତି ସୃଷ୍ଟି କରି ଘରୁ ଧକ୍କା ଦେଇ ବାହାର କରି ଦେଇଛନ୍ତି। ଏଣୁ ଆମର ଝିଅ ସୁଜାତାଙ୍କ ଘରେ ଧନକଉଡା ଠାରେ ଆଶ୍ରୟ ନେଇଥିବା ବେଳେ ଷଡଯନ୍ତ୍ରମୂଳକ ଭାବରେ ଝିଅ ଓ ଆମ ନାମରେ ମିଥ୍ୟା ଅଭିଯୋଗ ଥାନାରେ କରିଛନ୍ତି।

ଏହା ସହିତ ସମ୍ପତ୍ତି ଲୋଭରେ ଲଗାତାର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଛନ୍ତି। ଥାନାରେ ଅଭିଯୋଗ କଲା ପରେ ମଧ୍ୟ ଆମକୁ ସୁରକ୍ଷା ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଥିବା ବେଳେ କିନ୍ତୁ ମୋର ସ୍ୱାମୀ ବ୍ରଜେନ୍ଦ୍ର ସାହାଣୀ (୮୩) ଓ ମୁଁ ଅସହାୟ, ଭୟଭୀତ ଓ ଅସୁରକ୍ଷିତ ହୋଇ ରହିଛୁ ବୋଲି ଅଭିଯୋଗ ପତ୍ରରେ ପ୍ରେମ ମଞ୍ଜରୀ ଦର୍ଶାଇଛନ୍ତି। ଆମର ଅନିଚ୍ଛା ସତ୍ୱେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆମର ପୈତୃକ ସମ୍ପତ୍ତିକୁ ବେଆଇନ ଭାବରେ ଦଖଲ, ବିନା ଅନୁମତିରେ ଗୃହ ନିର୍ମାଣ, ଭୟଭୀତ ଓ ପ୍ରଲୋଭିତ କରି ହାଲୁଲୁଇଆ କେନ୍ଦ୍ର ସ୍ଥାପନ କରି ଧର୍ମାନ୍ତରୀକରଣ କରି ଆମର ଧାର୍ମିକ ଭାବନା ଓ ସାମାଜିକ ପ୍ରତିଷ୍ଠା ଉପରେ ଆଘାତ କରିବା, ବେଆଇନ ବିଦ୍ୟୁତ ସଂଯୋଗ, କୋଭିଡ – ୧୯ ନିୟମ ଉଲ୍ଲଂଘନ ଭଳି ଅନେକ ପ୍ରକାରର ବେଆଇନ କାର୍ଯ୍ୟ ଚାଲିଥିବାର ଅଭିଯୋଗ ପୁତ୍ର ସୁବାଷଙ୍କ ବିରୋଧରେ ମାଆ ପ୍ରେମ ମଞ୍ଜରୀ ଏସପିଙ୍କ ନିକଟରେ କରିଛନ୍ତି। ଏଣୁ ପୁତ୍ର ସୁବାଷ ଓ ତାଙ୍କର ସ୍ତ୍ରୀ ନିଲମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବେଆଇନ ଭାବରେ ଚାଲୁଥିବା ଧର୍ମାନ୍ତରୀକରଣ ଓ ଗୁଣିଗାରେଡି କାର୍ଯ୍ୟକୁ ବନ୍ଦ କରି ହାଲୁଲୁଇଆ କେନ୍ଦ୍ରକୁ ବନ୍ଦ କରିବାକୁ ପ୍ରେମ ମଞ୍ଜରୀ ଦାବି କରିଛନ୍ତି। ଏହା ସହିତ ପୈତୃକ ସମ୍ପତ୍ତିକୁ ଜବର ଦଖଲ ମୁକ୍ତ କରି ଫେରାଇବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏସପିଙ୍କ ନିକଟରେ ପ୍ରେମ ମଞ୍ଜରୀ ଓ ସୁଜାତା ଅନୁରୋଧ କରିଛନ୍ତି। ଏହି ଘଟଣା ସର୍ବସମ୍ମୁଖକୁ ଆସିବା ପରେ ଅଞ୍ଚଳରେ ଚହଳ ପଡିଯାଇଛି। ସହରର ଉପକଣ୍ଠସ୍ଥ ଅଞ୍ଚଳରେ ପ୍ରଶାସନର ଠିକ୍ ନାକ ତଳେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟ ସର୍ମ୍ପକରେ କିଭଳି ଜଣା ପଡି ନ ଥିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି ଘଟଣା ଜଣାପଡିବା ପରେ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ପ୍ରେମ ମଞ୍ଜରୀ, ବ୍ରଜେନ୍ଦ୍ର ଓ ସୁଜାତଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିବା ସହିତ ଏସପି ଡା. ସିଂହଙ୍କୁ ସାକ୍ଷାତକାର କରି ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏସପିଙ୍କୁ ସାକ୍ଷାତକାର ସମୟରେ ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ବହିଦାର, ସୁଧିର ରଞ୍ଜନ ବହିଦାର, ଦେବାଶିଷ ପୁରୋହିତ, ଆଶିଷ ବାବୁ, ମୁକେଶ ଜରିୱାଲ, ଅନୁପ ଲାଟାଙ୍କ ସମେତ ଅନେକ ହିନ୍ଦୁ ସଙ୍ଗଠନର ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହିଥିଲେ।*


News Comment




Photo in News

Advertisment
Lastest News
  ଜିଲ୍ଲା  
ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   28-Oct-2026
  ଜିଲ୍ଲା  
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   28-Oct-2026
  ଜିଲ୍ଲା  
ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   28-Oct-2026
  ଜିଲ୍ଲା  
ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   28-Oct-2026
  ଜିଲ୍ଲା  
ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   28-Oct-2026
  ଜିଲ୍ଲା  
*ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   28-Oct-2026
  ଜିଲ୍ଲା  
ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   28-Oct-2026
  ରାଜ୍ୟ  
ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ   28-Oct-2026
  ଜିଲ୍ଲା  
ସମଲେଇ ମନ୍ଦିରରେ ହୁଳହୁଲି ଓ ଶଙ୍ଖଫୁଙ୍କା ପ୍ରତିଯୋଗିତା♦️ ପିପି ଏକାଡେମୀରେ କବିତା ଆସର   27-Oct-2026
  ଜିଲ୍ଲା  
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ମଣ୍ଡଲ ର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ   27-Oct-2026
  ଜିଲ୍ଲା  
ଦଶହରା ଫୁଟବଲ ଧମାକା ଝାରମୁଣ୍ଡା -2026   27-Oct-2026
  ଜିଲ୍ଲା  
ଅଇଁଲାମୁଣ୍ଡା ଠାରେ ଡ଼ୁମାଳ ସମାଜର ମାହେଶ୍ୱରୀ ଖୁଣ୍ଟ ପୂଜା ଅନୁଷ୍ଠିତ   27-Oct-2026

You Might Also Like