-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଅପରାଧ

୭ ଅଭିଯୁକ୍ତ ଗିରଫ, ପ୍ରତିଶୋଧ-ପତିଆରା ପାଟଣାଗଡ଼ ଗଣହତ୍ୟାର କାରଣ, ପୁଅ ସହ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ଫେରାର*

18-Nov-2020



ବଲାଙ୍ଗିର, (ପ୍ରେରଣା ଖବର) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସଅଁରାପଡ଼ା ଠାରେ ଘଟିଥିବା ଚର୍ଚ୍ଚିତ ୬ ଜଣଙ୍କୁ ହତ୍ୟା ଘଟଣାରେ ପୁଲିସ ୭ ଜଣଙ୍କୁ ପୁଲିସ ଗିରଫ କରିଛି। ବଲାଙ୍ଗୀର ଏସ୍‌ପି ମଡକର ସଂଦୀପ ସଂପତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଭିଯୁକ୍ତମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାବୁଲାଲ ଜାନୀ (୫୫), ଛାୟା ଗଣ୍ଡ (୨୬), ବଳଦେବ ଗଣ୍ଡ (୨୭), ମନୀଷ ଗଣ୍ଡ (୨୪), ଭୋଳା ଜାନୀ (୨୦) ଶିବ ଜାନୀ (୧୯) ଓ ବିକଳ କାଇରି (୨୦)। ତେବେ ଏହି ଗଣହତ୍ୟା ଘଟଣା ସହ ଜଡ଼ିତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗଙ୍ଗୁୱା ଜାନୀ ଓ ତା’ ପୁଅ ବାବୁଲାଲ ଫେରାର ଅଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି।*ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍‌ପି ଶ୍ରୀ ସଂପତ କହିଛନ୍ତି, ୧୦ ବର୍ଷର ପୂର୍ବରୁ ଥିବା ଶତ୍ରୁତା କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିଲା। ହତ୍ୟାକାଣ୍ଡର ମୂଳ କାରଣ ଥିଲା ପ୍ରତିଶୋଧ ଓ ପତିଆରା। ଘଟଣା ଦିନ ଅଭିଯୁକ୍ତମାନେ ରାତିରେ ବୁଲୁ ଜାନୀଙ୍କ ଘରକୁ ଆସିଥିଲେ। ଅଭିଯୁକ୍ତମାନେ ହାତରେ ବନ୍ଧୁକ ସମେତ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରିଥିଲେ। ଯଦିଓ ଅଭିଯୁକ୍ତମାନେ ବୁଲୁ ଜାନିଙ୍କୁ ହତ୍ୟା କରିବାକୁ ଆସିଥିଲେ, କିନ୍ତୁ ବୁଲୁର ପୁଅମାନେ ବଡ଼ ହେଲେ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ଭବିଷ୍ୟତରେ କାଳେ ନେବେ ସେହି ଆଶଙ୍କାରେ ପରିବାରର ସମସ୍ତ ୬ ଜଣ (ବୁଲୁ ଜାନୀ, ଜ୍ୟୋତି ଜାନୀ, ଭୀଷ୍ମ ଜାନୀ, ସଂଜୀବ ଜାନୀ, ସାନ୍ତା ଜାନୀ ଓ ଶ୍ରୀୟ ଜାନୀ) ଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଯାନବାହନ ଓ ମାରଣାସ୍ତ୍ର ଜବତ କରିଛି।ସୂଚନାଯୋଗ୍ୟ, ଗତ ୧୧ ତାରିଖ ଦିନ ସଅଁରାପଡ଼ାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ମୃତ ବୁଲୁ ଜାନୀଙ୍କ ପାଖପଡ଼ୋଶୀ ଗଙ୍ଗୁୱା ମାଝୀ ବୋଲି ପୁଲିସ ଏକପ୍ରକାର ସୂଚନା ପାଇସାରିଥିଲା। ପୁଲିସ ହତ୍ୟା ମାମଲାରେ ଗଙ୍ଗୁୱାଙ୍କ ପରିବାର ସଦସ୍ୟ ଓ ସଂପର୍କୀୟଙ୍କୁ ଆଣି ମାରାଥନ ଜେରା କରିଥିଲା। ମୋଟାମୋଟି ଭାବେ ଏହି ହତ୍ୟାକାଣ୍ଡ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।*ସଅଁରାପଡ଼ା ଭିତରେ ପତିଆରା ଜାହିର ପାଇଁ ପଡ଼ୋଶୀ ସହିତ ବୁଲୁଙ୍କ ଗଣ୍ଡଗୋଳ ହେଉଥିଲା। ଆଉ ସେହି ଗଣ୍ଡଗୋଳ ହିଁ ପ୍ରତିଶୋଧର ରୂପ ନେଇଥିଲା। ରକ୍ତମୁଖା ହତ୍ୟାକାରୀ ଛୁଆମାନଙ୍କୁ ବି ଛାଡ଼ି ନଥିଲେ। ସଅଁରାପଡା ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ତଳେ ମୃତ ବୁଲୁ ଜାନୀ ଓ ଗଙ୍ଗୁୱା ମାଝୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ଗଙ୍ଗୁୱାର ଅନୁପସ୍ଥିତିରେ ତାର ଘରର ତାଲା ଭାଙ୍ଗୁଥିଲେ ମୃତ ବୁଲୁ ଜାନୀ। ଆଉ ଏହି ସମୟରେ ଗଙ୍ଗୁୱାଙ୍କ ଜଣେ ପଡ଼ୋଶୀ ମନା କରିଥିଲେ। ପୂର୍ବରୁ ବି କିଛି ଗଣ୍ଡଗୋଳ ହୋଇଥିଲା। ଆଉ ତାଲାଭଙ୍ଗା ଘଟଣା ପରେ ଗଙ୍ଗୁଆ ମାଝୀ ପରିବାର ଓ ମୃତ ବୁଲୁ ଜାନୀଙ୍କ ପରିବାର ଭିତରେ ଉଗ୍ରରୂପ ନେଇଥିଲା ଶତ୍ରୁତା। ମୃତ ବୁଲୁ ଜାନୀଙ୍କ ପୁଅଙ୍କ କହିବାନୁସାରେ,  ମୁଖ୍ୟ ଅଭିଯୁକ୍ତ ଗଙ୍ଗୁଆ ମାଝୀ। ଗଙ୍ଗୁୱା ଓ ତାର ପୁଅ ମର୍ଡର ପ୍ଲାନ କରିଛନ୍ତି। ଗଙ୍ଗୁଆ ଓ ସଂପର୍କୀୟମାନେ ସମସ୍ତଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like