-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ବିଜେଡି ନିର୍ବାଚନୀ ସଭାରେ କୋଭିଡ ନିୟମ କୁ ଫୁ... ଆଉ ଧାର୍ମିକ କାର୍ଯ୍ୟକ୍ରମ ରେ ନିୟମ କଡାକଡି ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି କୁ ଦର୍ଶାଉଛି

18-Nov-2020



 ସମ୍ବଲପୁର, (ସଂଜୀବ କୁମାର ପାଣିଗ୍ରାହୀ) - ଆଉ ଦୁଇ ଦିନ ପରେ ସୂର୍ଯ୍ୟ ଦେବତାଙ୍କ ଉପାସନା ର ମୁଖ୍ୟ ପର୍ବ ଛଟ୍ ପୂଜା । ବିହାର, ଝାରଖଣ୍ଡ, ଉତ୍ତର ପ୍ରଦେଶ ର କୋଟି କୋଟି ଲୋକଙ୍କର ଏହା ଆସ୍ଥା ବିଶ୍ୱାସ ର ଏହା ଏକ ମୁଖ୍ୟ ପୂଜା । ଦେଶ ଭିତରେ ଓ ଦେଶ ବାହାରେ ଯିଏ ଯେଉଁଠି ଥିଲେ ବି ବହୁ ନୀତି ନିୟମ ଓ ଆଡମ୍ବର ସହକାରେ ଶ୍ରଦ୍ଧାଳୁମାନେ କରିଥାନ୍ତି ଏହି ପୂଜା । ନିଜ ଅଞ୍ଚଳରେ ରହିଥିବା ସମୁଦ୍ର, ନଦୀ, ନାଳ, କେନାଲ, ପୋଖରୀ ର ଜଳ ରେ ପ୍ରବେଶ କରି ଜଳ ମଧ୍ୟରେ ରହି ସୂର୍ଯ୍ୟ ଦେବତା ଙ୍କୁ ଜଳାର୍ଘ୍ୟ ସହିତ ଧୂପ ଦୀପ ନୈବେଦ୍ୟ ପ୍ରଦାନ କରି ପାଳନ କରିଥାନ୍ତି ଏହି ପୂଜା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ଲାଗୁ ରହିଥିବାରୁ ଏହି ପୂଜା କୁ ଘରେ ରହି ପାଳନ କରିବାକୁ ରହିଛି ସରକାରୀ ନିର୍ଦ୍ଦେଶ । 
         ଗତ କିଛି ଦିନ ପୂର୍ବେ ଛଟ୍ ପୂଜାରେ କୋଭିଡ କଟକଣା କୁ କିଛି ମାତ୍ରାରେ କୋହଳ ପାଇଁ ସମ୍ବଲପୁରର ଛଟ୍ ପୂଜା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସରକାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କିନ୍ତୁ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ପୁଣି କ୍ରିୟାନୁଷ୍ଠାନ କମିଟିର ପଦାଧିକାରୀ ଓ ସଦସ୍ୟ ଗଣ ସମ୍ବଲପୁର ଜିଲ୍ଲା ପ୍ରଶାସନ ଙ୍କୁ ସାକ୍ଷାତ କରିଛନ୍ତି ।
          ସମ୍ବଲପୁର ବିଜେପି ଜିଲ୍ଲା ସଭାପତି *ଶ୍ରୀଯୁକ୍ତ ଗିରିଶ ପଟେଲ* ଙ୍କ ନେତୃତ୍ୱରେ ସମ୍ବଲପୁର ଛଟ୍ ପୂଜା ମିଳିତ କ୍ରିୟାନୁଷ୍ଠାନ କମିଟିର ପଦାଧିକାରୀମନେ ସମ୍ବଲପୁର ଉପଖଣ୍ଡିୟ ମାଜିଷ୍ଟ୍ରେଟ ଙ୍କୁ ସାକ୍ଷାତ କରିଥିଲେ । ପୋଲିସ ଉପସ୍ଥିତି ରେ କୋଭିଡ ନିୟମ ପାଳନ କରି ଘାଟରେ ହିଁ ସୂର୍ଯ୍ୟ ଦେବତାଙ୍କୁ ଜଳାର୍ଘ୍ୟ ପ୍ରଦାନ କରିବାକୁ ଓ ପୂଜା ଅର୍ଚନା କରିବାକୁ ଅନୁମତି ଦେବା ପାଇଁ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଉପଖଣ୍ଡିୟ ମାଜିଷ୍ଟ୍ରେଟ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ତ୍ତାବଳି ଓ ନିୟମାବଳୀ ଅନୁସାରେ ଘରେ ରହି ହିଁ ପୂଜାର୍ଚନା ହୋଇପାରିବ ବୋଲି ସୂଚନା ଦେଇଥିଲେ । 
      ସମ୍ବଲପୁର ଛଟ୍ ପୂଜା ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଲରପଙ୍କ ବିହାରୀପଡା ର ଶିବଲାଲ ସାହାଣୀ* ନାଲେଶ୍ୱର ଧାମ ବରେଇପାଲି ର ମଙ୍ଗଳ ଚୌଧୁରୀ* ଚନ୍ଦନନଗର ମନ୍ଦଲିଆ ପୂଜା କମିଟି ର  ମୁନ୍ନା ତିୱାରୀ ଓ ଶିବଶମ୍ଭୁ ୟାଦବ କ୍ଷେତ୍ରଜପୁର କ୍ରିଷ୍ଣାନଗର ପୂଜା କମିଟି ର ମନୋଜ ସିଂ, ବିଜେପି କ୍ଷେତ୍ରୀୟ ଗଣମାଧ୍ୟୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସକ୍ରିୟ ସଦସ୍ୟ ଶିବ ଦିୱାନ, ନିଳାମ୍ବର ସିକନ୍ଦର, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026

You Might Also Like