-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||     

HOME   ଜିଲ୍ଲା

ନାଟ୍ ର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ: ଲୋକାର୍ପଣ ହେଲା ଦେୟମୁକ୍ତ ଅମ୍ଲଜାନ ସେବା - ଅଟଳ ଜୀବନ: ପଦ୍ମଶ୍ରୀ ସାଧୁ ମେହେର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ* * ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ ସଭାପତି - ବନମାଳୀ ସାଧାରଣ ସଂପାଦକ

28-Aug-2021



ସୋନପୁର (ମନୋରଞ୍ଜନ ତ୍ରିପାଠୀ) :ନାଟକ, ସମାଜସେବା ଏବଂ ସାହିତ୍ୟ ପ୍ରତି ସମର୍ପିତ ସୁବର୍ଣ୍ଣପୁରର ଅଗ୍ରଣୀ ଅନୁଷ୍ଠାନର ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଅନୁଷ୍ଠିତ ଏକ ସଭାରେ ଅଟଳ ଜୀବନ ନାମରେ ଏକ ଦେୟମୁକ୍ତ ଅମ୍ଲଜାନ କନସେନଟ୍ରେଟର ସେବା ଲୋକାର୍ପଣ କରାଯାଇଥିଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ରାୟପୁର ର ଅସିଷ୍ଟାଣ୍ଟ ଜେନେରାଲ ମେନେଜର ଅଜିତ ମେହେର ତାଙ୍କ ପିତା ବୀରମଣି ମେହେରଙ୍କ ସହ ଯୋଗଦେଇ 'ଅଟଳ ଜୀବନ'ର ଲୋକାର୍ପଣ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁ ଏହା ନାଟ୍ ର ପ୍ରତିଷ୍ଠାତା ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ବିଶିଷ୍ଟ ନାଟ୍ୟକାର ତଥା ସିନେ ଅଭିନେତା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରତି ଅନୁଷ୍ଠାନର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବୋଲି ଉଲ୍ଲେଖ କରିଥିଲେ । ସଂପ୍ରତି ଏହା ସୋନପୁର ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ। ଅକସିଜେନ ସପୋର୍ଟ ଆବଶ୍ୟକ କରୁଥିବା ପୌରାଞ୍ଚଳର କୌଣସି ବ୍ୟକ୍ତି ୯୪୩୭୬୩୭୯୧୬ କିମ୍ଵା ୮୨୪୯୬୬୧୩୦୦ ମୋବାଇଲ ନମ୍ଵରରେ ଯୋଗାଯୋଗ କରି ନିଜ ଘରେ ଏହି ସୁବିଧା ପାଇପାରିବେ । ବିଶେଷ କରି ଆଶଙ୍କା କରାଯାଉଥିବା କୋଭିଡର ତୃତୀୟ ଲହର ବେଳକୁ ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ପାଇଁ  ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ମତ ପୋଷଣ କରିଛନ୍ତି । ସାଂସ୍କୃତିକ ସଂପାଦକ ଅବିନାଶ ହୋତା ମଞ୍ଚ ପରିଚାଳନା କରିଥିବା ବେଳେ ସାଧାରଣ ସଂପାଦକ ବନମାଳୀ ପଣ୍ଡା, ସାହିତ୍ୟ ସଂପାଦକ ନରେନ୍ଦ୍ର ଭୋଇ, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା ତଥା ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ପ୍ରପୌତ୍ର ସୁଜିତ କୁମାର ପୂଜାହାରୀ ପ୍ରମୂଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଅନୁଷ୍ଠିତ ସଂସ୍କୃତିକ କାର୍ଯ୍ୟକ୍ରମକୁ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କୁନି

କଳାକାରମାନେ ନିଜ ନିଜର କଳାତ୍ମକ ଦକ୍ଷତା ପ୍ରଦର୍ଶନ କରିଥିଲେ । ସଂଗୀତ ନିର୍ଦ୍ଦେଶକ ବିକାଶ ମିଶ୍ର, ଅଭିନେତ୍ରୀ ରେଖା ପ୍ରଧାନ, ଅଧ୍ୟାପିକା ସ୍ନିଗ୍ଧା ଦାଶ, ଅଶୋକ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି କୁନି କଳାକାର ମାନଙ୍କୁ  ଉତ୍ସାହିତ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ସଭାରେ ଆଗାମୀ ଦୁଇ ବର୍ଷ ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଚୟନ କରାଯାଇଥିଲା । ଅନୁଷ୍ଠାନ ସମ୍ଵିଧାନ ମୁତାବକ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ସାଧୁ ମେହେର ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ପଦକୁ ମହିମାମଣ୍ଡିତ କରିଥିବା ବେଳେ ଅନ୍ୟ ସବୁ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ କବି ଓ ନାଟ୍ୟକାର ପ୍ରଦ୍ୟୁମ୍ନ ସାହୁ କାର୍ଯ୍ୟକାରୀ ସଭାପତି, ଶୈଳେନ୍ଦ୍ର ବସ୍ତିଆ ଉପସଭାପତି, ବନମାଳୀ ପଣ୍ଡା  ସାଧାରଣ ସଂପାଦକ, ନରେନ୍ଦ୍ର ଭୋଇ ସାହିତ୍ୟ ସଂପାଦକ, ଅବିନାଶ ହୋତା ସଂସ୍କୃତି ସଂପାଦକ, ସଞ୍ଜୟ କୁମାର ପଣ୍ଡା ସମାଜସେବା ସଂପାଦକ ଓ ଜ୍ୟୋତି ବିକାଶ ମିଶ୍ର କୋଷାଧ୍ୟକ୍ଷ୍ୟ ଭାବେ ଏବଂ କାର୍ଯ୍ୟକାରୀ ସମିତି ସଭ୍ୟଭାବେ ରେଖା ପ୍ରଧାନ, ସ୍ନିଗ୍ଧା ଦାଶ, ଅଜିତ ମେହେର, ସମୀର ସାହୁ, ଗତିକୃଷ୍ଣ ବନିଆଁ ସର୍ବସମ୍ମତିରେ ମନୋନୀତ ହୋଇଥିଲେ। ଠିକ ସେହିପରି ସଂସ୍କୃତି କୋର କମିଟିକୁ ରେଖା ପ୍ରଧାନ, ସମୀର ସାହୁ, ଚିନ୍ମୟ ରଥ ଓ ସୌମ୍ୟକାନ୍ତ ମିଶ୍ର, ସାହିତ୍ୟ କୋର କମିଟିକୁ ପ୍ରଦ୍ୟୁମ୍ନ ସାହୁ, ଶେଷଦେବ ଥନାପତି, କ୍ଷୀରୋଦ ବିହାରୀ ବିଶ୍ଵାଳ ଓ ଗତିକୃଷ୍ଣ ବନିଆଁ, ସମାଜସେବା କୋର କମିଟିକୁ ସ୍ନିଗ୍ଧା ଦାଶ, ଅଜିତ ମେହେର, ବିଶ୍ଵଜିତ ମହାପାତ୍ର ଏବଂ ଦେବାଶିଷ ପଟ୍ଟନାୟକ ସଭ୍ୟଭାବେ ମନୋନୀତ ହୋଇଥିଲେ । ବିକାଶ ଚନ୍ଦ୍ର ମିଶ୍ର ନିର୍ବାଚନ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026

You Might Also Like