-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
10-Dec-2021
ପାଟଣାଗଡ଼ (ପୂର୍ଣ୍ଣ ଶଶୀ ଶେଖର ରାଓ ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ନୂତନ ଗ୍ରା:ପ:କାର୍ଯ୍ୟାଳୟ ର ଆଜି ଶୁଭ ଉଦ୍ଘାଟନ ହୋଇଯାଇଛି । ପ୍ରଥମେ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ସହ ପ୍ରତିଷ୍ଠା କରଗଲା ଓ ଧାତୁକ ସରପଞ୍ଚ ଶ୍ରୀମତୀ ଇନ୍ଦ୍ରାବତୀ ଧରୁଆଙ୍କ ଶୁଭ କରକମଲରେ
ସମିତି ସଭ୍ୟ ଶ୍ରୀମତୀ ବୈଦେହୀ ଭୋଇ, ୱାର୍ଡ ସଭ୍ୟ ସୁଜାତା ବାଗ,ଭଜ ବାଗ, ପଦ୍ମାବତୀ ସାହୁ, ଚୁଡାମଣି ବାଗ,ପଦ୍ମିନୀ ଭରାସାଗର,ନମିତା ଗିରନା, ଲଳିତା ଛତ୍ରୀଆ,ମାଳତୀ ଭୋଇ,ହାଡୁ ବାଗ,ହରିଗୁଣ କୁଅଁର, ଗୋକୁଳ କୁଅଁର ଉପସ୍ଥିତି ରେ ସରପଞ୍ଚ ଲାଲ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଗ୍ରା:ପ: ତଥା ଅଞ୍ଚଳବାସୀଙ୍କ ମିଳିତ ସହଯୋଗରେ ସମାପନ ହୋଇଛି ।ଏହି ଗ୍ରାମ ପଞ୍ଚାୟତ ଗତ
ପଞ୍ଚାୟତ ନିର୍ବାଚନ ସମୟ ରେ ନୂତନ ଭାବେ ମଞ୍ଜୁରୀ ପାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଯୋଗୀମୁଣ୍ଡା ସରପଞ୍ଚ ରାଜେନ୍ଦ୍ର ବେହେରା,ସମିତି ସଭ୍ୟ ମମତା ପ୍ରଧାନ,ଟେପରାମ ଭୋଇ,ଜତି ପଧାନ, ଗିରିରାଜ ଭୋଇ, ରୋହିତ ଭୁର୍ଣ୍ଣି,ତୁଳରାମ କୁଅଁର,ତୁଳସୀ ଠାକୁର, ନକୁଳ ସାହୁ, ମହାଦେବ ମେହେର,ଅଲେଖ ବାଗ,କପୁର୍ଚ୍ଚନ ଧରୁଆ,ଶୁସାନ୍ତ ଖର୍ସେଲ, ପୂର୍ଣ୍ଣ ଚନ୍ଦ୍ର ଗିରନା, ଶେଷଦେବ ସାହୁ ସହ ପଞ୍ଚାୟତ ର ଶତାଧିକ ଜନସାଧାରଣ ଉପସ୍ଥିତ ରହିଥିଲେ ।