-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
09-Dec-2021
ଗୋପାଳପୁର:(ଭଗବାନ ପାଢୀ ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ହଲରେ ଆଜି ଅନ୍ତଃମହାବିଦ୍ୟାଳୟ ପଣ୍ଡିତ ନୀଳକଣ୍ଠ ଦାସ ସ୍ମାରକୀ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ୩ ଦିନିଆ ବକ୍ତୃତା ପ୍ରତିଯୋଗିତାର ତୃତୀୟ ଦିନରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଯାହାର ଶୀର୍ଷକ "ସେବା ହିଁ ଶିକ୍ଷା" ରହିଥିଲା। ଦିନ ୧ ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।।୧୨ଟି
ମହାବିଦ୍ୟାଳୟ ସମେତ ବିଶ୍ଵବିଦ୍ୟାଳୟ ର ବିଭିନ୍ନ ବିଭାଗ ରୁ ୩୫ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବେ ଡ଼ଃ.ଜ୍ୟୋତ୍ସ୍ନା ସାହୁ, ଡ଼ଃ.ସମିର୍ ଭୋଇ, ଡ଼ଃ. ସାରଦା ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ରେ ପ୍ରତେକ ପ୍ରତିଯୋଗୀ ଅତି ଉଚ୍ଚକୋଟୀର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେବା କିପରି ଶିକ୍ଷା ର ପ୍ରାଣକେନ୍ଦ୍ର ଅଟେ ଏବଂ ମଣିଷ ଜୀବନ ରେ ସେବା ଓ ଶିକ୍ଷା ର ମହତୋ କେତେ ରହିଛି ତାହା ଓପରେ ଆଲୋକପାତ କରିଥିଲେ। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରତିକାନ୍ତ ବେହେରା(ସାମ୍ବାଦିକତା ଓ ଗଣଯୋଗା ଯୋଗ ବିଭାଗ), ଦ୍ଵିତୀୟ ସ୍ଥାନ ଜୟେନ୍ଦ୍ର ବେହେରା (ରାଜନୀତି ବିଜ୍ଞାନ)ଏବଂ ତୃତୀୟ ସ୍ଥାନ ପ୍ରଜ୍ଞା ପରମିତ ପ୍ରିୟଦର୍ଶିନୀ(ଜୀବ ବିଜ୍ଞାନ ଜୈବ ପ୍ରଯୁକ୍ତି ବିଦ୍ୟା) ଅଧିକାର କରିଛନ୍ତି । କୃତି ପ୍ରତିଯୋଗୀ ମାନେ ବିଶ୍ୱବିଦ୍ୟାଳୟର ୫୬ ତମ ପ୍ରତିଷ୍ଠା ଦିବସରେ ପୁରସ୍କୃତ ହେବେ ବୋଲି ସୂଚନା ମିଳିଛି।