-+91-9937148622 |

prerana_bgr@rediffmail.com |

  Monday 26th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ    (26-Oct-2026)       ||      ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   (26-Oct-2026)       ||      ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ    (25-Oct-2026)       ||      ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   (25-Oct-2026)       ||      ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   (25-Oct-2026)       ||      ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   (25-Oct-2026)       ||      ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   (25-Oct-2026)       ||      ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   (25-Oct-2026)       ||      ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   (25-Oct-2026)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ   (25-Oct-2026)       ||      ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ : ପୋଲିସ ଜାଲରେ ଆନ୍ତଃରାଜ୍ୟ ମହିଳା ଚାଲାଣକାରୀ ସହ ଗଞ୍ଜେଇ ଜବତ   (25-Oct-2026)       ||      ଭରତ ଜାତିସଂଘ ପାଣ୍ଠି ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ବ୍ୟାପକ ଭାଗିଦାରୀ ର ଏକ ଅଂଶ: ସଂଗୀତା ସିଂଦେଓ    (25-Oct-2026)       ||      ଲୋଇସିଂହା ଓ ଆଗଲପୁର ଗୋଣ୍ଡୱାନା ଗୋଣ୍ଡ ସମାଜ ର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍   (24-Oct-2026)       ||      ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||     

HOME   ରାଜ୍ୟ

କନ୍ଧମାଳରେ ମରୁଡ଼ି ସ୍ଥିତି: ତିନି ମାସରେ ନିଅଣ୍ଟିଆ ବର୍ଷା, ଚାଷୀ ମୁଣ୍ଡରେ ଚଡ଼କ

29-Aug-2021



କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉତ୍କଟ ରୂପ ଧାରଣ କରିଛି। ବିଶେଷକରି ଅଗଷ୍ଟ ମାସଟି କନ୍ଧମାଳ ଜିଲ୍ଲାର ଚାଷୀଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ରତିବର୍ଷ ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ହାରାହାରି ୨୨୫ ମିମି. ବୃଷ୍ଟିପାତ ହେଉଥିବା ବେଳେ

ଚଳିତବର୍ଷ ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ମାତ୍ର ୮୦ ମିମି ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ ଏଭଳି ନିଅଣ୍ଟିଆ ବର୍ଷା ଫଳରେ କନ୍ଧମାଳ ଜିଲ୍ଲାରେ ଆସନ୍ନ ମରୁଡ଼ି ପରିସ୍ଥିତି ଉପୁଜିଛି। ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକରେ ସର୍ବନିମ୍ନ ୧୮ ମିମି. ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ କୋଟଗଡ଼ ବ୍ଲକରେ ସର୍ବାଧିକ ୧୮୦ ମିମି. ବର୍ଷା ହୋଇଛି।ସାମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। କୃଷି ବିଭାଗ ସମେତ ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ପ୍ରାଣୀ ଚିକିତ୍ସା 

ବିଭାଗ, ବିଦ୍ୟୁତ୍‌ ବିଭାଗ, କ୍ଷୁଦ୍ର ଜଳସେଚନ, ମଧ୍ୟମ ଜଳସେଚନ ଏବଂ ଉଠା ଜଳସେଚନ ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଆପାତକାଳୀନ ଯୋଜନା ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ଚାଷୀଙ୍କୁ ବିକଳ୍ପ ସହାୟତା ପ୍ରଦାନ କରାଯିବ। ଏହା ସହିତ ଅଚଳ ହୋଇ ପଡ଼ିଥିବା ଉଠାଜଳସେଚନର ମରାମତି, ବିଦ୍ୟୁତ୍‌ ଦେୟ ପୈଠ ହୋଇ ନଥିବାରୁ ସଂଯୋଗ ବନ୍ଦ କରି ଦିଆଯାଇଥିବା ଉଠାଜଳସେଚନ ପଏଣ୍ଟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଯୋଗାଣ କରିବା, ଚାଷୀଙ୍କୁ ଧାନ ବଦଳରେ ଅନ୍ୟାନ୍ୟ ଅଣଧାନ ଚାଷ ପାଇଁ ପ୍ରୋତ୍ସାହନ ଯୋଗେଇ ଦେବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି ବୋଲି ଜିଲ୍ଲାପାଳ ଡ. ବୃନ୍ଦା ଡି. ସୂଚନା ଦେଇଛନ୍ତି।ଅପରପକ୍ଷେ, କେଉଁ କେଉଁ ବ୍ଲକ ମରୁଡ଼ି ପ୍ରଭାବିତ ହୋଇଛି ତାହାର ସର୍ଭେ କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୃଷି ବିଭାଗ ପକ୍ଷରୁ ବ୍ଲକସ୍ତରରୁ ମରୁଡ଼ି ରିପୋର୍ଟ ଆସିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କନ୍ଧମାଳ ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁସାରେ, ଗତ ୩ ମାସ ଧରି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍‌ ମାସରେ ପ୍ରତିବର୍ଷ କନ୍ଧମାଳ ଜିଲ୍ଲାରେ ହାରାହାରି ୨୦୮ ମିମି ବୃଷ୍ଟିପାତ ହେଉଥିବାବେଳେ ଚଳିତବର୍ଷ ଜୁନ୍‌ ମାସରେ ୧୨୬ ମିମି ବୃଷ୍ଟିପାତ ହୋଇଛି। ଜୁନ୍‌ ମାସରେ କନ୍ଧମାଳ ଜିଲ୍ଲାରେ ୩୯.୫ ବୃଷ୍ଟିପାତ ହୋଇଛି। ସେହିଭଳି କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ୩୨୫ ମିମି ବୃଷ୍ଟିପାତ ହେଉଥିବାବେଳେ ଚଳିତବର୍ଷ ଜୁଲାଇରେ ୨୯୯ ମିମି ବୃଷ୍ଟିପାତ ହୋଇଛି। କନ୍ଧମାଳ ଜିଲ୍ଲାରେ ଜୁଲାଇ ମାସରେ ୭.୯ ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ୨୨୫ ମିମି ବୃଷ୍ଟିପାତ ହେଉଥିବା ବେଳେ ଚଳିତବର୍ଷ ଅଗଷ୍ଟ ମାସରେ (୨୧.୦୮.୨୧ ସୁଦ୍ଧା) ହୋଇଛି ମାତ୍ର ୮୦ ମିମି. ଚଳିତବର୍ଷ ଅଗଷ୍ଟ ମାସରେ କନ୍ଧମାଳ ଜିଲ୍ଲାରେ ୬୪ ବର୍ଷା ହୋଇଛି। ଚଳିତବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ତଳି ପକା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଥିଲା। ତେବେ ଗତ ଜୁଲାଇ ମାସରେ ସାମାନ୍ୟ ଭଲ ବର୍ଷା ହେବାରୁ ରୁଆ କାର୍ଯ୍ୟ ହୋଇଥିଲା। ମାତ୍ର ଅଗଷ୍ଟ ମାସରେ ବର୍ଷା ନ ଥିବାରୁ ଜମିରେ ତଳି ଶୁଖିବା ସହ ରୁଆ ‌ହୋଇଥିବା ଗଛ ମଧ୍ୟ ମରିବାକୁ ବସିଲାଣି। ତେବେ ଚଳିତ ମାସ ଶେଷ ସୁଦ୍ଧା ବର୍ଷା ନ ହେଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ସୂଚନା ଦେଇଛନ୍ତି। ଗତ ତିନି ମାସରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ନିଅଣ୍ଟିଆ ବର୍ଷା ରେକର୍ଡ଼ କରାଯାଇଛି। ଖଜୁରୀପଡ଼ା ବ୍ଲକରେ ଜୁନ ମାସରେ ୧୪୬ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇରେ ୨୫୮ ମିମି ଏବଂ ଅଗଷ୍ଟରେ ମାତ୍ର ୬୯ ମିମି ବର୍ଷା ହୋଇଛି। ସେହିଭଳି ଫିରିଙ୍ଗିଆ ବ୍ଲକରେ ଜୁନ୍‌ ମାସରେ ୧୪୬ ମିମି ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସରେ ୪୪୬ ମିମି. ଅଗଷ୍ଟରେ ମାତ୍ର ୭୫ ମିମି. ଫୁଲବାଣୀ ବ୍ଲକରେ ଜୁନ୍‌ ମାସରେ ୯୮ ମିମି. ଜୁଲାଇ ମାସରେ ୨୮୭, ଅଗଷ୍ଟରେ ମାତ୍ର ୪୦ ମିମି. ବାଲିଗୁଡ଼ା ବ୍ଲକରେ ଜୁନ୍‌ ମାସରେ ୧୪୦ ମିମି ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସରେ ୩୩୯ ମିମି. ଅଗଷ୍ଟ ମାସରେ ୧୧୫ ମିମି. କୋଟଗଡ଼ ବ୍ଲକରେ ଜୁନ୍‌ ମାସରେ ୧୬୫ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୩୪୮ ମିମି. ଅଗଷ୍ଟରେ ୧୮୦ ମିମି. ତୁମୁଡ଼ିବନ୍ଧ ବ୍ଳକରେ ଜୁନ୍‌ ମାସରେ ୧୧୯ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇ ମାସରେ ୨୨୯ ମିମି. ଅଗଷ୍ଟ ମାସରେ ୭୪ ମିମି. ଚକାପାଦ ବ୍ଲକରେ ଜୁନ୍‌ ମାସରେ ୮୮ ମିମି ବୃଷ୍ଟିପାତ ହୋଇଥିବାବେଳେ ଜୁଲାଇ ମାସରେ ୩୦୮ ମିମି. ଅଗଷ୍ଟ ମାସରେ ମାତ୍ର ୧୮ ମିମି. ଘୁ.ଉଦୟଗିରି ବ୍ଲକରେ ଜୁନ ମାସରେ ୧୧୧ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୨୭୦ ମିମି. ଅଗଷ୍ଟ ମାସରେ ୮୭ମିମି, ରାଇକିଆ ବ୍ଲକରେ ଜୁନ୍‌ ମାସରେ ୧୯୪ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୨୬୬ ମିମି. ଅଗଷ୍ଟ ମାସରେ ୮୬ ମିମି. ଟିକାବାଲି ବ୍ଲକରେ ଜୁନ୍‌ ମାସରେ ୫୬ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୩୧୩ ମିମି. ଅଗଷ୍ଟ ମାସରେ ମାତ୍ର ୧୮ ମିମି. ଦାରିଂବାଡ଼ି ବ୍ଲକରେ ଜୁନ୍‌ ମାସରେ ୧୨୯ ମିମି ବର୍ଷା ହୋଇଥିବାବେଳେ ଜୁଲାଇ ମାସରେ ୨୭୮ ମିମି. ଅଗଷ୍ଟ ମାସରେ ୬୮ ମିମି. କ.ନୂଆଗାଁ ବ୍ଲକରେ ଜୁନ ମାସରେ ୧୧୮ ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୨୪୯ ମିମି. ଅଗଷ୍ଟ ମାସରେ ୧୧୯ ମିମି ବର୍ଷା ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଅଞ୍ଚଳବାସୀଙ୍କ ବହୁ ବର୍ଷର ଦାବି ପୂରଣ ହେବ♦️ ବରପାଲି ରୁ କୁମ୍ଭାରି ରାସ୍ତା ବୁରୋଗାଡ ନଦୀରେ ନିର୍ମାଣ ହେବ ହାଇଲେଭେଲ ବ୍ରିଜ   26-Oct-2026
  ଜିଲ୍ଲା  
ସମାଜ ପାଠକ ମଂଚ’ର ବୈଠକ ଅନୁଷ୍ଠିତ   26-Oct-2026
  ଜିଲ୍ଲା  
ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନମ୍ବର ୨୬ରେ ଓଜେସିର ବିଶାଳ କର୍ମକର୍ତ୍ତା ସମ୍ମିଳନୀ   25-Oct-2026
  ଜିଲ୍ଲା  
ମୃଦୁରେଖା ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସାଂସ୍କୃତିକ ମହୋତ୍ସବ ‘ମୃଦମ୍-୨୦୨୬’ ଆୟୋଜିତ   25-Oct-2026
  ଜିଲ୍ଲା  
ସଦାଇପାଲିରେ ଆରମ୍ଭ ହେଲା ୩୦ତମ ବର୍ଷ ଗଜଲକ୍ଷ୍ମୀ ପୂଜା କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ମହିଳା ଓ ବ୍ରତଧାରୀ   25-Oct-2026
  ଖେଳ  
ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ବର   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ମେରାହୁନର “ପକ୍ଷରୁ ଆର୍ଟ ଏଣ୍ଡ କ୍ରାଫ୍ଟ” ଓ ସଂପୂର୍ଣ୍ଣା ପକ୍ଷରୁ ମେହେନ୍ଦି ପ୍ରତିଯୋଗିତା   25-Oct-2026
  ଜିଲ୍ଲା  
ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିରର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ   25-Oct-2026
  ଜିଲ୍ଲା  
ଘରୋଇ ବସରୁ ୩. ୭୭୫ କେଜି ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ   25-Oct-2026
  ଜିଲ୍ଲା  
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ   25-Oct-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ   25-Oct-2026

You Might Also Like