-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
07-Dec-2021
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ସରକାରୀ ଲାଲ ବାହାଦୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ନେହେରୁ ଯୁବକେନ୍ଦ୍ର,ବଲାଙ୍ଗୀର ଓ ଜଗନ୍ନାଥ ଯୁବ ପରିଷଦ, ସରଗାଡ ତରଫରୁ ଜଳ ସଂରକ୍ଷଣ ବିଷୟକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଅଛି l ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ, ସମ୍ମାନିତ ଅତିଥି ଭାବରେ ଶିକ୍ଷକ କୈବର୍ତ୍ତ ପଧାନ, ଶିକ୍ଷୟିତ୍ରୀ
ସସ୍ମିତା ମେହେର, ଲୋଇସିଂହା ବ୍ଲକ ସମାଜସେବୀ ସନତ ପଟେଲ, ଜଗନ୍ନାଥ ଯୁବ ପରିଷଦର ସଭାପତି ରାଜକିଶୋର ସେଠ୍, ସମ୍ପାଦକ ନାରାୟଣ ବାରିକ,ଯୁବ ସଭାପତି ଜିତୁ ସାହୁ,ବିରେନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଜ୍ୟୋତିର୍ମୟୀ ସାଏ ପଟେଲ,ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଶୋଭାଞ୍ଜଳି ପଟେଲ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ରମନ ସେଠ୍ l ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମିଶି ଜଳଶପଥ ଗ୍ରହଣ କରିଥିଲେ ଏବଂ ଶେଷରେ ପ୍ରଧାନ ଶିକ୍ଷକ ବିସ୍ତୃତ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ଜଳ ସଂରକ୍ଷଣ ବିଷୟରେ ବୁଝାଇ ଅଭିଭାଷଣ ପ୍ରଦାନ କରିଥିଲେ।