-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
06-Dec-2021
ଢେଙ୍କାନାଳ (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ପଂଚାୟତ କେନ୍ଦୁମୁଣ୍ଡାର ଆଜକୁ ୩୦ ବର୍ଷ ହେଲାଣି ଅଙ୍ଗନାୱାଡି କେନ୍ଦ୍ର ଚାଲିଆସୁଛି ! ଏହି ଗ୍ରାମର ଥିବା ଅଙ୍ଗନାୱାଡି କେନ୍ଦ୍ର ଉପରେ ନାରଦ ମୁଣ୍ଡା ଏବଂ କେନ୍ଦୁମୁଣ୍ଡା ଆଦିବାସୀ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି କିନ୍ତୁ କେନ୍ଦୁମୁଣ୍ଡା ପୁରୁଣା ସାହିର କିଛି ଏବଂ କେନ୍ଦୁମୁଣ୍ଡା ଅଳ୍ପ କିଛି ଖଳ ପ୍ରକୃତିର ଲୋକ ପୁରୁଣା ସାହିକୁ କେନ୍ଦ୍ରକୁ ଉଠାଇବା ପାଇଁ ଯୋଜନା କରିଥିଲେ ! ପିଲାମାନେ ଯିବାଆସିବା ରାସ୍ତାରେ ପଡୁଥିବା ପୋଖରୀ ଏବଂ ଜଙ୍ଗଲ ଥିବାରୁ କୌଣସି ଲୋକ ସୁରକ୍ଷା ମାନୁନାହାନ୍ତି ! କେନ୍ଦୁମୁଣ୍ଡା ଅଙ୍ଗନାୱାଡି କେନ୍ଦ୍ରପାଇଁ ସରକାର ତରଫରୁ ନିର୍ମାଣ ପାଇଁ ଆସିଥିବା ପାଞ୍ଚ ଲକ୍ଷ ଟଙ୍କାକୁ ସ୍ଥାନାନ୍ତରିତ ନ କରିବା ପାଇଁ କେନ୍ଦୁମୁଣ୍ଡା ଅଙ୍ଗନାୱାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ଗ୍ରାମର ସଭାପତି ଭାରତ ସାହୁ, ଗୌରହରି ନାୟକ, ଧନେଶ୍ୱର ଦେହୁରୀ, ସୁଶାନ୍ତ ଦେହୁରୀ, ଅଜୟ ଦେହୁରୀ,ପର୍ଶୁରାମ ଦେହୁରୀ,ସୁଭଦ୍ରା ଦେହୁରୀ ସବିତା ସାହୁ,ଉପାସି ଘଟୁଆଳ, ଅଶାନ୍ତି ସାହୁ, ବିଭୁତି ପଟ୍ଟନାୟକ,ବିଦ୍ୟାଧର ପଟ୍ଟନାୟକ,ବସନ୍ତ ସାହୁ, ଚିତ୍ତରଞ୍ଜନ ସାହୁ, ବାଉରୀ ଘଟୁଆଳ, ହାଡିବନ୍ଧୁ ଦେହୁରୀ, ପ୍ରଶାନ୍ତ ନାୟକ, କାମିନୀ ସାହୁ, ଖାନ୍ଧିଆ ଦେହୁରୀ,ରଞ୍ଜିତା ସାହୁ, ଭାବlନୀ ସାହୁ ଏବଂ ସୁଶାନ୍ତ ସାହୁ ଗ୍ରାମ ବାସୀ ମିଳିତ ହୋଇ କାମାକ୍ଷାନଗର ଉପଜିଲ୍ଲାପାଳ ଏବଂ କଙ୍କଡାହାଡ଼ ବିଡ଼ିଓ ଲିଖିତ ଅଭିଯୋଗ କରିଥିଲେ ଯଦି ଏହାର ସମାଧାନ ନ କରାଯିବ ଆଗାମୀ ଦିନରେ ଉପଜିଲ୍ଲାପାଳ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି