-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ଜିଲ୍ଲା

ସମ୍ବଲପୁର : ବିଭିନ୍ନ ପ୍ରକାର ସମସ୍ୟା ର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ ରେ ବିଜେପି ର ରାସ୍ତା ରୋକୋ

02-Sep-2021



ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ)  ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ଦୀର୍ଘ ୮ ବର୍ଷ ହେଇଗଲା ସମ୍ବଲପୁର ମହାନଗର ନିଗମ ଘୋଷଣା କୁ । ସମ୍ବଲପୁର ପୋୖରାଞ୍ଚଳ, ହୀରାକୁଦ ଏନ.ଏ.ସି ବୁର୍ଲା ଏନ.ଏ.ସି ଓ ଆଖପାଖ ୧୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ ହୋଇଛି ସମ୍ବଲପୁର ମହାନଗର ନିଗମ । ମହାନଗର ନିଗମ ଘୋଷଣା ହେଲା ପରେ ଅଞ୍ଚଳବାସୀ ଙ୍କ ମନରେ ଅନେକ ଆଶା ସଂଚାରିତ ହେଇଥିଲା ଓ ଲୋକେ ବିକାଶ ର ସ୍ୱପ୍ନ ଦେଖିଥିଲେ । କିନ୍ତୁ, ଦୀର୍ଘ ଆଠ ବର୍ଷ ଧରି ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ସମ୍ବଲପୁର ମହାନଗର ନିଗମ ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାର ର ଗନ୍ତାଘର ସାଜିଛି । ମହାନଗର ନିଗମ ଅଞ୍ଚଳବାସୀ ଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ମଧ୍ୟ ପ୍ରଶାସନ ବିଫଳ । ମହାନଗର ନିଗମ ର କାର୍ଯ୍ୟ କୁ ନେଇ ଲୋକଙ୍କ ମନରେ ଯେତିକି ଅଶାନ୍ତି ତାଠୁ ବେଶି ଭରିଛି ଆକ୍ରୋଶ ।
         କେବଳ ମହାନଗର ନିଗମ ନୁହେଁ, ଜନସ୍ୱାସ୍ଥ୍ୟ ବିଭାଗ ର କଥା ତ କହିଲେ ନସରେ । ବିଶାଳ ହୀରାକୁଦ ଜଳଭଣ୍ଡାରର ତଳେ ଓମହାନଦୀ କୂଳରେ ଥାଇ ମଧ୍ୟ ଆଜି ସମ୍ବଲପୁର ରେ ଦେଖା ଦେଇଛି କୁତ୍ରିମ ଜଳାଭାଵ । ଜନସ୍ୱାସ୍ଥ୍ୟ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ଚତୁର୍ତ୍ସପାର୍ଶ୍ବରେ ଲୋକେ ପିଇବା ପାଣି    ବୁନ୍ଦିଏ ପାଣି ହେଉଛନ୍ତି ଡ଼ହକବିକଳ । ଲୋକଙ୍କୁ ପିଇବା ପାଣି ଯୋଗେଇ ପାରୁ ନଥିବା ଜନସ୍ୱାସ୍ଥ୍ୟ ବିଭାଗ ପାଇପ ଲାଇନ ବିଛା ନାଁ ରେ ସହର ସାରା ରାସ୍ତା ଖୋଲି ସମସ୍ତ ରାସ୍ତା କୁ କରିଦେଇଛି ଛାରଖାର ।
       ଆଉ, ସମ୍ବଲପୁର ରେ ବହୁ ବର୍ଷ ବର୍ଷ ଧରି ଚାଲିଥିବା ସ୍ୱିରେଜ କାମ ର କଥା ତ କାହାକୁ ଅଛପା ନାହିଁ । ସ୍ୱିରେଜ ମେନହୋଲ ଓ ନାଳ ବିଛା କାମ ପାଇଁ ମହାନଗର ନିଗମ ଅଞ୍ଚଳ ର ସମସ୍ତ ମୁଖ୍ୟ ରାସ୍ତା ସହିତ ସମସ୍ତ ଗଳିକନ୍ଦି କୁ ଖୋଲି ଯାହା ଅବସ୍ଥା କରିଛନ୍ତି ଶବ୍ଦ ରେ ବଖାଣି ହେଉ ନାହିଁ । 
     *ମହାନଗର ନିଗମ, ଜନସ୍ୱାସ୍ଥ୍ୟ ବିଭାଗ ଓ ସ୍ୱିରେଜ ବୋର୍ଡ ର ମିଳିତ ଧ୍ୱଂସଲୀଳା କୁ ଦେଖିଲେ ଲାଗୁଛି ନିକଟ ଅତୀତରେ ସମ୍ବଲପୁର ରେ ଭୂମିକମ୍ପ ହେଇଯାଇଛି ।*
      କୋଟି କୋଟି ଟଙ୍କା ଖର୍ଚ୍ଚ ହେଇ ମଧ୍ୟ ମହାନଗର ନିଗମ ଅଞ୍ଚଳର କୌଣସି ରାସ୍ତା ର ଅବସ୍ଥା ଠିକ ନାହିଁ, ନାଲନର୍ଦମା ସଫେଇ ହେଉ ନାହିଁ, ଯେଉଁଆଡ଼େ ଦେଖିଲେ କୁଢ଼ କୁଢ଼ ମଇଳା, ସହର ର ମୁଖ ରାସ୍ତା କୁ ଛାଡି ଅନ୍ୟ କୌଣସି ରାସ୍ତା ରେ ପଥପାର୍ଶ୍ଵ ଆଲୋକ ନାହିଁ, ବସ୍ତି ବାସିନ୍ଦା ଙ୍କ ପାଇଁ ଶୌଚାଳୟ ସିବିଧା ନାହିଁ, ଜନସ୍ୱାସ୍ଥ୍ୟ ବିଭାଗ ରାସ୍ତା ଖୋଳି ଛାଡି ଯାଇଛି, ସ୍ୱିରେଜ ବିଭାଗ ର ବି ସେଇ ସମାନ କାମ । ଏମିତି ସମସ୍ୟା ସମସ୍ୟା ଭିତରେ ଗତି କରୁଛନ୍ତି ମହାନଗର ନିଗମ ଅଞ୍ଚଳବାସୀ । 
      ସମ୍ବଲପୁରମହାନଗର ନିଗମ ଅଞ୍ଚଳର ସମସ୍ତ ଅଞ୍ଚଳରେ ପ୍ରାୟ ଏହି ସମାନ ଚିତ୍ର ଦୃଶ୍ୟମାନ ହେଉଛି । ଏଭଳି ଏକ ଅବହେଳିତ ଅଞ୍ଚଳ ବରେଇପାଲି, ନୂଆପଡା, ମୁଙ୍ଗାପଡା, କ୍ଷେତରାଜପୁର ଓ ଏହାର ଆଖପାଖ ଅଞ୍ଚଳର ଅଞ୍ଚଳବାସୀ ବହୁ ଦିନରୁ ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । କିନ୍ତୁ, କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଥିବା ଜିଲ୍ଲା ପ୍ରଶାସନ, ପୋୖର ପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱିରେଜ ବୋର୍ଡ ବିରୁଦ୍ଧରେ ଆଜି ଗର୍ଜିଛନ୍ତି ଅଞ୍ଚଳବାସୀ ।
      ଏଭଳି ଅନେକ ସମସ୍ୟାର ଶୀଘ୍ର  ଓ ସ୍ଥାୟୀ ସମାଧାନ ଦାବିରେ ଅଞ୍ଚଳବାସୀ ଆଜି କ୍ଷେତରାଜପୁର ରୁ ବରେଇପାଲି ଛକ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ । ସମ୍ବଲପୁର ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ର ସଭାପତି *ଶ୍ରୀ ନିଲାମ୍ବାର ସିକନ୍ଦର* ଙ୍କ ନେତୃତ୍ୱରେ ଶତାଧିକ ଅଞ୍ଚଳବାସୀ ସ୍ୱତଃ ପ୍ରବୃତ୍ତ ଭାବରେ ଆନ୍ଦୋଳନ ରେ ସାମିଲ ହୋଇଥିଲେ । ଦୀର୍ଘ ଦେଢ଼ ଘଣ୍ଟା ରାସ୍ତା ଅବରୋଧ ପରେ ଆନ୍ଦୋଳନ ସ୍ଥଳକୁ ପହଞ୍ଚି ଥିଲେ ସମ୍ବଲପୁର ମହାନଗର ନିଗମ ର ପୋୖର ଆୟୁକ୍ତ *ଶ୍ରୀ ଅନିରୁଦ୍ଧ ପ୍ରଧାନ । ଅଞ୍ଚଳବାସୀ ଜନସ୍ୱାସ୍ଥ୍ୟ ବିଭାଗ ର ଅଧିକାରୀ ଙ୍କୁ ଡାକିବା ପାଇଁ ଦାବି କରିଥିଲେ । ବରେଇପାଲି ଛକ ଠାରେ ପୋଲିସ ପ୍ରଶାସନ ର ଉପସ୍ଥିତି ରେ ଆନ୍ଦୋଳନକାରୀଙ୍କ ସହିତ ବହୁତ ବିଷୟ ଆଲୋଚନା ହେଲା ପରେ ସେଠାରୁ ମୁଙ୍ଗାପଡା ଛକ ଯାଏଁ ପୋୖର ଆୟୁକ୍ତ ଙ୍କୁ ନିଆ ଯାଇଥିଲା । ସେଠାକୁ ଜନସ୍ୱାସ୍ଥ୍ୟ ବିଭାଗ ର ସହକାରୀ ଯନ୍ତ୍ରୀ *ଇଂ. ଗୁଲସନ ସାହୁ* ମଧ୍ୟ ପହଞ୍ଚି ଥିଲେ । ମୁଙ୍ଗାପଡା ଛକ ଠାରେ ଉପସ୍ଥିତ ଶହ ଶହ ମହିଳା ପୋୖର ଆୟୁକ୍ତ ଓ ଜନସ୍ୱାସ୍ଥ୍ୟ ବିଭାଗ ର ସହକାରୀ ଯନ୍ତ୍ରୀ ଙ୍କୁ ଘେରିଥିଲେ । ସମସ୍ତ ଅଭିଯୋଗ ଶୁଣିଲା ପରେ ଉପସ୍ଥିତ ସରକାରୀ ଅଧିକାରୀ ଆନ୍ଦୋଳନକାରୀ ଙ୍କ ଏକ ପ୍ରତିନିଧି ଦଳ କୁ ଆସନ୍ତାକାଲି କାର୍ଯ୍ୟାଳୟକୁ ଆସି ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଅନୁରୋଧ କରିଥିଲେ । ଆସନ୍ତାକାଲି ବୈଠକରେ ରେ ଜିଲ୍ଲା ପ୍ରଶାସନ, ମହାନଗର ନିଗମ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱିରେଜ ବୋର୍ଡ ର ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ପ୍ରତିଶ୍ରୁତି ଦେଲାପରେ ରାସ୍ତା ଖୋଲା ଯାଇଥିଲା ।
      ଆଜିର ଆନ୍ଦୋଳନ ରେ ବିଜେପି ଜିଲ୍ଲା ସଭାପତି  ଗିରିଶ ପଟେଲ, କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ *ସଞ୍ଜୟ ଷଡଙ୍ଗୀ ଲ* ସମଲେଶ୍ବରୀ ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ କୁମାର ଘଡେଇ, ଶିବ ଶମ୍ଭୁ ୟାଦବ, ସନ୍ତୋଷ କୁମାର ସାହୁ, ଦିଲୀପ ଶର୍ମା, ନିଲାଦର ହରିପାଳ, ମନୋହର ସିଂ, ପବନ କର, ମେଜ ସାହୁ, ଲକ୍ଷ୍ମଣ ଯୋଗୀ, ନିରଞ୍ଜନ କିଶୋର ଦାସ, ସୁଧୀର ଅଗ୍ରୱାଲ, ସୁଶାନ୍ତ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like